murder: ପୁରୀରେ ହୋଟେଲ୍ ମାଲିକଙ୍କୁ ହତ୍ୟା
"ପୁରୀ: ପୁରୀ ସହରର ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ମନୋରମା ହୋଟେଲ୍ର ମାଲିକ ପବିତ୍ର ନାୟକଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।Advertisment ପ୍ରାଥମିକ ତଦନ୍ତରୁ ହତ୍ୟାକାଣ୍ଡରେ ହୋଟେଲ୍ର କର୍ମଚାରୀ ସାମିଲ୍ ଥିବା ସନ୍ଦେହ କରାଯାଉଛି।
ଖବର ପାଇ ବଳିଆପଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି, ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।
ପୁଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।
ସ୍ଥାନୀୟ ମନୋରମା ହୋଟେଲର ମାଲିକ ପବିତ୍ର ନାୟକଙ୍କୁ ଗତକାଲି ବିଳମ୍ବିତ ରାତିରେ ହତ୍ୟା କରାଯାଇଛି।
ସୂଚନା ଅନୁସାରେ, ପବିତ୍ର ନାୟକ ବଳିଆପଣ୍ଡା ଅଞ୍ଚଳରେ ମନୋରମା ନାମକ ହୋଟେଲ ଚଳାଉଥିଲେ।
ଗତକାଲି ରାତିରେ ତାଙ୍କୁ ଛୁରୀ ମାରି ହତ୍ୟା କରାଯାଇଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ଏବଂ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି।
ବଳିଆପଣ୍ଡା ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଓୟୋ ରୁମକୁ ନେଇ ଗଣ୍ଡଗୋଳ ଏହି ହୋଟେଲର କିଛି ରୁମ ଓୟୋକୁ ଦିଆଯାଇଥିଲା।
ଏହି ରୁମକୁ ନେଇ ଗଣ୍ଡଗୋଳ ହୋଇଥିଲା।
୩ରୁ ୪ ଜଣ ମିଶି ମାଲିକଙ୍କୁ ଛୁରୀ ମାରିଥିବା ପୁଲିସ କହିଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ଆହୁରି ପଢନ୍ତୁ: murder: ମହାକାଳପଡ଼ାରେ ଚାଞ୍ଚଲ୍ୟ: ବିଜେପି ବୁଥ୍ ସଭାପତିଙ୍କୁ ହତ୍ୟା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।