Murder: ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା

Sep 26, 2026 - 22:35
Murder: ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା

"ଢାକା: ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁଙ୍କ ସୁରକ୍ଷାକୁ ନେଇ ଲଗାତାର ରାଜନୈତିକ ବିତର୍କ ମଧ୍ୟରେ ଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।

ବାଂଲାଦେଶର ମୟମନସିଂହ ଜିଲ୍ଲାରେ ଏକ ନଦୀବନ୍ଧରେ ଭାସୁଥିବା ଏକ ନୀଳ ଡ୍ରମ୍‌ରୁ ଜଣେ ୫୦ ବର୍ଷୀୟ ହିନ୍ଦୁ ବ୍ୟବସାୟୀଙ୍କ ମୃତଦେହ ମିଳିଛି।

ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନିରଞ୍ଜନ ଚନ୍ଦ୍ର ସୁତ୍ରଧର।

Advertisment ମୟମନସିଂହର ଅଥରବାରୀ ବିଲ୍ଡିଂ ଅଞ୍ଚଳରେ ସେ ଅନ୍ୟ କିଛି ଲୋକଙ୍କ ସହ ମିଳିତ ଭାବେ ଏକ ଗହଣା ଦୋକାନର ମାଲିକ ଥିଲେ।

ସ୍ଥାନୀୟ ଲୋକମାନେ ବେଗୁନବାରୀ ଅଞ୍ଚଳରେ ଏକ ଡ୍ରମ୍‌ ଭାସୁଥିବା ଦେଖିବାପରେ ତାଙ୍କ ମୃତଦେହ ମିଳିଥିଲା।

ମୟମନସିଂହ ହିନ୍ଦୁ ସମବାୟ ୟୁନିଅନ ଲିମିଟେଡ୍‌ ଦ୍ବାରା ଜାରି ଏକ ଟୋକେନ୍‌ ବ୍ୟବହାର କରି ପୁଲିସ ତାଙ୍କୁ ଚିହ୍ନଟ କରିଛି।

ସମ୍ପୃକ୍ତ ସମବାୟ ସଂସ୍ଥା ସହ ଯୋଗାଯୋଗ କରିବାପରେ ପୁଲିସ ତାଙ୍କ ପରିଚୟ ଜାଣିଛିନ୍ତି।

ନିରଞ୍ଜନଙ୍କ ପତ୍ନୀ ସୁମିତା ରାଣୀ ସୁତ୍ରଧାର ଏବଂ ପୁଅ ଜୟ ସୁତ୍ରଧର ପରେ ତାଙ୍କ ପରିଚୟ ସ୍ପଷ୍ଟ କରିଥିଲେ।

Hindu Man Killed In Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା, ୨୪ ଘଣ୍ଟାରେ ଦ୍ୱିତୀୟ ଘଟଣା ଉଲ୍ଲେଖଯୋଗ୍ୟ ନିରଞ୍ଜନ ତାଙ୍କ ପତ୍ନୀ ଏବଂ ପୁଅଙ୍କ ସହ ମୟମନସିଂହର ଷ୍ଟାଡିୟମ୍‌ ଅଞ୍ଚଳରେ ରହୁଥିଲେ।

ସେପ୍ଟେମ୍ବର ୨୦ରେ ସେ ଘର ଛାଡ଼ିବାପରେ ନିଖୋଜ ହୋଇଯାଇଥିଲେ।

ସେପ୍ଟେମ୍ବର ୨୦ ତାରିଖରେ ସେ ଘର ଛାଡ଼ିବା ପରେ ଆଉ ଫେରିନଥିଲେ।

ପୂର୍ବରୁ ବି ସେ ଅନେକ ଥର କାମ ପାଇଁ ଘରକୁ ଫେରିବାରେ ବିଳମ୍ବ କରନ୍ତି।

ତେଣୁ ପରିବାର ସଦସ୍ୟ ଥାନାରେ ଏତଲା ଦେଇନଥିଲେ।

ତେ‌ବେ ନିରଞ୍ଜନଙ୍କୁ କିଏ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ।

ତାଙ୍କ ଶରୀରରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା ପରେ ଡ୍ରମ୍‌ରେ ପୂରାଇ ପାଣିରେ ଫୋପାଡ଼ି ଦିଆଯାଇଛି ବୋଲି ପୁଲିସ ସନ୍ଦେହ କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।