26 SEPTEMBER 2026

Welcome!

Unlock your personalized experience.
Sign Up

BJP: ଜନମତକୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ: ବିଜେପି

Sep 26, 2026 - 21:10
BJP: ଜନମତକୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ: ବିଜେପି

ଭୁବନେଶ୍ୱର: ମତଦାତା ତାଲିକାର ଶୁଦ୍ଧୀକରଣ ପାଇଁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଏସ୍‌ଆଇଆର୍ କରାଯାଉଛି। ୧୯୫୨ ମସିହା ପରଠାରୁ ଦେଶରେ ୧୦ ଥର ଏପରି ସଂଶୋଧନ ହୋଇସାରିଛି। ପାଖାପାଖି ବର୍ଷେ ହେଲା ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜ୍ୟରେ ଏ ପ୍ରକାର ଏସ୍‌ଆଇଆର୍ କାର୍ଯ୍ୟ ନିର୍ବାଚନ କମିସନରଙ୍କ ଦ୍ୱାରା ଆରମ୍ଭ ହେଇ ପ୍ରାୟ ସମାପ୍ତ ହେବା ସ୍ଥିତିରେ ପହଞ୍ଚିଯାଇଛି। ଏଭଳି ସ୍ଥିତିରେ କୌଣସି ତଥ୍ୟ ନ ଥାଇ ବିଜେଡି, କଂଗ୍ରେସ ବିଳିବିଳି ହେଉଛନ୍ତି । ଏହାସହ ଜନମତକୁ ବିଭ୍ରାନ୍ତ କରୁଛନ୍ତି ବୋଲି ବିଜେପି କହିଛି। 

Manipur disturbed area: ମଣିପୁରକୁ ଆଉ ୬ ମାସ ଅଶାନ୍ତ ଅଞ୍ଚଳ ଘୋଷଣା

ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ଏସ୍‌ଆଇଆର୍‌କୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଆରମ୍ଭ କରିି କିଛି ରାଜନୈତିକ ଦଳ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖକୁ ଯାଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏସ୍‌ଆଇଆର୍‌ର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବୈଧ ବୋଲି କହିଛନ୍ତି। ପଶ୍ଚିମବଙ୍ଗରେ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ନିଜ ତଦାରଖରେ ଏ ପ୍ରକ୍ରିୟାକୁ ସମାପ୍ତ କରିଛନ୍ତି। ସେ ସମୟରେ ଓଡ଼ିଶାରୁ ଅନେକ ବିଚାରପତି ମଧ୍ୟ ଏହି ପ୍ରକ୍ରିୟା ତଦାରଖ ପାଇଁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଯାଇଥିଲେ। ଓଡ଼ିଶାରେ ଏ ପ୍ରକ୍ରିୟା କିଛିଦିନ ତଳୁ ସମାପ୍ତ ହୋଇସାରିଛି।

Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର

ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ସମୟରେ ସାମ୍ବାଦିକ ସମ୍ମିଳନୀ କରି ବର୍ତ୍ତମାନ ଓଡ଼ିଶାରେ କେତେ ମତଦାତା ହେଲେ, କେତେ କଟିଲେ, କେଉଁ କାରଣରୁ କଟିଲେ ଏବଂ କେତେ ନୂଆ ଯୋଡ଼ିହେଲେ, ବିସ୍ତୃତ ଭାବେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ଗୋଟେ ଖବରକାଗଜର ଲେଖାକୁ ନେଇ ଉଭୟ କଂଗ୍ରେସ ଏବଂ ବିଜେଡି ବୟାନବାଜି କରିବା ଆରମ୍ଭ କରି ଦେଇଛନ୍ତି। ଯଦି କିଛି ତଥ୍ୟ ଅଛି ତାହେଲେ ତଥ୍ୟ ସହ ସମ୍ପୃକ୍ତ ରାଜନୈତିକ ଦଳ ନିର୍ବାଚନ କମିସନର କିମ୍ବା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଫେରାଦ ହୁଅନ୍ତୁ। ବିରୋଧୀ ଜାଣିବା ଦରକାର ଯେ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ କଟିଥିବ ତେବେ ଏବେବି ତାଲିକାରେ ଯୋଡ଼ାଯାଇପାରିବ। ତେଣୁ ‌ବିରୋଧୀ ନିର୍ବାଚନ କମିସନରଙ୍କ ପରି ଏକ ସାମ୍ବିଧାନିକ ସଂସ୍ଥା ଉପରେ ବିନା କୌଣସି ତଥ୍ୟରେ ଆରୋପ ଲଗାଇବା ବନ୍ଦ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।