09 OCTOBER 2026

Welcome!

Unlock your personalized experience.
Sign Up

Musk Loses Trillionaire Status: ମସ୍କ ପୁଣି ହରାଇଲେ ଟ୍ରିଲିୟନେୟାର ମାନ୍ୟତା

Oct 09, 2026 - 19:32
Musk Loses Trillionaire Status: ମସ୍କ ପୁଣି ହରାଇଲେ ଟ୍ରିଲିୟନେୟାର ମାନ୍ୟତା

ନୂଆଦିଲ୍ଲୀ: ଟେସ୍‌ଲା ଓ ସ୍ପେସଏକ୍ସ ଭଳି କମ୍ପାନିର ମାଲିକ ଏଲନ୍‌ ମସ୍କ ମାସକ ମଧ୍ୟରେ ଦ୍ବିତୀୟ ଥର ପାଇଁ ତାଙ୍କର ଟ୍ରିଲିୟନେୟାର ମାନ୍ୟତା ହରାଇଛନ୍ତି। ମସ୍କଙ୍କ ମାଲିକାନାରେ ଥିବା କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଇବା ଫଳରେ ତାଙ୍କର ସମ୍ପତ୍ତି ଦିନକରେ ୩୬.୪ ବିଲିଅନ ଡଲାର କମିଯାଇଛି। ଫୋର୍ବସ ତଥ୍ୟ ଅନୁଯାୟୀ ଅକ୍ଟୋବର ୮ ତାରିଖରେ ମସ୍କଙ୍କ ନିଟ୍‌ ସମ୍ପତ୍ତି ୯୯୧.୬ ବିଲିଅନ ଡଲାରକୁ କମିଯାଇଛି। ଏନ୍‌ଭିଡିଆ ଚିପ୍‌ସକୁ କିଣିବା ପାଇଁ କମ୍ପାନି ୪୦ ବିଲିଅନ ଡଲାର ସଂଗ୍ରହ କରିବାକୁ ଯୋଜନା ଚଳାଇଥିବା ସଂକ୍ରାନ୍ତ ରିପୋର୍ଟ ଆସିବା ପରେ ନିବେଶକମାନଙ୍କ ଚିନ୍ତା ବଢ଼ିଯାଇଛି। ଫଳରେ ସ୍ପେସଏକ୍ସର ସେୟାରରେ ପ୍ରାୟ ୩.୫ ପ୍ରତିଶତ ହ୍ରାସ ଘଟିଛି। ସେହିଭଳି ଟେସ୍‌ଲାର ସେୟାର ମୂଲ୍ୟରେ ୨ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଉଲ୍ଲେଖଯୋଗ୍ୟ, ସ୍ପେସଏକ୍ସ ପୁଞ୍ଜି ବଜାରରେ ପ୍ରବେଶ କରିବା ପରେ ଚଳିତବର୍ଷ ଜୁନ ମାସରେ ମସ୍କ ବିଶ୍ବର ପ୍ରଥମ ଟ୍ରିଲିୟନେୟାର ପାଲଟିଥିଲେ। କିଛି ସମୟ ପାଇଁ ତାଙ୍କର ସମ୍ପତ୍ତି ୧.୪୫ ଟ୍ରିଲିଅନ ଡଲାର ଛୁଇଁଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।