President Donald Trump: କୃତ୍ରିମ ବୁଦ୍ଧିମତ୍ତାକୁ ‘ସୁପର୍ ଇଣ୍ଟେଲିଜେନ୍ସ’ କୁହ, ନଚେତ୍ ଶତ୍ରୁ ବିବେଚିତ ହେବ: ଟ୍ରମ୍ପ

Oct 09, 2026 - 18:49
President Donald Trump: କୃତ୍ରିମ ବୁଦ୍ଧିମତ୍ତାକୁ ‘ସୁପର୍ ଇଣ୍ଟେଲିଜେନ୍ସ’ କୁହ, ନଚେତ୍ ଶତ୍ରୁ ବିବେଚିତ ହେବ: ଟ୍ରମ୍ପ

"ୱାସିଂଟନ: କୃତ୍ରିମ ବୁଦ୍ଧିମତ୍ତା(ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା ଏଆଇ)କୁ ଏଣିକି "ସୁପର୍‌ ଇଣ୍ଟେଲିଜେନ୍ସ" (ଏସ୍‌ଆଇ) ବୋଲି କୁହାଯାଉ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହୁଛନ୍ତି।

ଏହି ନୂଆ ନାମ ବ୍ୟବହାର ନ କରି ପୁରୁଣା ଶବ୍ଦ "ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ" (ଏଆଇ) ବ୍ୟବହାର କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ହ୍ୱାଇଟ୍‌ ହାଉସ୍‌ର ଶତ୍ରୁ ବିବେଚନା କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଗୁରୁବାର ନିଜ ସାମାଜିକ ଗଣମାଧ୍ୟମ "ଟ୍ରୁଥ୍‌ ସୋସିଆଲ୍‌"ରେ ଏକ ପୋଷ୍ଟ୍‌ କରି ଟ୍ରମ୍ପ ଏହା କହିଛନ୍ତି।Advertisment ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ ଏଆଇର ନାମ ପରିବର୍ତ୍ତନକୁ ନେଇ ଆମେରିକାରେ ଚର୍ଚ୍ଚା ବଢ଼ିଛି। "ଆର୍ଟିଫିସିଆଲ୍‌" ଶବ୍ଦର ଅର୍ଥ କୃତ୍ରିମ ବା ନକଲି ହୋଇଥିବାରୁ ଏହା ଏହି ପ୍ରଯୁକ୍ତିର ପ୍ରକୃତ କ୍ଷମତାକୁ ଠିକ୍‌ ଭାବେ ପ୍ରକାଶ କରୁନାହିଁ ବୋଲି ଟ୍ରମ୍ପଙ୍କ ମତ।

ତେଣୁ ଏହାକୁ "ସୁପର୍‌ ଇଣ୍ଟେଲିଜେନ୍ସ" କହିବା ଅଧିକ ଉପଯୁକ୍ତ ବୋଲି ସେ ଯୁକ୍ତି ଦେଇଛନ୍ତି।

ସେପ୍ଟେମ୍ବର ୨୯ରେ ଟ୍ରମ୍ପ ଏ ସମ୍ପର୍କିତ ଏକ କାର୍ଯ୍ୟନିର୍ବାହୀ ଆଦେଶରେ ଦସ୍ତଖତ କରିଥିଲେ।

ଏଥିରେ ଆଇନ ଅନୁମତି ଦେଉଥିବା ସୀମା ମଧ୍ୟରେ ସରକାରୀ ବିଭାଗ ଓ ସଂସ୍ଥାଗୁଡ଼ିକୁ ସେମାନଙ୍କର ସରକାରୀ ଚିଠି, ୱେବ୍‌ସାଇଟ୍‌, ରିପୋର୍ଟ ଓ ଅନ୍ୟାନ୍ୟ ଯୋଗାଯୋଗରେ "ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ" ବଦଳରେ "ସୁପର୍‌ ଇଣ୍ଟେଲିଜେନ୍ସ" ଏବଂ "ଏଆଇ" ବଦଳରେ "ଏସ୍‌ଆଇ" ଲେଖିବାକୁ କୁହାଯାଇଛି।

ତେବେ ଏହି ଆଦେଶ ଘରୋଇ କମ୍ପାନିଗୁଡ଼ିକୁ ବାଧ୍ୟ କରୁନାହିଁ।

ଘରୋଇ କମ୍ପାନିଙ୍କ ଉପରେ ନାହିଁ ବାଧ୍ୟତା ଟ୍ରମ୍ପଙ୍କ ଘୋଷଣା ପରେ ହ୍ୱାଇଟ୍‌ ହାଉସ୍‌ର ଏଆଇ ସମ୍ପର୍କିତ ୱେବ୍‌ପୃଷ୍ଠାରେ ମଧ୍ୟ ନାମ ପରିବର୍ତ୍ତନ କରାଯାଇଛି।

ଏହି ପ୍ରସଙ୍ଗରେ ଟେକ୍‌ନୋଲୋଜି ଶିଳ୍ପର ପ୍ରତିକ୍ରିୟା କିନ୍ତୁ ଏକାଭଳି ନୁହେଁ।

ଏଲନ୍‌ ମସ୍କ ନିଜ କମ୍ପାନିର ଏଆଇ ବିଭାଗର ନାମ "ସ୍ପେସ୍‌ଏକ୍ସଏଆଇ"ରୁ "ସ୍ପେସ୍‌ଏକ୍ସଏସ୍‌ଆଇ" କରିବାକୁ ସମ୍ମତି ଜଣାଇଥିବା ବେଳେ ଓପନ୍‌ଏଆଇର ମୁଖ୍ୟ ସାମ୍‌ ଅଲ୍ଟମ୍ୟାନ୍‌ କମ୍ପାନିର ନାମ ବଦଳାଇବାର କୌଣସି ଯୋଜନା ନଥିବା କହିଛନ୍ତି।

ଏଆଇର ବିକାଶ, ନିୟନ୍ତ୍ରଣ ଓ ଏହାର ସମ୍ଭାବ୍ୟ ବିପଦକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଥିବାବେଳେ ଟ୍ରମ୍ପ ପ୍ରଶାସନ ଏହି ପ୍ରଯୁକ୍ତିର ନାମକରଣ ଓ ବ୍ୟବହାରକୁ ନେଇ ନିଜର ନୀତି ଆଗକୁ ବଢ଼ାଉଛି।

କିନ୍ତୁ ଏହି ନାମ ପରିବର୍ତ୍ତନ ଘରୋଇ କ୍ଷେତ୍ରରେ କେତେଦୂର ଗ୍ରହଣୀୟ ହେବ, ତାହା ଏବେ ସ୍ପଷ୍ଟ ହୋଇନାହିଁ।

ଗଜପତିରେ ୨ଟି କଲରାପତରିଆ ବାଘଛାଲ ଜବତ, ୬ ଗିରଫ; ଆନ୍ତର୍ଜାତୀୟ ରାକେଟ୍ ଲିଙ୍କ୍ ନେଇ ତଦନ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।