Mysterious Death of Student in Private College Hostel: ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଆଣିଲେ ହତ୍ୟା ଅଭିଯୋଗ

Sep 09, 2026 - 13:00
Mysterious Death of Student in Private College Hostel: ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଆଣିଲେ ହତ୍ୟା ଅଭିଯୋଗ

କଲେଜ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। କଟକ ସିଡିଏ ସ୍ଥିତ ଏକ ଘରୋଇ ହଷ୍ଟେଲରୁ  ଛାତ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର କରି ମେଡିକାଲ ନେବାପରେ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର। ମୃତକ ଆଠଗଡ଼ର ଚିନ୍ମୟ ସାହୁ । ସେ +୨ ବିଜ୍ଞାନ ଛାତ୍ର ଥିଲେ । ତେବେ ପୁଅକୁ ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପୁଅର ଦେହ ଖରପ ଥିବା ନେଇ ରାତି ୧୧ଟାରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଗୁରୁଦିବସ ଦିନ କଲେଜରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏବଂ ପୁଅକୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ଚିନ୍ମୟଙ୍କ ବାପା। ତେବେ ଏନେଇ ପୋଲିସ କିମ୍ବା କଲେଜ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

କଲେଜ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

କଟକ ସିଡିଏ ସ୍ଥିତ ଏକ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
ଉଦ୍ଧାର କରି ମେଡିକାଲ ନେବା ପରେ ମୃତ ଘୋଷଣା
ମୃତକ ଆଠଗଡ଼ର ଚିନ୍ମୟ ସାହୁ
ପୁଅକୁ ମାରି ଦିଆ ଯାଇଥିବା ପରିବାରର ଅଭିଯୋଗ
କଲେଜ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।