Mystery Surrounds Female Elephant's Death: ହାତୀର ମୃତ୍ୟୁକୁ ନେଇ ରହସ୍ୟ, ପୋଷ୍ଟମର୍ଟମ୍ ରିପୋର୍ଟକୁ ଅପେକ୍ଷା

Oct 02, 2026 - 12:31
Mystery Surrounds Female Elephant's Death: ହାତୀର ମୃତ୍ୟୁକୁ ନେଇ ରହସ୍ୟ, ପୋଷ୍ଟମର୍ଟମ୍ ରିପୋର୍ଟକୁ ଅପେକ୍ଷା

ମାଈ ହାତୀର ସନ୍ଦେହଜନକ ମୃତ୍ୟୁ। ଚମ୍ପୁଆ ନିକଟସ୍ଥ ସୀମାନ୍ତ ଝାଡ଼ଖଣ୍ଡର ଜଗନ୍ନାଥପୁର ଥାନା ଭନଗାଁରେ ହାତୀର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି।  ଖବର ପାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ହାତୀର ମୃତ୍ୟୁର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ସେନେଇ ତଦନ୍ତ ଜାରି ରହିଛି।

ବନ ବିଭାଗ ପକ୍ଷରୁ ହାତୀର ମୃତଦେହର ପୋଷ୍ଟମର୍ଟମ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। 

ସନ୍ଦେହଜନକ ଅବସ୍ଥାରେ ହାତୀର ମୃତ୍ୟୁ
ଭନଗାଁରେ ହାତୀର ମୃତଦେହ ଠାବ
ହାତୀ ମୃତ୍ୟୁର ରହସ୍ୟ ଖୋଜୁଛି ବନ ବିଭାଗ
ପୋଷ୍ଟମର୍ଟମ୍ ପରେ ଜଣାପଡ଼ିବ ମୃତ୍ୟୁର କାରଣ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।