Shubhashree Mystery Deepens: ୭ ଦିନ ପରେ ଥାନାରେ ଅଭିଯୋଗ, ଶୁଭଶ୍ରୀ ନିଖୋଜ ଘଟଣାରେ ବଢ଼ିଲା ସସପେନ୍ସ
ଶୁଭଶ୍ରୀ ସସପେନ୍ସ, ଜେଜେଙ୍କ ଅଭିଯୋଗ ବଢାଇଲା ସନ୍ଦେହ। ୭ ଦିନ ପରେ ଶୁଭଶ୍ରୀ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ୨୫ ତାରିଖରୁ କେନ୍ଦ୍ରାପଡା ରାଜନଗର ରାଜପୁର ଗାଁର ଶୁଭଶ୍ରୀ ନିଖୋଜ ଅଛନ୍ତି ଏବଂ ନିଖୋଜ ଦିନ ତାଙ୍କ ବାପା ମାଆ ମଧ୍ୟ ଘରେ ନଥିବା କହିଛନ୍ତି ଶୁଭଶ୍ରୀଙ୍କ ଜେଜେ ଶୁକଦେବ ଦାସ। ସେପଟେ ୪ ଦିନ ହେଲା ହଂସୁଆ ନଦୀରେ ଖୋଜା ଖୋଜି କରୁଛି ଅଗ୍ନିଶମ ବାହିନୀ।
ଗତକାଲି ପଚରାଉଚରା ପରେ ୮ ଜଣଙ୍କୁ ଛାଡି ଦେଇଥିଲା ପୋଲିସ୍। ଝିଅ ମାନସିକ ରୋଗୀ ଥିବା ନେଇ ମଧ୍ୟ ଗତକାଲି ପ୍ରତିକ୍ରିୟା ରଖିଥିଲେ ଶୁଭଶ୍ରୀଙ୍କ ବାପା। ତେବେ ନିଖୋଜର ୭ ଦିନ ପରେ କାହିଁକି ଥାନାରେ ଅଭିଯୋଗ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସନ୍ଦେହ ବଢାଇଲା ଜେଜେଙ୍କ ଅଭିଯୋଗ
ଶୁଭଶ୍ରୀ ସସପେନ୍ସ, ୭ ଦିନ ପରେ ଥାନାରେ ଅଭିଯୋଗ
ଜେଜେଙ୍କ ଅଭିଯୋଗ ବଢାଇଲା ସନ୍ଦେହ
୭ ଦିନ ହେଲା ନାତୁଣୀ ନିଖୋଜ ଥିବା ଅଭିଯୋଗ
ନିଖୋଜ ଦିନ ବାପା ମାଆ ଘରେ ନଥିବା କହିଛନ୍ତି ଜେଜେ
ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶୁଭଶ୍ରୀଙ୍କ ଜେଜେ
୪ ଦିନ ହେଲା ହଂସୁଆ ନଦୀରେ ମୃତଦେହ ଖୋଜୁଛି ଅଗ୍ନିଶମ ବାହିନୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।