Mystery to Be Solved: ରହସ୍ୟ ଫିଟାଇବେ ଉଦ୍ଧାର ୨ ଚୀନ୍ ସଦସ୍ୟ, କୋଲକାତାରୁ ଆସିଲେ ୨ ଚୀନ୍ ଭାଷା ଅନୁବାଦକ

Aug 28, 2026 - 11:03
Mystery to Be Solved: ରହସ୍ୟ ଫିଟାଇବେ ଉଦ୍ଧାର ୨ ଚୀନ୍ ସଦସ୍ୟ, କୋଲକାତାରୁ ଆସିଲେ ୨ ଚୀନ୍ ଭାଷା ଅନୁବାଦକ

ସମୁଦ୍ରରେ କେମିତି ବୁଡ଼ିଗଲା ‘ଏମଭି ଓସେନ ୱିନର୍’? ଜାହାଜ ବୁଡ଼ିବାର ରହସ୍ୟ ଖୋଲିବେ ଉଦ୍ଧାର ହୋଇଥିବା ଚୀନର ଦୁଇ କ୍ରୁ ମେମ୍ବର। ଉଦ୍ଧାର ଦୁଇ ନାବିକଙ୍କୁ ପଚରାଉଚରା କରିବା ପାଇଁ କୋଲକାତାରୁ ପାରାଦୀପରେ ପହଞ୍ଚିଛନ୍ତି ଚୀନ୍ ଭାଷା ଜାଣିଥିବା ଦୁଇ ଜଣ ଅନୁବାଦକ। କୋଲକାତା ସ୍ଥିତ ଚୀନ୍ ବାଣିଜ୍ୟ ଦୂତାବାସରୁ ଦୁଇ ଅଧିକାରୀ ପାରାଦୀପରେ ପହଞ୍ଚି ସାରିଛନ୍ତି।

ଉଦ୍ଧାର ଦୁଇ ନାବିକଙ୍କୁ ଅନୁବାଦକଙ୍କ ଜରିଆରେ ପଚରାଉଚରା କରାଯାଇ ଜାହାଜ ବୁଡ଼ିବାର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରାଯିବ। କେଉଁ କାରଣରୁ ଜାହାଜଟି ବୁଡ଼ିଲା ଏବଂ କିଭଳି ପରିସ୍ଥିତିରେ ଏହି ଘଟଣା ଘଟିଲା, ସେନେଇ ନାବିକଙ୍କଠାରୁ ତଥ୍ୟ ସଂଗ୍ରହ କରାଯିବ। ଏହି ପଚରାଉଚରା ପ୍ରକ୍ରିୟାରେ ପୋଲିସ, କୋଷ୍ଟଗାର୍ଡ, ଇମିଗ୍ରେସନ୍ ବିଭାଗ, ପାରାଦୀପ ପୋର୍ଟ ଅଧିକାରୀ, ସର୍ଭେୟର ଏବଂ ବୀମା କମ୍ପାନୀର ପ୍ରତିନିଧିଙ୍କ ସମେତ ବିଭିନ୍ନ ସଂସ୍ଥାର ଅଧିକାରୀମାନେ ସାମିଲ ହୋଇପାରନ୍ତି।

ଗଭୀର ସମୁଦ୍ରରେ କେମିତି ବୁଡ଼ିଲା ବିଦେଶୀ ଜାହାଜ
ରହସ୍ୟ ଫିଟାଇବେ ଉଦ୍ଧାର ୨ ଚୀନ୍ ସଦସ୍ୟ
କୋଲକାତାରୁ ଆସିଲେ ୨ ଚୀନ୍ ଭାଷା ଅନୁବାଦକ
କୋଲକାତାରେ ଥିବା ଚୀନ୍ ବାଣିଜ୍ୟ ଦୂତାବାସରୁ ଆସିଛନ୍ତି
ଜାହାଜ ବୁଡ଼ି ସଂପର୍କରେ ଉଦ୍ଧାର ନାବିକଙ୍କୁ ପଚରାଉଚରା କରିବେ
ପାନାମା ପତାକାବାହୀ ଜାହାଜ ‘ଏମଭି ଓସେନ ୱିନର୍’ ବୁଡ଼ି ନେଇ ଜେରା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।