₹1.40 Crore Fraud Allegation: SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

Aug 28, 2026 - 11:03
₹1.40 Crore Fraud Allegation: SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

କଟକ ସ୍ଥିତ SCB ମେଡିକାଲ କଲେଜରେ ଆର୍ଥିକ ହେରଫେର ଅଭିଯୋଗରେ ଡାଟା ଏଣ୍ଟ୍ରି ଅପରେଟର ଦିନେଶ ରାଉତ ଗିରଫ । ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ମାମଲାରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା।

ମେଡିକାଲ କଲେଜର କର୍ମଚାରୀମାନଙ୍କ ଦରମା ସମ୍ପର୍କିତ ତଥ୍ୟ ଓ କାର୍ଯ୍ୟ ଡାଟା ଏଣ୍ଟ୍ରି ଅପରେଟରଙ୍କ ଜରିଆରେ ପରିଚାଳିତ ହେଉଥିଲା। ଅଡିଟ୍ ରିପୋର୍ଟରେ ଦରମା ସମ୍ପର୍କିତ ତଥ୍ୟରେ ହେରଫେର କରାଯାଇଥିବା ଏବଂ ଏହା ମାଧ୍ୟମରେ ବଡ଼ ଧରଣର ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ଏହା ପରେ ଏସସିବି ଅଧୀକ୍ଷକଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗିରଫ କରିଛି।

 କଟକ SCB ମେଡିକାଲ୍ କଲେଜ ଅଧୀକ୍ଷକଙ୍କ ଅଫିସର DEO ଗିରଫ
ଡାଟା ଏଣ୍ଟ୍ରି ଅପରେଟର (DEO)ଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ୍
୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିବା ଅଭିଯୋଗରେ ଗିରଫ
କର୍ମଚାରୀମାନଙ୍କ ସମସ୍ତ ଦରମା କାମ DEOଙ୍କ ଜରିଆରେ ହେଉଥିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।