Nabarangpur Planning Meet: MLA Warns Officials Over Delayed Bridge Work
‘#ଇଚ୍ଛା_ହେଲେ_କାମ_କର #ନହେଲେ_ଜିଲ୍ଲା_ଛାଡ଼’
ଇଚ୍ଛା ହେଲେ କାମ କର, ନହେଲେ ଜିଲ୍ଲା ଛାଡ଼। ନବରଙ୍ଗପୁର ଜିଲ୍ଲା ଯୋଜନା କମିଟି ବୈଠକରେ ଅଧିକାରୀଙ୍କ ଉପରେ ବର୍ଷିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ବ୍ରିଜ୍ କାମରେ ଅହେତୁକ ବିଳମ୍ବ ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ଅଧିକାରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ ବିଧାୟକ। ତାଙ୍କ ଅଭିଯୋଗ ଅନୁସାରେ, ଦୁଇ ବର୍ଷ ଧରି ଜିଲ୍ଲାରେ ଆଖିଦୃଶିଆ ବିକାଶ କାମ ହୋଇନାହିଁ।
ଯେଉଁ କାମ କରାଯାଉଛି ତାହା ନିମ୍ନମାନର। ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ କାମରେ ବିଳମ୍ବ ସହିତ ଟେଣ୍ଡର ଫିକ୍ସିଂ ହେଉଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ଏଣୁ କାମ କରିବାର ଇଚ୍ଛା ନଥିଲେ ଅଧିକାରୀ ଛୁଟି ନେଇ ଘରେ ରୁହନ୍ତୁ, ନଚେତ ବଦଳି ହୋଇ କିମ୍ବା ଚାକିରି ଛାଡ଼ି ଚାଲିଯାଆନ୍ତୁ ବୋଲି କଡ଼ା ଭାଷାରେ କହିଥିଲେ ବିଧାୟକ। ସେପଟେ ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରି ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି, ବିଭିନ୍ନ କାମ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଟେଣ୍ଡର ପ୍ରକ୍ରିୟା ମଧ୍ୟ ଚାଲିଛି। ଅନ୍ୟପକ୍ଷରେ ଟେଣ୍ଡର ଫିକ୍ସିଂ ଅଭିଯୋଗର ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ।...
#Nabarangpur#ManoharRandhari#DistrictPlanningCommittee#OdishaPolitics#DevelopmentWork#TenderFixing#BridgeWork#OdishaNews#OdishaTV#OTV
At the Nabarangpur District Planning Committee meeting, Dabugam MLA Manohar Randhari criticised officials over delays in bridge construction and alleged that development work in the district has been slow and of poor quality. He also alleged a nexus between officials and contractors and raised allegations of tender fixing. The Superintending Engineer rejected the allegations, saying proposals for various works have been submitted to the government and tender processes are underway. Nabarangpur MLA and District Planning Committee Chairman Gouri Shankar Majhi said strict action would be taken if evidence of tender fixing is found.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।