Nabarangpur Shocker: ନବରଙ୍ଗପୁରରେ ଚାଞ୍ଚଲ୍ୟ, କାଜୁ ଜଙ୍ଗଲରେ ଦୁଇ ମୃତଦେହ ଠାବ

Oct 01, 2026 - 17:02
Nabarangpur Shocker: ନବରଙ୍ଗପୁରରେ ଚାଞ୍ଚଲ୍ୟ, କାଜୁ ଜଙ୍ଗଲରେ ଦୁଇ ମୃତଦେହ ଠାବ

କାଜୁ ଜଙ୍ଗଲରେ ୨ ଝୁଲନ୍ତା ମୃତଦେହ। ନବରଙ୍ଗପୁର ପାପଡ଼ାହାଣ୍ଡି ମୋକିଆ ଗାଁର ଘଟଣା । କାଜୁ ଜଙ୍ଗଲରୁ ଜଣେ ଯୁବକ ଓ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୋଟିଏ ଗଛ ଡାଳରେ ଦୁହେଁ ଓଢ଼ଣୀ ଲଗାଇ ଝୁଲୁଥିବା ଅବସ୍ଥାରେ ମିଳିଥିବା ସୂଚନା ମିଳିଛି। ମୃତ ଯୁବକ ହେଉଛନ୍ତି ମୋକିଆ ଗାଁର ପବିତ୍ର ଭତରା। ୪ ମାସ ତଳେ ଯୁବକଙ୍କ ବିବାହ ହୋଇଥିଲା। ସେପଟେ ଭୋରରୁ ନାବାଳିକା ଜଣକ ନିଖୋଜ ଥିବା ଅଭିଯୋଗ ହୋଇଛି। 

ଏକ କାଜୁ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକଙ୍କ କହିବା ଅନୁସାରେ, ପବିତ୍ର ଗତକାଲି ରାତି ପ୍ରାୟ ୧୧ଟାରେ ଘରେ ଖାଇସାରି ଶୋଇବାକୁ ଯିବେ ବୋଲି କହିଥିଲେ । ଅନ୍ୟପଟେ, ନାବାଳିକା ଜଣକ ଭୋର ପ୍ରାୟ ୩ଟାରୁ ଘରେ ନଥିବା ଜଣାପଡ଼ିଥିଲା । ତାଙ୍କ ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ କିଛି ଗାଁ ଲୋକ କାଜୁ ଜଙ୍ଗଲରେ ଦୁହିଁଙ୍କୁ ଝୁଲୁଥିବା ଦେଖି ପରିବାରକୁ ଜଣାଇଥିଲେ । 

ପ୍ରାଥମିକ ତଦନ୍ତରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ପୋଲିସ ସୂଚନା ପାଇଥିବା କହିଛି । ପବିତ୍ରଙ୍କ ବିବାହ ପ୍ରାୟ ୪ ମାସ ତଳେ ଅନ୍ୟ ଜଣେ ଯୁବତୀଙ୍କ ସହ ହୋଇଥିବା ଜଣାପଡ଼ିଛି । ଘଟଣାର ସମସ୍ତ ଦିଗ ନେଇ ପୋଲିସ ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ ଟିମ ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।