Nagarjuna: ଭାରତର ଦ୍ଵିତୀୟ ସବୁଠାରୁ ଧନୀ ଅଭିନେତା ହେଲେ ସାଉଥ୍ ଷ୍ଟାର୍ ନାଗାର୍ଜୁନ
"ମୁମ୍ବାଇ: ଭାରତୀୟ ସିନେମା ଜଗତର ସବୁଠାରୁ ଧନୀ ଅଭିନେତାମାନଙ୍କ ନୂଆ ତାଲିକା (୨୦୨୬) ପ୍ରକାଶ ପାଇଛି।
ଏହି ତାଲିକାରେ ବଲିଉଡ୍ ବାଦଶାହା ଶାହରୁଖ୍ ଖାନ୍ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଦକ୍ଷିଣ ଭାରତୀୟ ସୁପରଷ୍ଟାର୍ ନାଗାର୍ଜୁନ ଅକ୍କିନେନି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।
ରିପୋର୍ଟ ଅନୁଯାୟୀ, ପ୍ରକାଶିତ 'ଟପ୍-୧୦' ତାଲିକାରେ ଦକ୍ଷିଣ ଭାରତର ୪ ଜଣ ସୁପରଷ୍ଟାର୍ ସ୍ଥାନ ପାଇଛନ୍ତି।Advertisment ରିପୋର୍ଟ ଅନୁଯାୟୀ, ଶାହରୁଖ୍ ଖାନ୍ଙ୍କ ମୋଟ ସମ୍ପତ୍ତି ୧୦,୦୦୦ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ସେ ଭାରତର ସବୁଠାରୁ ଧନୀ ଅଭିନେତା ଭାବେ ନଂ-୧ ସ୍ଥାନରେ ଅଛନ୍ତି।
ଅପରପକ୍ଷରେ, ୫,୦୦୦ କୋଟି ଟଙ୍କାର ନେଟୱର୍ଥ ସହ ନାଗାର୍ଜୁନ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।
ଭାରତର ଟପ୍-୫ ଧନୀ ଅଭିନେତାଙ୍କ ତାଲିକାରେ ଶାହରୁଖ୍ ଖାନ୍(₹୧୦,୦୦୦ କୋଟି), ନାଗାର୍ଜୁନ ଅକ୍କିନେନି(₹୫,୦୦୦ କୋଟି), ଅମିତାଭ ବଚ୍ଚନ(₹୪,୦୦୦ କୋଟି), ସଲମାନ ଖାନ୍(₹୩,୦୦୦ କୋଟି), ହ୍ରିତିକ ରୋଶନ (₹୨,୫୦୦ କୋଟି) ପ୍ରମୁଖ ରହିଛନ୍ତି | ଆହୁରି ପଢନ୍ତୁ: Rabi in love: ପରଦେଶୀ ନାୟିକାଙ୍କ ପ୍ରେମରେ ରବି ସେହିପରି ଏହି ତାଲିକାରେ ଅନ୍ୟ ସାଉଥ ସୁପରଷ୍ଟାରଙ୍କ ବାବଦରେ କହିବାକୁ ଗଲେ ୮ ନମ୍ବର ସ୍ଥାନରେ ଚିରଞ୍ଜୀବୀ (₹୧,୭୦୦ କୋଟି), ୯ ନମ୍ବର ସ୍ଥାନରେ ଭେଙ୍କଟେଶ ଦଗ୍ଗୁବତି(₹୧,୬୫୦ କୋଟି), ୧୦ ନମ୍ବର ସ୍ଥାନରେ ରାମ ଚରଣ (₹୧,୪୦୦ କୋଟି) ପ୍ରମୁଖ ରହିଛନ୍ତି | "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।