Nagarmal Bajoria: ୨୮୪ ଥର ନିର୍ବାଚନ ଲଢ଼ି ପ୍ରତ୍ୟେକ ଥର ହାରିଥିଲେ: ଜାଣନ୍ତୁ ନାଗରମଲ୍ ବାଜୋରିଆଙ୍କ ରୋଚକ କାହାଣୀ
"ଭାଗଲପୁର: ଅନେକ ରାଜନେତା କେବଳ ଜିତିବା ଏବଂ କ୍ଷମତା ହାସଲ କରିବା ପାଇଁ ନିର୍ବାଚନ ଲଢ଼ିଥାନ୍ତି ।
ମାତ୍ର ବିହାରର ଭାଗଲପୁରର ଜଣେ ଏପରି ବ୍ୟକ୍ତି ଥିଲେ, ଯାହାଙ୍କ ପାଇଁ ନିର୍ବାଚନ ଜିତିବା କେବେ ବି ମୁଖ୍ୟ ଲକ୍ଷ୍ୟ ନଥିଲା।
ସେ ହେଉଛନ୍ତି ନାଗରମଲ୍ ବାଜୋରିଆ।
ନିଜ ଜୀବନକାଳ ମଧ୍ୟରେ ସେ ୨୮୦ରୁ ଅଧିକ (କେତେକ ରେକର୍ଡ ଅନୁଯାୟୀ ୨୮୪ ଥର) ନିର୍ବାଚନ ଲଢ଼ିଥିଲେ ଏବଂ ପ୍ରତ୍ୟେକ ଥର ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।Advertisment ୯୬ ବର୍ଷ ବୟସରେ ପାଟନାରେ ତାଙ୍କର ପରଲୋକ ଘଟିଛି।
ମାତ୍ର ତାଙ୍କର ଏହି ଅନନ୍ୟ ରାଜନୈତିକ ଯାତ୍ରା ଆଜି ବି ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରେ।
ନାଗରମଲ୍ ବାଜୋରିଆଙ୍କ ନିର୍ବାଚନୀ ଯାତ୍ରା କୌଣସି ଗୋଟିଏ ସ୍ତରରେ ସୀମିତ ନଥିଲା।
ସେ ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ ନିର୍ବାଚନରୁ ଆରମ୍ଭ କରି ବିଧାନସଭା, ଲୋକସଭା ଏବଂ ଦେଶର ସର୍ବୋଚ୍ଚ ପଦବୀ 'ରାଷ୍ଟ୍ରପତି ନିର୍ବାଚନ' ପର୍ଯ୍ୟନ୍ତ ନିଜର ଭାଗ୍ୟ ପରୀକ୍ଷା କରିଥିଲେ।
୧୯୬୯ ମସିହାରେ ସେ ରାଷ୍ଟ୍ରପତି ନିର୍ବାଚନରେ ଭି.ଭି.
ଗିରିଙ୍କ ବିପକ୍ଷରେ ପ୍ରାର୍ଥିପତ୍ର ଦାଖଲ କରି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲେ।
ଆହୁରି ପଢନ୍ତୁ: Vinod Kambli: କାମ୍ବଲିଙ୍କ ଏ କି ଅବସ୍ଥା!
ବୃଦ୍ଧାଶ୍ରମରୁ ଦୁଃଖ ବଖାଣିଲେ ପୂର୍ବତନ ବ୍ୟାଟର ସେ ଦେଶର ପ୍ରଭାବଶାଳୀ ନେତାମାନଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବାକୁ କେବେ ପଛଘୁଞ୍ଛା ଦେଇନଥିଲେ।
ସେ ରାୟବରେଲିରୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଆମେଠିରୁ ରାଜୀବ ଗାନ୍ଧୀଙ୍କ ସମେତ ସଞ୍ଜୟ ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ ଏବଂ ଏଲ.କେ.
ଆଡଭାନୀଙ୍କ ଭଳି ନେତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ।
ପ୍ରତ୍ୟେକ ଥର ଫଳାଫଳ ହାର୍ ହିଁ ହୋଇଥିଲା, ମାତ୍ର ଏହା ତାଙ୍କ ଉତ୍ସାହକୁ କେବେ ପ୍ରଭାବିତ କରିନଥିଲା।
ଆହୁରି ପଢନ୍ତୁ: eypore-Koraput route: ରେଳଧାରଣା ଧୋଇଗଲା: ଜୟପୁର-କୋରାପୁଟ ରୁଟ୍ରେ ରେଳ ଚଳାଚଳ ବନ୍ଦ ତାଙ୍କ ନାତି ସୌରଭ ବାଜୋରିଆଙ୍କ କହିବା ଅନୁଯାୟୀ, "ନିର୍ବାଚନ ତାଙ୍କ ପାଇଁ ଜିତିବା କିମ୍ବା ହାରିବାର ଖେଳ ନଥିଲା।
ଗଣତନ୍ତ୍ରରେ ଜଣେ ସାଧାରଣ ନାଗରିକ ବି ଦେଶର ବଡ଼ ବଡ଼ ନେତାଙ୍କ ସାମ୍ନାରେ ଛିଡ଼ା ହୋଇପାରିବ, ଏହି ସନ୍ଦେଶ ଦେବା ହିଁ ତାଙ୍କର ପ୍ରକୃତ ବିଜୟ ଥିଲା।" ପ୍ରାର୍ଥିପତ୍ର ରଦ୍ଦ ଏବଂ ବୈଷୟିକ କାରଣ ଯୋଗୁଁ ତାଙ୍କ ନିର୍ବାଚନ ସଂଖ୍ୟାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ (୨୮୧ ରୁ ୨୮୪) ରହିଥିଲେ ହେଁ, ସବୁଠାରୁ ଅଧିକ ନିର୍ବାଚନ ଲଢ଼ିବାର ଏହି ଅନନ୍ୟ ରେକର୍ଡ ପାଇଁ ତାଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଡ ରେକର୍ଡସରେ ମଧ୍ୟ ସ୍ଥାନ ପାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।