Naidu Commission File Missing Case: ନାଇଡୁ କମିଶନ ଫାଇଲ୍ ହଜିବା ମାମଲାରେ ୩ ଜଣଙ୍କ ବୟାନ ରେକର୍ଡ

Oct 05, 2026 - 16:58
Naidu Commission File Missing Case: ନାଇଡୁ କମିଶନ ଫାଇଲ୍ ହଜିବା ମାମଲାରେ ୩ ଜଣଙ୍କ ବୟାନ ରେକର୍ଡ

ନାଇଡୁ କମିଶନ ଫାଇଲ୍ ହଜିବା ଘଟଣାରେ କ୍ରାଇମବ୍ରାଞ୍ଚ ନୋଟିସ୍ କରିଥିବା ୩ ଜଣଙ୍କ ବୟାନ ରେକର୍ଡ । କମିଶନଙ୍କ ରିପୋର୍ଟ ଗୃହ ବିଭାଗରେ ପହଞ୍ଚିଥିବା ବେଳେ ଏହା ପରେ ଫାଇଲ୍ କେଉଁଆଡ଼େ ଗଲା, ସେନେଇ ତଦନ୍ତ ଚାଲିଛି। କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ, ଏବେ ଯାଏଁ ଫାଇଲ୍ ହଜିଥିବା ଆଧାରରେ ହିଁ ତଦନ୍ତ ଆଗକୁ ବଢ଼ୁଛି। ତଦନ୍ତ ଶେଷ ହୋଇନଥିବାରୁ ଏହାକୁ ଏବେଠାରୁ ‘ଫାଇଲ୍ ଚୋରି’ ବୋଲି କହିବା ଠିକ୍ ହେବ ନାହିଁ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ଫାଇଲ୍ କିପରି ନିଖୋଜ ହେଲା ଏବଂ ଏହାର ପରବର୍ତ୍ତୀ ଗତିବିଧି କ’ଣ ଥିଲା, ସେନେଇ ତଦନ୍ତ ଜାରି ରହିଛି। କନ୍ଧମାଳ ହିଂସାକାଣ୍ଡ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ଗଠିତ ନାଇଡୁ କମିଶନ ରିପୋର୍ଟ ଗାଏବ ହେବା ଘଟଣା ଏବେ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । 

 ନାଇଡୁ କମିଶନ ଫାଇଲ୍ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ
କ୍ରାଇମବ୍ରାଞ୍ଚ ନୋଟିସ୍  କରିଥିବା ୩ ଜଣଙ୍କ ବୟାନ ରେକର୍ଡ ସୂଚନା
କମିଶନ ରିପୋର୍ଟ ଗୃହ ବିଭାଗରେ ପହଞ୍ଚିଥିଲା, କେଉଁଆଡ଼େ ଗଲା ଚାଲିଛି ତଦନ୍ତ
ଏବେ ଯାଏଁ ଫାଇଲ୍  ହଜିବା ଆଧାରରେ ହିଁ ତଦନ୍ତ ଚାଲିଥିବା କ୍ରାଇମବ୍ରାଞ୍ଚର ସୂଚନା
ତଦନ୍ତ ଶେଷ ନ ହେବା ଯାଏଁ ଫାଇଲ ଚୋରି ବୋଲି କହିବା ଠିକ୍ ହେବନି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।