Vigilance Finds Crores-Worth Assets: ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଠାବ ହେଲା ବିଶାଳ ଫାର୍ମହାଉସ୍‌ ସହ ୨୦ ପ୍ଲଟ୍

Oct 05, 2026 - 16:21
Vigilance Finds Crores-Worth Assets: ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଠାବ ହେଲା ବିଶାଳ ଫାର୍ମହାଉସ୍‌ ସହ ୨୦ ପ୍ଲଟ୍

ବିଶାଳ ଫାର୍ମ ହାଉସ୍, ୨୦ଟି ଦାମୀ ପ୍ଲଟ୍। ତା ସାଙ୍ଗକୁ ଦୁଇଟି ବହୁତଳୀୟ କୋଠା। ପୂର୍ତ୍ତ ବିଭାଗର ବେତନଟୀ ସବ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ଘରେ ରେଡ୍ ପରେ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ବାଲେଶ୍ୱରର ଅଙ୍ଗାରଗଡ଼ିଆଠାରେ ତାଙ୍କର ୩,୫୦୦ ବର୍ଗଫୁଟ୍  ଅଞ୍ଚଳର ଏକ ତିନି ମହଲା କୋଠା ରହିଥିବାବେଳେ ଖୋର୍ଦ୍ଧାର ବାଲିଅନ୍ତାଠାରେ ରହିଛି ୧,୮୦୦ ବର୍ଗଫୁଟ୍ ଅଞ୍ଚଳର ଦୁଇ ମହଲା କୋଠା।

ବାଲେଶ୍ୱର ବସନ୍ତପୁରଠାରେ ପ୍ରାୟ ୫ ଏକର ଜମିରେ ଫାର୍ମହାଉସ୍ କରିଛନ୍ତି ଅରବିନ୍ଦ । ଯେଉଁଠାରେ ୨ଟି ମାଛ ଚାଷ ପୋଖରୀ ଏବଂ ଏକ କୁକୁଡ଼ା ଫାର୍ମ ରହିଛି। ବାଲେଶ୍ୱର ସହର ଓ ଏହାର ଆଖପାଖ ଅଞ୍ଚଳରେ ରହିଛି ୨୦ଟି ଦାମୀ ପ୍ଲଟ୍ । ଏହାଛଡ଼ା ତାଙ୍କଠାରୁ ନଗଦ ୨.୭୭ ଲକ୍ଷ ଟଙ୍କା, ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ଆର୍ଥିକ ନିବେଶ ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୦ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । 

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ AEE
ମୟୂରଭଞ୍ଜ ପୂର୍ତ୍ତ ବିଭାଗ ବେତନଟୀ ସବ ଡିଭିଜନର AEE
ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ଘରେ ରେଡ୍
ବିଶାଳ ଫାର୍ମ ହାଉସ୍, ୨୦ଟି ଦାମୀ ପ୍ଲଟ୍ ଠାବ
ବାଲେଶ୍ୱରର ଅଙ୍ଗାରଗଡ଼ିଆଠାରେ ତିନି ମହଲା କୋଠା
ଖୋର୍ଦ୍ଧାର ବାଲିଅନ୍ତାଠାରେ ରହିଛି ଦୁଇ ମହଲା କୋଠା
ବାଲେଶ୍ୱରରେ ପ୍ରାୟ ୫ ଏକର ଜମିରେ ଫାର୍ମହାଉସ୍
ନଗଦ ୨.୭୭ ଲକ୍ଷ ଟଙ୍କା, ବ୍ୟାଙ୍କ ଜମା ଠାବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।