Nalanda University: ୩ ମାସର ନିଆଁରେ ଜଳିଗଲା ଭାରତର ଭବିଷ୍ୟତ
"ଭାବନ୍ତୁ ତ ଏମିତି ଏକ ସ୍ଥାନ ଯେଉଁଠାରେ ଦୁନିଆର କୋଣ ଅନୁକୋଣରୁ ଛାତ୍ରଛାତ୍ରୀ ପଢ଼ିବାକୁ ଆସୁଥିଲେ।
ଯେଉଁଠାରେ ଜ୍ଞାନ ଥିଲା ସମ୍ପଦ ଆଉ ପୁସ୍ତକ ଥିଲା ସବୁଠୁ ବଡ଼ ଧନ।
ଏମିତି ଏକ ବିଶ୍ୱବିଦ୍ୟାଳୟ ଯାହାର ପାଠାଗାର ଥିଲା ନଅ ମହଲା ବିଶିଷ୍ଟ।
ହଜାର ହଜାର ନୁହେଁ ଲକ୍ଷ ଲକ୍ଷ ପାଣ୍ଡୁଲିପି ଓ ଗ୍ରନ୍ଥରେ ଭରିଥିଲା ସେହି ଭଣ୍ଡାର।
କୁହାଯାଏ ଜଣେ ମଣିଷ ସାରା ଜୀବନ ପଢ଼ିଲେ ମଧ୍ୟ ସବୁ ପୁସ୍ତକ ସରାଇପାରିବ ନାହିଁ।ଆଉ ସବୁଠାରୁ ବଡ଼ କଥା ହେଲା, ଏହି ଜ୍ଞାନର ସାମ୍ରାଜ୍ୟ କୌଣସି ବିଦେଶରେ ନୁହେଁ ଭାରତର ମାଟିରେ ଥିଲା।
ନାଁ ଥିଲା...
ନାଳନ୍ଦା।
ଯେଉଁଠାରେ ଗଣିତ, ଜ୍ୟୋତିର୍ବିଜ୍ଞାନ, ଚିକିତ୍ସା ବିଜ୍ଞାନ, ଦର୍ଶନ ଓ ବୌଦ୍ଧ ଅଧ୍ୟୟନର ଗୁଞ୍ଜରଣ ଶୁଣାଯାଉଥିଲା।
କିନ୍ତୁ ଇତିହାସର ଗୋଟିଏ ଅନ୍ଧକାର ଦିନରେ ସବୁକିଛି ବଦଳିଗଲା।
ଏକ ଆକ୍ରମଣ...
ଆଉ ତା"ପରେ ଲାଗିଲା ଭୟଙ୍କର ନିଆଁ।
ଏମିତି ନିଆଁ ଯାହା କେବଳ ପୁସ୍ତକକୁ ନୁହେଁ ଜ୍ଞାନର ଏକ ସମ୍ପୂର୍ଣ୍ଣ ଯୁଗକୁ ଭସ୍ମ କରିଦେଲା।
ତେବେ କ"ଣ ଥିଲା ନାଳନ୍ଦାର କାହାଣୀ?
କେମିତି ଧ୍ୱଂସ ହେଲା ବିଶ୍ୱର ଏହି ମହାନ ଶିକ୍ଷାକେନ୍ଦ୍ର?
ଆସନ୍ତୁ ଇତିହାସର ଏକ ରୋମାଞ୍ଚକର ଅଧ୍ୟ୍ୟାୟ ବିଷୟରେ ଜାଣିବା...Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।