Naman and Shreyas: ସହଜ ବିଜୟ ଦେଲେ ନମନ ଓ ଶ୍ରେୟସ: ପ୍ରଥମ ଟ୍ବେଣ୍ଟି-୨୦ ଶତକ
ଲକ୍ଷ୍ନୌ: ପଦାର୍ପଣରେ ନମନ ଧୀରଙ୍କ ଚମତ୍କାର ବୋଲିଂ (୪-୦-୩୧-୩) ପରେ ଅଧିନାୟକ ଶ୍ରେୟସ ଆୟରଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ (୪୩ ବଲ୍ରୁ ୧୦୨* ରନ୍) ବଳରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ଘରୋଇ ଦଳ ୮ ୱିକେଟ୍ରେ ଏକତରଫା ଭାବେ ବିଜୟୀ ହୋଇ ୫ ମ୍ୟାଚ୍ ଶୃଙ୍ଖଳାରେ ୧-୦ ପ୍ରାରମ୍ଭିକ ଅଗ୍ରଣୀ ନେଇଛି।
Neglect: ଘର ଅଗଣାରେ ସ୍ବାମୀଙ୍କୁ କବରଦେଲେ ଅସହାୟ ମହିଳା
ଭାରତୀୟ ଦଳ ଟସ୍ ଜିତିବା ପରେ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ନମନ ଧୀର ଓ କାମିଲ ପୂରନ ପଦାର୍ପଣ ସୁଯୋଗ ପାଇଥିଲେ। ଅକିଲ ହୁସେନ୍ ନିଜ ୧୦୦ତମ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ପାୱାରପ୍ଲେ ଭିତରେ ୩ ୱିକେଟ୍ ହରାଇବା ସତ୍ତ୍ବେ ୱେଷ୍ଟଇଣ୍ଡିଜ୍ ଦମ୍ଦାର ବ୍ୟାଟିଂ କରି ବଡ଼ ସ୍କୋର୍ ସୁଯୋଗ ସମ୍ଭାବନା ସୃଷ୍ଟି କରିଥିଲା। କିନ୍ତୁ ମଝିରେ ମାତ୍ର ୨୮ ରନ୍ରେ ୫ ୱିକେଟ୍ ହରାଇ ଦିଗହରା ହୋଇଯାଇଥିଲା। ତଥାପି ଓପନର୍ ସାଇ ହୋପ୍ (୩୭ ବଲ୍ରୁ ୫୨ ରନ୍) ଏବଂ ମଧ୍ୟକ୍ରମ ବ୍ୟାଟର୍ ସେର୍ଫାନ୍ ରଦରଫୋର୍ଡ (୩୪ ବଲ୍ରୁ ୫୬ ରନ୍)ଙ୍କ ଅର୍ଦ୍ଧଶତକ ବଳରେ ୧୭୧ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା। ପଦାର୍ପଣକାରୀ ନମନ ଧୀର ପ୍ରତି ଥର ଛକା ମାଡ଼ର ଶିକାର ହେବା ପରବର୍ତ୍ତୀ ବଲ୍ରେ ୱିକେଟ୍ ନେଇଥିଲେ।
Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ
ଜବାବରେ ଭାରତ ୩.୩ ଓଭର ଭିତରେ ପ୍ରାରମ୍ଭିକ ଯୋଡ଼ି ଅଭିଷେକ ଶର୍ମା (୨୧) ଓ ସଂଜୁ ସାମ୍ସନ୍ (୧୧)ଙ୍କୁ ହରାଇଥିଲା। କିନ୍ତୁ ଅଧିନାୟକ ଶ୍ରେୟସ ଆୟର ଆଜି ଫାୟାର ମୁଡ୍ରେ ଥିଲେ। ୨୮ ବଲ୍ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ପରେ ପରବର୍ତ୍ତୀ ୧୪ ବଲ୍ରୁ ଦ୍ବିତୀୟ ୫୦ ରନ୍ ଯୋଡ଼ି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ନିଜ ଶତକ ସ୍ବପ୍ନ ସାକାର କରିଥିଲେ। ରସ୍ତନ ଚେଜ୍ଙ୍କୁ ଛକା ମାରି ସେ ଶତକ ପୂରା କରିବା ସହ ଦଳର ବିଜୟ ମୁଣ୍ଡି ମାରିଥିଲେ। ତାଙ୍କର ୪୩ ବଲ୍ ୧୦୨* ରନ୍ ପାଳିରେ ୧୦ ଚୌକା ଓ ୬ ଛକା ସାମିଲ ଥିଲା। ଈଶାନ କିଶନ (୨୭ ବଲ୍ରୁ ୩୭* ରନ୍)ଙ୍କୁ ସାଥୀ କରି ସେ ଅତୁଟ ତୃତୀୟ ୱିକେଟ୍ ପାଇଁ ୧୩୭ ରନ୍ (୧୧.୧ ଓଭର) ଯୋଡ଼ିଥିଲେ।
ସଂକ୍ଷିପ୍ତ ସ୍କୋର: ୱେଷ୍ଟଇଣ୍ଡିଜ ୧୯.୧ ଓଭରରେ ୧୭୧/୧୦ (ସେର୍ଫାନ୍ ରଦରଫୋର୍ଡ-୫୬, ସାଇ ହୋପ୍-୫୨, ନମନ ଧୀର-୩/୩୧, ଅକ୍ଷର ପଟେଲ୍-୨/୨୬, କୁଲଦୀପ ଯାଦବ-୨/୩୩, ଅର୍ଶଦୀପ ସିଂହ-୧/୩୪, ମୟଙ୍କ ଯାଦବ-୧/୪୦)।
ଭାରତ ୧୪.୪ ଓଭରରେ ୧୭୨/୨ (ଶ୍ରେୟସ ଆୟର-୧୦୨*, ଈଶାନ କିଶନ-୩୭*, ଅଭିଷେକ ଶର୍ମା-୨୧, ରସ୍ତନ ଚେଜ୍-୧/୩୭, ଅକିଲ ହୋସେନ୍-୧/୩୭)।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।