Nana Patekar passes away: ନାନା ପାଟେକରଙ୍କ ପରଲୋକ: ଜୀବନ ରଙ୍ଗମଞ୍ଚରୁ ବିଦାୟ ନେଲେ ‘କ୍ରାନ୍ତିବୀର’
ପୁଣେ: ବଲିଉଡ୍ର କିଂବଦନ୍ତି ଅଭିନେତା ନାନା ପାଟେକରଙ୍କର ଗୁରୁବାର ସକାଳେ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ଗୋଆର ଡୋନା ପାଉଲାସ୍ଥିତ ବାସଭବନରେ ହୃଦ୍ଘାତ ଯୋଗୁଁ ସେ ଅଚେତ ହୋଇ ପଡ଼ିଥିଲେ। ପରେ ତାଙ୍କୁ ମଣିପାଲ୍ ହସ୍ପିଟାଲ୍ ନିଆଯାଇଥିଲା। ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ‘ସିପିଆର୍’ ଦେଇ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ମାତ୍ର ତାହା ସଫଳ ହୋଇନଥିଲା। ସକାଳ ୫ଟା ୨୦ ମିନିଟ୍ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ
ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ନାନା ପାଟେକର ଜଣେ ବନ୍ଧୁଙ୍କୁ ସେ ଅସୁସ୍ଥ ଅନୁଭବ କରୁଥିବା ନେଇ ବାର୍ତ୍ତା ପଠାଇଥିଲେ। ରାତି ପ୍ରାୟ ୨ଟା ୩୦ରେ ପଠାଯାଇଥିବା ଏହି ବାର୍ତ୍ତାରେ ତାଙ୍କ ବାମପଟ ଛାତିରେ ଯନ୍ତ୍ରଣା ହେଉଥିବା କହିଥିଲେ ବୋଲି ଡାକ୍ତରୀ ସୂତ୍ରରୁ ଜଣାପଡ଼ିଛି। ବନ୍ଧୁ ଏହି ବାର୍ତ୍ତା ଦେଖି ଭୋର ୪ଟାରେ ତାଙ୍କ ଘରେ ପହଞ୍ଚିଥିଲେ। ସେତେବେଳେ ନାନା ପାଟେକର ଝାଳରେ ଭିଜି ଯାଇଥିଲେ। ତୁରନ୍ତ ଆମ୍ବୁଲାନ୍ସ ଡକାଯାଇ ଘରେ ହିଁ ‘ସିପିଆର୍’ ଆରମ୍ଭ କରାଯାଇଥିଲା, କିନ୍ତୁ କୌଣସି ସୁଫଳ ମିଳିନଥିଲା। ଆଜି ଗୋଆରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ନାନା ପାଟେକରଙ୍କ ପାର୍ଥିବ ଶରୀରକୁ ପୁଣେ ବିମାନବନ୍ଦରକୁ ନିଆଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ପୁଣେ ଜିଲ୍ଲାର ଖଡ଼କୱାସଲା ନିକଟ ଡୋଞ୍ଜେସ୍ଥିତ ତାଙ୍କ ଫାର୍ମହାଉସ୍କୁ ନିଆଯାଇ ସେଠାରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହିତ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
ଚାଷୀର ଲୁହ ପୋଛୁଥିବା ହାତ ଏବେ ନିଶ୍ଚଳ
ମହାରାଷ୍ଟ୍ରରେ ୧୯୫୧ ଜାନୁଆରି ପହିଲାରେ ଜନ୍ମଗ୍ରହଣ କରିଥିବା ନାନା ପାଟେକର ମରାଠୀ ଥିଏଟର୍ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୧୯୭୮ର ‘ଗମନ’ ଚଳଚ୍ଚିତ୍ର ମାଧ୍ୟମରେ ସେ ବଲିଉଡ୍ରେ ପ୍ରବେଶ କରିଥିଲେ। ‘ପରିନ୍ଦା’, ‘କ୍ରାନ୍ତିବୀର’, ‘ୱଜୁଦ୍’, ‘ଅବ୍ ତକ୍ ଛପ୍ପନ୍’, ‘ଅପହରଣ’, ‘ନଟସମ୍ରାଟ୍’ ଭଳି ଚଳଚ୍ଚିତ୍ରରେ ତାଙ୍କ ନିଖୁଣ ଅଭିନୟ ବେଶ୍ ପ୍ରଶଂସିତ ହୋଇଥିଲା। ଗମ୍ଭୀର ଚରିତ୍ରଠାରୁ ହାସ୍ୟରସାତ୍ମକ ଭୂମିକା ପର୍ଯ୍ୟନ୍ତ ସେ ନିଜର ସ୍ୱତନ୍ତ୍ର ଅଭିନୟ ଶୈଳୀ ଓ ଦମ୍ଦାର ସଂଳାପ ପାଇଁ ପରିଚିତ ଥିଲେ। ‘ୱେଲକମ୍’ ଚଳଚ୍ଚିତ୍ରର ଉଦୟ ସେଟ୍ଟୀ ଚରିତ୍ର ମଧ୍ୟ ତାଙ୍କୁ ବେଶ୍ ଲୋକପ୍ରିୟ କରିଥିଲା ନାନା ପାଟେକର ତିନିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୨୦୧୩ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା।
Conference: ୨୩ରୁ ଓଡ଼ିଶାରେ ଆୟୋଜନ ହେବ ‘ସହରୀ ଗତିଶୀଳତା ଭାରତ ସମ୍ମିଳନୀ
ଅଭିନୟ ସହ ସାମାଜିକ କାର୍ଯ୍ୟ ଓ କୃଷକମାନଙ୍କ ସହାୟତା ପାଇଁ ମଧ୍ୟ ସେ ପରିଚିତ ଥିଲେ। ମୃତ୍ୟୁର ମାତ୍ର ଚାରିଦିନ ପୂର୍ବରୁ ଅକ୍ଟୋବର ୪ରେ ଗୋଆର ଡୋନା ପାଉଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଭାଷଣ ଦେଇଥିଲେ। ନାନା ପାଟେକରଙ୍କ ମୃତ୍ୟୁରେ ଅଭିନେତା, ରାଜନେତା ଓ ତାଙ୍କ ପ୍ରଶଂସକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ବହୁମୁଖୀ ପ୍ରତିଭା, ସୃଜନଶୀଳତା ଓ ସ୍ମରଣୀୟ ଚରିତ୍ରଗୁଡ଼ିକୁ ମନେ ପକାଇ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ନାନାଙ୍କ ବିୟୋଗ ହିନ୍ଦୀ ଓ ମରାଠୀ ସିନେମାରେ ଏକ ଗଭୀର ଶୂନ୍ୟତା ସୃଷ୍ଟି କରିଛି। ତାଙ୍କ ଅଭିନୟର ସ୍ୱତନ୍ତ୍ର ଶୈଳୀ ଓ ବିଭିନ୍ନ ଭୂମିକା ପିଢ଼ି ପରେ ପିଢ଼ି ମନେ ରଖିବେ। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନାନାଙ୍କୁ ଘନିଷ୍ଠ ବନ୍ଧୁ ବୋଲି କହି ଶୋକପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ନାନାଙ୍କ ସହ ତାଙ୍କର ଅତି ଘନିଷ୍ଠ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିଲା। ତାଙ୍କ ବିୟୋଗ ଭାରତୀୟ ଚଳଚ୍ଚିତ୍ର ଜଗତ ପାଇଁ ବଡ଼ କ୍ଷତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନାନାଙ୍କୁ ସିନେମାର ଜଣେ ନିର୍ଭୀକ ସ୍ୱର ବୋଲି କହିଛନ୍ତି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ତାଙ୍କ ଅଭିନୟ ଓ ସମାଜସେବାକୁ ସ୍ମରଣ କରି ଶୋକପ୍ରକାଶ କରିଛନ୍ତି। ଅଭିନେତା ଶାହରୁଖ୍ ଖାନ, ଅକ୍ଷୟ କୁମାର ଓ ପ୍ରକାଶ ରାଜ ନାନାଙ୍କ ସହ ବିତାଇଥିବା ସମୟ, ଆଲୋଚନା ଓ ତାଙ୍କଠାରୁ ପାଇଥିବା ଜ୍ଞାନକୁ ସ୍ମରଣ କରିଛନ୍ତି। ଅଭିନେତା-ରାଜନେତା ରବି କିଶନ ନାନାଙ୍କୁ ଘନିଷ୍ଠ ବନ୍ଧୁ କହି ତାଙ୍କଠାରୁ ଅଭିନୟ, ସରଳତା ଓ ଜୀବନଦୃଷ୍ଟି ଶିଖିଥିବା କହିଛନ୍ତି। ଅଭିନେତା ରିତେଶ ଦେଶମୁଖ ତାଙ୍କ ବିୟୋଗ ଏକ ବଡ଼ ଧକ୍କା ଭଳି ଅନୁଭବ ହେଉଛି ବୋଲି କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।