09 OCTOBER 2026

Welcome!

Unlock your personalized experience.
Sign Up

Ambulance: ଆମ୍ବୁଲାନ୍‌ସ ସହ ଜଳିଗଲେ ରୋଗୀ: ଜଣେ ମୃତ, ୨ ଗୁରୁତର, ଫାଟିଗଲା ଅକ୍ସିଜେନ୍‌ ଟାଙ୍କି

Oct 09, 2026 - 03:16
Ambulance: ଆମ୍ବୁଲାନ୍‌ସ ସହ ଜଳିଗଲେ ରୋଗୀ: ଜଣେ ମୃତ, ୨ ଗୁରୁତର, ଫାଟିଗଲା ଅକ୍ସିଜେନ୍‌ ଟାଙ୍କି

ବାରିପଦା/ଦେବକୁଣ୍ଡ/ଉଦଳା: ଡାକ୍ତରଖାନା ପରିସରରେ ଅକ୍ସିଜେନ୍‌ ଟାଙ୍କି ବିସ୍ଫୋରଣ ଘଟି ଜଳିଯାଇଛି ଘରୋଇ ଆମ୍ବୁଲାନ୍‌ସ। ଆମ୍ବୁଲାନସ୍‌ରେ ଥିବା ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜଜିଲ୍ଲା ଉଦଳା ଡାକ୍ତରଖାନାରେ କୁଣ୍ଡାବାଇ ଅଞ୍ଚଳର ସୁଯୋଶ କୁମାର ବାରିକ ଚିକିତ୍ସାଧୀନ ଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ଏକ ଘରୋଇ ଆମ୍ବୁଲାନ୍‌ସରେ ବାରିପଦା ସ୍ଥାନାନ୍ତର କରାଯିବା ନେଇ ପ୍ରସ୍ତୁତି ଚାଲିଥିଲା।‌

Literary Climate: ସାହିତ୍ୟିକ ପାଣିପାଗ; ଆମ ସାହିତ୍ୟ: ଆଉ ବାଜୁନି ଶିଙ୍ଗା

ସୁଯୋଶଙ୍କୁ ଆମ୍ବୁଲାନ୍‌ସରେ ଭର୍ତ୍ତି କରି ଅକ୍ସିଜେନ୍‌ ଲଗାଯାଉଥିବା ବେଳେ ଅକ୍ସିଜେନ୍‌ ଟାଙ୍କିଟି ହଠାତ୍‌ ଫାଟିଯିବା ସହ ନିଆଁ ଲାଗିଯାଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆମ୍ବୁଲାନ୍‌ସର ଛାତ ଉଡ଼ିଯାଇଥିଲା। ଘଟଣାସ୍ଥଳରେ ଥିବା ଲୋକମାନେ ଜଳନ୍ତା ଆମ୍ବୁଲାନ୍‌ସ ଭିତରୁ ସୁଯୋଶଙ୍କୁ ବହୁ କଷ୍ଟରେ ବାହାର କରିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ସେହିପରି ଅନ୍ୟ ଦୁଇ ଜଣ, ନୁଦଡ଼ିହାର ଶରତ ପ୍ରଧାନ ଓ କୁଣ୍ଡାବାଇର ମାସି ମୁଣ୍ଡା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ବେ‌ଳେ ଶରତ ଓ ମାସିଙ୍କୁ ବାରିପଦା ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ସ୍ଥାନାନ୍ତର କରାଯାଇଛି। ତେବେ ଅକ୍ସିଜେନ୍‌ ଟାଙ୍କି କିପରି ଫାଟିଲା ଏବଂ ନିଆଁ କିପରି ଲାଗିଲା, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।