Nana Patekar: ଦିନେ ପରଦାରେ ଗର୍ଜୁଥିଲା ନାନାଙ୍କ ସ୍ୱର, ‘ଆ ଗୟେ ମେରୀ ମୌତ କା ତମାଶା ଦେଖନେ’ରୁ ‘ୱେଲକମ୍’
"ମୁମ୍ବାଇ: ଭାରତୀୟ ସିନେମାରେ କିଛି କଳାକାର ଏମିତି ଥାଆନ୍ତି, ଯେଉଁମାନଙ୍କ ପରିଚୟ କେବଳ ନାମରେ ନୁହେଁ, ସେମାନଙ୍କ ସ୍ୱର, ଅଭିନୟ ଓ ସଂଳାପରେ ବଞ୍ଚିରହେ।
ନାନା ପାଟେକର ସେହି ତାଲିକାର ଜଣେ ବରିଷ୍ଠ ଅଭିନେତା।
ତାଙ୍କ ବିୟୋଗର ଖବର ପରେ ଆଜି ପୁଣି ଥରେ ଦର୍ଶକଙ୍କ ମନରେ ଭାସିଉଠିଛି ତାଙ୍କର ଅନେକ ଚରିତ୍ର ଓ ସେହି ଅମର ସଂଳାପ।
Advertisment ୧୯୯୪ରେ ଆସିଥିବା "କ୍ରାନ୍ତିବୀର" ନାନାଙ୍କ ଅଭିନୟ ଜୀବନର ଏକ ବିଶେଷ ଅଧ୍ୟାୟ।
ଫିଲ୍ମରେ ପ୍ରତାପ ନାରାୟଣ ତିଲକ ଭୂମିକାରେ ତାଙ୍କ ତୀବ୍ର ଅଭିନୟ ଦର୍ଶକଙ୍କୁ ଆନ୍ଦୋଳିତ କରିଥିଲା।
ଫିଲ୍ମର କ୍ଲାଇମାକ୍ସରେ ତାଙ୍କ ମୁହଁରୁ ବାହାରିଥିବା “ଆ ଗୟେ ମେରୀ ମୌତ କା ତମାଶା ଦେଖନେ” ସଂଳାପ ଆଜି ବି ହିନ୍ଦୀ ସିନେମାର ସ୍ମରଣୀୟ ଡାଏଲଗ୍ ଭାବେ ଚର୍ଚ୍ଚିତ।
ଚରିତ୍ରକୁ କରିଥିଲେ ଜୀବନ୍ତ ଏହି ସଂଳାପର ବିଶେଷତା କେବଳ ଏହାର ଶବ୍ଦରେ ନଥିଲା।
ନାନାଙ୍କ ସ୍ୱରର ରାଗ, ମୁହଁର ଭାବଭଙ୍ଗୀ ଓ କଥା କହିବାର ଢଙ୍ଗ ଏହାକୁ ଏକ ଭାବପ୍ରବଣ ଦୃଶ୍ୟରେ ପରିଣତ କରିଥିଲା। "କ୍ରାନ୍ତିବୀର"ରେ ସାମାଜିକ ଅନ୍ୟାୟ, ଦୁର୍ନୀତି ଓ ସାମ୍ପ୍ରଦାୟିକ ବିଭାଜନ ଭଳି ପ୍ରସଙ୍ଗ ମଧ୍ୟ ଉଠିଥିଲା।
ତେବେ ନାନାଙ୍କ ଅଭିନୟର ରଙ୍ଗ କେବଳ ଗମ୍ଭୀର ଓ ତୀବ୍ର ଚରିତ୍ରରେ ସୀମିତ ନଥିଲା। "ୱେଲକମ୍" ସେଠି ଏହାର ଏକ ଭିନ୍ନ ଉଦାହରଣ।
ଗମ୍ଭୀର ଭୂମିକାରେ ଦର୍ଶକଙ୍କୁ ନିରବ କରିଦେଉଥିବା ନାନା, ଏହି ଫିଲ୍ମରେ ନିଜର କମେଡି ଟାଇମିଂ ଓ ସଂଳାପରେ ଦର୍ଶକଙ୍କୁ ହସାଇଥିଲେ। "ୟଶୱନ୍ତ"ରେ ତାଙ୍କ ପୁଲିସ୍ ଚରିତ୍ର ମଧ୍ୟ ନାନାଙ୍କ ଅଭିନୟର ଅନ୍ୟ ଏକ ଶକ୍ତିଶାଳୀ ଦିଗ ଦେଖାଇଥିଲା। “ଏକ ମଛର” ଭଳି ସଂଳାପ ତାଙ୍କ ସ୍ୱତନ୍ତ୍ର ଡାଏଲଗ୍ ପାଇଁ ଦର୍ଶକଙ୍କ ମନରେ ରହିଯାଇଛି।
ସେହିପରି "ପରିନ୍ଦା"ରେ ଆନ୍ନା ଚରିତ୍ରରେ ତାଙ୍କ ଅଭିନୟ ତାଙ୍କୁ ଅପରାଧଭିତ୍ତିକ ସିନେମାର ଏକ ସ୍ମରଣୀୟ ଚରିତ୍ର ଦେଇଥିଲା। "ଦଳର ମୋହର" ଲଗାଇବାକୁ ଚାହିଁନଥିଲେ ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କ ଅଭିନୟର ସବୁଠୁ ବଡ଼ ଶକ୍ତି ଥିଲା।
ସେ ସଂଳାପକୁ କେବଳ କହୁନଥିଲେ, ତାହାକୁ ନିଜ ଚରିତ୍ରର ଭାବନାରେ ପରିଣତ କରିଦେଉଥିଲେ।
ତାଙ୍କ ସ୍ୱରର ଉତ୍ଥାନ-ପତନ, ବିରତି ଓ ଆଖିର ଭାବ ଅନେକ ସମୟରେ ଶବ୍ଦଠାରୁ ଅଧିକ କଥା କହୁଥିଲା।
ଏହି କାରଣରୁ ତାଙ୍କ ଅନେକ ଡାଏଲଗ୍ ଫିଲ୍ମ ସରିବା ପରେ ମଧ୍ୟ ଦର୍ଶକଙ୍କ ମନରେ ରହିଯାଇଛି।
ଆଜି ନାନା ପାଟେକରଙ୍କୁ ମନେ ପକାଇଲେ ହୁଏତ ଅନେକ ଦର୍ଶକଙ୍କ କାନରେ ପୁଣି ଗୁଞ୍ଜିଉଠିବ “ଆ ଗୟେ ମେରୀ ମୌତ କା ତମାଶା ଦେଖନେ”।
ଏହା କେବଳ ଏକ ଫିଲ୍ମର ସଂଳାପ ନୁହେଁ, ଏହା ନାନାଙ୍କ ଅଭିନୟର ସେହି ତୀବ୍ରତାର ଏକ ସ୍ମୃତି, ଯାହା ଦଶନ୍ଧି ପରେ ମଧ୍ୟ ସିନେପ୍ରେମୀଙ୍କ ମନରେ ଜୀବନ୍ତ ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।