Protest: ବିହାର ଓ ତେଲେଙ୍ଗାନାରେ ସିଇସିଙ୍କ ଇସ୍ତଫା ଦାବିରେ ପଦଯାତ୍ରା: ପାଟନାରେ ହାଇ-ଭୋଲଟେଜ୍ ଡ୍ରାମା

Oct 08, 2026 - 13:58
Protest: ବିହାର ଓ ତେଲେଙ୍ଗାନାରେ ସିଇସିଙ୍କ ଇସ୍ତଫା ଦାବିରେ ପଦଯାତ୍ରା: ପାଟନାରେ ହାଇ-ଭୋଲଟେଜ୍ ଡ୍ରାମା

"ପାଟନା: ପାଟନାରେ ଗୁରୁବାର ହାଇ-ଭୋଲଟେଜ୍ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି।

ଇଣ୍ଡି ମେଣ୍ଟ ଦଳଗୁଡ଼ିକ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ରାଜଭବନ ଅଭିମୁଖେ ପଦଯାତ୍ରା କରୁଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ବୀ ଯାଦବଙ୍କୁ ପୁଲିସ ଅଟକ ରଖିଛି।Advertisment ତେଲେଙ୍ଗାନାରେ ମଧ୍ୟ ଆନ୍ଦୋଳନ ତୀବ୍ର ତେଜସ୍ବୀ, ଭିଆଇପିର ମୁକେଶ ସାହଣୀ ଓ ଆରଜେଡି ସାଂସଦ ମିସା ଭାରତୀ ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ବ ନେଉଥିବାବେଳେ ପୁଲିସ ସହିତ ମୁହାଁମୁହିଁ ସ୍ଥିତି ଉପୁଜି ଥିଲା।

ପୁଲିସ ପକ୍ଷରୁ ପାଟନାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରାଯାଇଥିଲା।

ତେଜସ୍ବୀ, ସାହଣୀ ଓ ମିସା ଭାରତୀଙ୍କୁ ପୁଲିସ ଅଟକ ରଖି ପ୍ରତିବାଦ ସ୍ଥଳ ଖାଲି କରିଥିଲା।

ତେଜସ୍ବୀ ଅଭିଯୋଗ କରିଛନ୍ତି ଯେ, ସୁରକ୍ଷାକର୍ମୀ ଏକେ-୪୭ ଧରି ମୁତୟନ ହୋଇଛନ୍ତି।

ଏପରି ଅସ୍ତ୍ର ଆତଙ୍କବାଦୀଙ୍କ ବିରୋଧରେ ବ୍ୟବହାର ହୋଇଥାଏ, ଗଣତାନ୍ତ୍ରିକ ପ୍ରତିବାଦ ବିରୋଧରେ ନୁହେଁ।

Supreme Court: ମହଙ୍ଗା ଔଷଧ ଲେଖିବା ପାଇଁ ଡାକ୍ତରଙ୍କୁ ମହଙ୍ଗା ଉପହାର: ଫାର୍ମା କମ୍ପାନିଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତୁତି କିନ୍ତୁ ଜ୍ଞାନେଶ କୁମାରଙ୍କ ଇସ୍ତଫା ନହେବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ପଛକୁ ହଟିବୁ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ତେଲେଙ୍ଗାନାରେ ମଧ୍ୟ ସିଇସିଙ୍କ ବିରୋଧରେ ତୀବ୍ର ଆନ୍ଦୋଳନ ହୋଇଛି।

ସିଇସିଙ୍କ ଇସ୍ତଫା ଦାବି କରି ତେଲେଙ୍ଗାନା କଂଗ୍ରେସ ଇନ୍ଦିରା ଗାନ୍ଧୀ ପ୍ରତିମୂର୍ତ୍ତିଠାରୁ ସୋମାଜିଗୁଡ଼ା ସ୍ଥିତ ରାଜଭବନ ପର୍ଯ୍ୟନ୍ତ "ଚଲୋ ଲୋକ ଭବନ" ପଦଯାତ୍ରା ଆୟୋଜନ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।