Nana Patekar: ସାମ୍ନାକୁ ଆସିଲା ନାନା ପାଟେକରଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଏହି କାରଣରୁ ହେଲା ଦେହାନ୍ତ

Oct 11, 2026 - 22:07
Nana Patekar: ସାମ୍ନାକୁ ଆସିଲା ନାନା ପାଟେକରଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଏହି କାରଣରୁ ହେଲା ଦେହାନ୍ତ

"ମୁମ୍ବାଇ/ପଣଜୀ: ବଲିଉଡର ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କ ଅକାଳ ବିୟୋଗକୁ ନେଇ ବଡ଼ ଖୁଲାସା ହୋଇଛି।

ଗୋଆରେ ଅଭିନେତାଙ୍କ ମୃତ୍ୟୁ ପରେ ପ୍ରକାଶ ପାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ତାଙ୍କର ମୃତ୍ୟୁ ଏକ ଗମ୍ଭୀର ହୃଦ୍‌ଘାତ ଏବଂ ହୃତପିଣ୍ଡର ମୁଖ୍ୟ ଧମନୀରେ ରକ୍ତ ଜମାଟ ବାନ୍ଧିବା କାରଣରୁ ହୋଇଥିଲା।Advertisment ଗୋଆ ମେଡିକାଲ କଲେଜ (ବମ୍ବୋଲି)ର ଡାକ୍ତରଖାନା ଟିମ୍ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ତାଙ୍କର ମୃତ୍ୟୁ ସ୍ବାଭାବିକ ଥିଲା।

ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି ଯେ ହୃତପିଣ୍ଡର ରକ୍ତନଳୀରେ ଅବରୋଧ ଏବଂ ରକ୍ତ ଜମାଟ ବାନ୍ଧିବା କାରଣରୁ ତାଙ୍କର ପ୍ରାଣହାନୀ ଘଟିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗୋଆରେ ଥିବା ସମୟରେ ଅଧରାତିରେ ନାନା ପାଟେକରଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା।

ସେ ତାଙ୍କ ଜଣେ ବନ୍ଧୁଙ୍କୁ ମେସେଜ୍ କରିଥିଲେ।

ବନ୍ଧୁମାନେ ଘରେ ପହଞ୍ଚି ଦେଖିଲା ବେଳକୁ ସେ ଅତ୍ୟଧିକ ଝାଳରେ ଭିଜି ଯାଇଥିଲେ।

ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ସିପିଆର୍ (CPR) ଦେଇ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସେତେବେଳକୁ ସେ ଆଖି ବୁଜି ସାରିଥିଲେ।

ଆହୁରି ପଢନ୍ତୁ: Management: ମ୍ୟାନେଜମେଣ୍ଟ ପାଠ ପ୍ରତି କମୁଛି କି ପିଲାଙ୍କର ଆଗ୍ରହ?

କ୍ୟାଟ୍‌ (CAT) ୨୦୨୬ ପାଇଁ ଆବେଦନ କଲେ ମାତ୍ର ୨.୮୪ ଲକ୍ଷ ପ୍ରାର୍ଥୀ ପରେ ତାଙ୍କର ପାର୍ଥିବ ଶରୀରକୁ ଏୟାର ଆମ୍ବୁଲାନ୍ସ ଯୋଗୁଁ ମୁମ୍ବାଇ ଏବଂ ପରେ ପୁଣେ ଅଣାଯାଇଥିଲା।

ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ଏହି ଅଚାନକ ମୃତ୍ୟୁରେ ତାଙ୍କ ପରିବାରବର୍ଗ, ବନ୍ଧୁ ଏବଂ ପ୍ରଶଂସକଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଥିଲା ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।