Durga puja: ମା’ ଭଣ୍ଡାର ଘରଣୀଙ୍କ ପୀଠରେ ନବଦିନାତ୍ମକ ଉତ୍ସବ ଆରମ୍ଭ
"ନବରଙ୍ଗପୁର (ସୁରେଶ ନାଇଡୁ): ଆଜି ଠାରୁ ଆରମ୍ଭ ହୋଇଛି ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମା" ଭଣ୍ଡାରଘରଣୀଙ୍କ ଶାରଦୀୟ ନବଦିନାତ୍ମକ ଦଶହରା ମହାପର୍ବ।
ଚଳିତ ବର୍ଷ ମା"ଙ୍କ ପୀଠରେ ରାଜ ପୁରୋହିତ ନରସିଂହ ନାଥ ତ୍ରିପାଠୀଙ୍କ ତତ୍ତ୍ଵ।ବଧାନରେ ମନ୍ଦିର ସେବାୟତ ମନୋଜ ପୂଜାରୀ, ମୃତ୍ୟୁଞ୍ଜୟ ରଥ, ପ୍ରସନ୍ନ ରଥ, ବାବୁନା ପୂଜାରୀ, ପୂଜକ ପଙ୍କଜଙ୍କ ସହ ୧୫ ଜଣ ପୂଜକ ମା"ଙ୍କ ସେବାରେ ନିୟୋଜିତ ଅଛନ୍ତି।
Advertisment ପ୍ରଥମ ଦିନ ବିଶ୍ଵ ଶାନ୍ତି ପାଇଁ ନବରଙ୍ଗପୁର ରାଜ ପରିବାରର ଅସିତ ଦେଓ ବିଜ ଧ୍ଵଜା ସ୍ଥାପନ କରିଥିଲେ।
ଆଜି ୧୦ଟା ବେଳେ ମା"ଙ୍କ ପ୍ରତୀକ ପାଟଖଣ୍ଡାକୁ ପାରମ୍ପରିକ ରୀତିନୀତିରେ ବିରାଟ ପଟୁଆରରେ ପ୍ରତାପ ସାଗରକୁ ନିଆଯାଇଥିଲା।
ସେଠାରେ ମହାସ୍ନାନ କରାଯାଇ ସହର ପରିକ୍ରମା କରି ପୂଣି ମନ୍ଦିରକୁ ଅଣାଯାଇଥିଲା।
କେଉଟସାହି ଓ ସଉରାସାହିର ଆଖଡ଼ା ଏଥିରେ ସାମିଲ ହୋଇଥିଲା।
ଘଣ୍ଟ ଘଣ୍ଟାରେ ଓ ଆତସବାଜୀରେ ପ୍ରକମ୍ପିତ ହେଇଥିଲା ସହର।
ଗୋଟାଏରେ ମହାଧ୍ୱଜା ,୩ଟାରେ ମହାଦୀପ ସ୍ଥାପନ ଏବଂ ଅପରାହ୍ନ ୩.୩୦ ମିନିଟରେ ଘଟ ସ୍ଥାପନ କରାଯାଇଥିଲା।
ଶୋଭାଯାତ୍ରାରେ ଅତିରିକ୍ତଜିଲ୍ଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି ଭାଗ ନେଇଥିଲେ।
ମହାନବମୀରେ ସ୍ବତନ୍ତ୍ର ପୂଜା୧୭ତାରିଖ ସପ୍ତମୀରେ ସନ୍ଧ୍ୟା ୭.୩୦ଘଣ୍ଟ ସମୟରେ ଅପରାଜିତା ପୂଜା ଏବଂ ରାତ୍ର ୯.୩୦ଘଣ୍ଟ ସମୟରେ ମହାସ୍ନାନ ଓ ନବପତ୍ରିକା ସ୍ନାନ , ୧୮ତାରିଖରେ ମହାଷ୍ଟମୀ, ୧୯ତାରିଖରେ ମହା ନବମୀ ଏବଂ ସକାଳ ୧୦ଟା ୨୧ମିନିଟରୁ ୧୧.୦୯ ମିନିଟ ମଧ୍ୟରେ ସନ୍ଧି ପୂଜା ଓ କୁମାରୀ ପୂଜା ଏବଂ ୨୦ତାରିଖ ମଙ୍ଗଳବାର ଦିନ ବିଜୟା ଦଶମୀ ସହ ଦିନ ମଧ୍ୟାହ୍ନ ସାଢ଼େ ଗୋଟଏ ବେଳେ ମା"ଙ୍କ ନବରାତ୍ର ପୂଜାର ପୂର୍ଣ୍ଣାହୁତି ସରିବ।
ସନ୍ଧ୍ୟା ସାଢ଼େ ୫ଟାରେ ମା"ଙ୍କ ବିଜୟା ଦଶମୀ ନୀତି ସମ୍ପନ୍ନ ହେବା ପରେ ମାଁ ବିରାଟ ଶୋଭାଯାତ୍ରାରେ ବାହାରିବେ।
Durga Puja: କୋରଡ଼କଣ୍ଟା ଦୁର୍ଗାପୂଜା ସମିତି: ରାଜଧାନୀରେ "ବାହୁବଳୀ"ର ମାହିଷ୍ମତୀ ସାମ୍ରାଜ୍ୟ ଦଶହରା ପଦାରେ ଲାଖବିନ୍ଧା ନୀତିଦଶହରା ପଦାରେ ଲାଖବିନ୍ଧା ନୀତି ଅନୁଷ୍ଠିତ ହୋଇଥାଏ ବୋଲି ରାଜପୁରୋହିତ ଓଦେବୋତ୍ତର କମିଟି ଅଧିକାରୀ ତଥା ତହସିଲଦାର ଭୋଲେଶ୍ବର ନାୟକ ଜଣାଇଛନ୍ତି।
ଚଳିତ ବର୍ଷ ୨୮ ବର୍ଷ ପୂର୍ତ୍ତି ଅବସରରେ ମନ୍ଦିର ସମ୍ମୁଖରେ ସପ୍ତମୀ ଠାରୁ ନବମୀ ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ।
୧୪ତାରିଖ ଦିନ ଜୟଲକ୍ଷ୍ମୀମିଶ୍ର ଓ ଦଳ, ୧୫ତାରିଖ ଦିନ ପ୍ରଣବପଟ୍ଟନାୟକ ଗୃପ, ୧୬ରେ କସ୍ତୁରୀ ନାଇଟସ୍, ୧୭ତାରିଖ ଦିନ କୋଟପାଡର ଢ଼େମସା, ୧୮ତାରିଖରେ ଇପସିତା ପଣ୍ଡାଙ୍କ ଅକ୍ରେଷ୍ଟ୍ରା,୧୯ରେ ବାବୁ ଓଗୃପ ପକ୍ଷରୁ ମେଲୋଡି ହେବ।
ମନ୍ଦିର ପରିଚାଳନା କମିଟିମନ୍ଦିର ପରିଚାଳନା କମିଟି ସଭାପତି ଟୁଲୁ ଷଡ଼ଙ୍ଗୀ, ଉମା ଶଙ୍କର ତ୍ରିପାଠୀ , ନବରଙ୍ଗପୁର ଦେବୋତ୍ତର ପରିଚାଳନା କମିଟି ସଭାପତି ଝଡେଶ୍ୱର୍ ଖାଡ଼ଙ୍ଗା,ଚାମ୍ବର ସଭାପତି କାହ୍ନୁ ଦାଶ, ଟି ଶ୍ରୀପତି, ପରେଶ୍ ମିଶ୍ର, ଅମିତାଭ ତ୍ରିପାଠୀ, ମଧୁ ତ୍ରିପାଠୀ, ତାପସ ତ୍ରିପାଠୀ, ଅମୂଲ୍ୟ ପାତ୍ର , କାଳୀ କିଙ୍କର ପଟ୍ଟନାୟକ , ଭୀମ ହରିଜନ, ବାଲାଜୀ ବେହେରା, ଉତ୍ତମ ତ୍ରିପାଠୀ, ଚନ୍ଦନ ପାତ୍ର, ବରୁଣ ପାତ୍ର, ନୁନୁ ଦାସ, ଲୁନା ପୂଜାରୀ, ଭିକ୍କି ସ୍ୱାର, ଭିକି ଦାସ, ପ୍ରମୁଖ ସହଯୋଗ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।