Narcotics: ନିଶା ଧରିବାକୁ ୧୮ କୁକୁର ସାମିଲ: ପୂର୍ବତଟ ରେଳପଥର ‘ଅପରେସନ ନାର୍କୋସ୍’
"ଭୁବନେଶ୍ୱର: "ନଶା ମୁକ୍ତ ଭାରତ" ଅଭିଯାନରେ ପୂର୍ବତଟ ରେଳପଥ ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି।
ରେଳପଥର ରେଳ ସୁରକ୍ଷା ବଳ(ଆରପିଏଫ୍) "ଅପରେସନ ନାର୍କୋସ୍" ଅଧୀନରେ ରେଳପଥ ମାଧ୍ୟମରେ ନିଶାଦ୍ରବ୍ୟ ଓ ସାଇକୋଟ୍ରୋପିକ୍ ଦ୍ରବ୍ୟର ବେଆଇନ ଚାଲାଣ ବିରୋଧରେ ଗୁଇନ୍ଦା ସୂଚନା ଆଧାରିତ ଅଭିଯାନକୁ ତୀବ୍ର କରିଛି।
ଏହି ଅଭିଯାନର ଅଂଶ ସ୍ୱରୂପ, ପୂର୍ବତଟ ରେଳପଥ ୧୮ଟି ନୂଆ କୁକୁର ଛୁଆଙ୍କୁ ସାମିଲ କରିଛି।
ଯେଉଁଥିରେ ୧୫ଟି ସ୍ୱତନ୍ତ୍ର ନିଶାଦ୍ରବ୍ୟ ସନ୍ଧାନୀ କୁକୁର ରହିଛନ୍ତି।
ଏହାଦ୍ବାରା ପୂର୍ବତଟ ରେଳପଥର ସନ୍ଧାନୀ କୁକୁର ସଂଖ୍ୟା ୩୩କୁ ବୃଦ୍ଧି ପାଇଛି।
ସେଥିମଧ୍ୟରୁ ୨୦ଟି କୁକୁରକୁ ସ୍ୱତନ୍ତ୍ର ଭାବେ ନିଶାଦ୍ରବ୍ୟ ଚିହ୍ନଟ କାର୍ଯ୍ୟରେ ନିୟୋଜିତ କରାଯାଇଛି।
ଟ୍ରେନ୍, ପ୍ଲାଟଫର୍ମ, ଲଗେଜ୍, ପାର୍ସଲ୍ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ଯାଞ୍ଚ କାର୍ଯ୍ୟରେ ସେମାନେ ସହାୟତା କରିବେ।
ସାମିଲ ହୋଇଥିବା ନୂତନ କୁକୁରଗୁଡ଼ିକର ସ୍ୱତନ୍ତ୍ର ପ୍ରଶିକ୍ଷଣ ଅକ୍ଟୋବର ୨୫ରୁ ଆରମ୍ଭ ହେବ ଏବଂ ୨୦୨୭ ମାର୍ଚ୍ଚ ସୁଦ୍ଧା ସେମାନେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।Advertisment The Core Issue: ମଞ୍ଜ କଥା: ଆମ ଭିତରେ ଥିବା କଳାପାହାଡ଼ମାନେ… ପୂର୍ବତଟ ରେଳପଥର "ଅପରେସନ ନାର୍କୋସ୍"ସନ୍ଧାନୀ କୁକୁରଙ୍କ ସଂଖ୍ୟା ୩୩ ପହଞ୍ଚିଲା୮ ମାସରେ ୧,୦୭୯ କେଜି ଗଞ୍ଜେଇ ଜବତ ନିଶାଦ୍ରବ୍ୟ ଚାଲାଣ ରୋକିବାକୁ ଆରପିଏଫ୍ ସିସିଟିଭି ନିରୀକ୍ଷଣ, ବ୍ୟାଗେଜ୍ ସ୍କାନର୍, ଡ୍ରୋନ୍ ନିରୀକ୍ଷଣ ଓ ଉନ୍ନତ ବିଶ୍ଳେଷଣ ପ୍ରଣାଳୀର ବ୍ୟବହାର କରୁଛି।
ଏଥିସହ ଜିଆରପି, ରାଜ୍ୟ ପୁଲିସ ଓ ଅନ୍ୟାନ୍ୟ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହିତ ସମନ୍ୱୟ ରଖି ଗୁଇନ୍ଦା ସୂଚନା ଆଦାନପ୍ରଦାନ ଓ ମିଳିତ ଅଭିଯାନ କରୁଛି।
୨୦୨୬ ଜାନୁଆରିରୁ ଅଗଷ୍ଟ ମାସ ମଧ୍ୟରେ "ଅପରେସନ୍ ନାର୍କୋସ୍" ଅଧୀନରେ ୭୫ଟି ମାମଲା ଚିହ୍ନଟ ହୋଇଛି।
ପ୍ରାୟ ୩.୬୦ କୋଟି ଟଙ୍କା ମୂଲ୍ୟର ୧,୦୭୯ କିଲୋଗ୍ରାମ ଗଞ୍ଜେଇ ଓ ୬୦ ବୋତଲ କୋଡିନ୍-ଭିତ୍ତିକ କଫ୍ ସିରପ୍ ଜବତ କରାଯାଇଛି।
ନିଶାଦ୍ରବ୍ୟ କାରବାରରେ ସଂପୃକ୍ତ ୯୨ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ରେଳବାଇ ପକ୍ଷରୁ ଟ୍ରେନ୍ କିମ୍ବା ଷ୍ଟେସନ ପରିସରରେ ଧୂମ୍ରପାନ ସମ୍ପୂର୍ଣ୍ଣ ନିଷେଧ ହୋଇଛି।
ରେଳବାଇ ଆକ୍ଟର ଧାରା ୧୬୭ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ।
କେବଳ ସେତିକି ନୁହେଁ, ଟ୍ରେନ୍ ଭିତରେ ସର୍ବସାଧାରଣରେ ମଦ୍ୟପାନ କରିବା ମଧ୍ୟ ଆଇନଗତ ଅପରାଧ।
ଯଦି କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀ ନିଶାଗ୍ରସ୍ତ ଅବସ୍ଥାରେ ଧରାପଡ଼ନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ନିଶା ଦେଇ ଟ୍ରେନ୍ରେ ଲୁଟ୍ କିମ୍ବା ଚୋରା ନିଶାଦ୍ରବ୍ୟ ଚାଲାଣ ଭାରତୀୟ ରେଳବାଇରେ ଏକ ଗମ୍ଭୀର ସୁରକ୍ଷା ଜନିତ ସମସ୍ୟା ପାଲଟିଛି।
ଅଜଣା ଲୋକଙ୍କ ସହ ବନ୍ଧୁତା କରି ସେମାନଙ୍କ ଦ୍ବାରା ଦିଆଯାଉଥିବା ଖାଦ୍ୟ କିମ୍ବା ଚା" ଖାଇ ଯାତ୍ରୀମାନେ ନିଶାଗ୍ରସ୍ତ ହୋଇ ସର୍ବସ୍ବ ଲୁଟ୍ର ଶିକାର ହୋଇଥାନ୍ତି।
ଟ୍ରେନ୍ ଯାତ୍ରା ସମୟରେ ଏଭଳି ଅପରାଧରୁ ନିଜକୁ ରକ୍ଷା ଏବଂ ଜରୁରୀକାଳୀନ ପରିସ୍ଥିତିରେ ନିମ୍ନଲିଖିତ ସତର୍କତା ଓ ନିୟମାବଳୀ ପ୍ରତି ଧ୍ୟାନ ଦେବାକୁ ବାରମ୍ବାର ସଚେତନ କରାଯାଉଛି।
କେବଳ ରେଳବାଇ ଦ୍ବାରା ସ୍ବୀକୃତିପ୍ରାପ୍ତ ପାଣ୍ଟ୍ରି କାର୍ କିମ୍ବା ଷ୍ଟେସନ ଷ୍ଟଲ୍ରୁ ହିଁ ଖାଦ୍ୟ ଓ ପାଣି କିଣନ୍ତୁ।
ରାତି ସମୟରେ ଯାତ୍ରା କଲାବେଳେ ନିଜର ମୂଲ୍ୟବାନ ସାମଗ୍ରୀ ଓ ବ୍ୟାଗ୍କୁ ସୁରକ୍ଷିତ ରଖନ୍ତୁ।
ଯଦି କୌଣସି ପ୍ରକାର ସନ୍ଦେହଜନକ କାର୍ଯ୍ୟକଳାପ ଦେଖନ୍ତି କିମ୍ବା ଲୁଟ୍ର ଶିକାର ହୁଅନ୍ତି, ତେବେ ତୁରନ୍ତ ସର୍ବଭାରତୀୟ ରେଳବାଇ ହେଲ୍ପଲାଇନ୍(୧୩୯)କୁ କଲ୍ କରି ସହାୟତା ମାଗନ୍ତୁ।
ଏଥିସହ "ରେଳମଦଦ୍" ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ତୁରନ୍ତ ନିଜର ଅଭିଯୋଗ ପଞ୍ଜୀକରଣ କରିପାରିବେ।
ଟ୍ରେନ୍ ଡ୍ୟୁଟିରେ ଥିବା ଟିଟିଇ, କୋଚ୍ ଆଟେଣ୍ଡାଣ୍ଟ୍, ଆରପିଏଫ୍/ଜିଆରପି ସୁରକ୍ଷାକର୍ମୀଙ୍କୁ ତୁରନ୍ତ ସୂଚନା ଦେବାକୁ ରେଳପଥ ପକ୍ଷରୁ କୁହାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।