Narendra Modi and Elon Musk Inspire: ୧୦ ଟଙ୍କିଆ ଚା’ କପ୍‌ରୁ ମାସକୁ ୯ ଲକ୍ଷ ଟଙ୍କାର ବ୍ୟବସାୟ!

Oct 26, 2026 - 14:13
Narendra Modi and Elon Musk Inspire: ୧୦ ଟଙ୍କିଆ ଚା’ କପ୍‌ରୁ ମାସକୁ ୯ ଲକ୍ଷ ଟଙ୍କାର ବ୍ୟବସାୟ!

ନୂଆଦିଲ୍ଲୀ: ଗୋଟିଏ କପ୍‌ ଚା'ର ମୂଲ୍ୟ ମାତ୍ର ୧୦ ଟଙ୍କା ହୋଇପାରେ, କିନ୍ତୁ ଏହା ପଛରେ ଥିବା ବ୍ୟବସାୟ ଆପଣଙ୍କ ଅନୁମାନଠାରୁ ଢେର ବଡ଼ ହୋଇପାରେ।

ଇନ୍‌ଷ୍ଟାଗ୍ରାମ୍‌ ରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଚା' ଦୋକାନର ମାଲିକ ନିଜ ବ୍ୟବସାୟ କରିବାର ଶୈଳୀ, ପ୍ରଧାନମନ୍ତ୍ରୀ ମୋଦୀ ଓ ଏଲନ୍‌ ମସ୍କଙ୍କଠାରୁ ମିଳୁଥିବା ପ୍ରେରଣା ଏବଂ ଦୀର୍ଘ ବର୍ଷର ଅନୁଭୂତି ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି।

Advertisment 'ଶର୍ମା କାଫେ ରେସ୍ତୋରାଁ ' ନାମରେ ଦୋକାନ ଚଳାଉଥିବା ଏହି ବ୍ୟକ୍ତି କଣ୍ଟେଣ୍ଟ କ୍ରିଏଟର ଆୟୁଷ ଗୋସ୍ୱାମୀଙ୍କୁ କହିଛନ୍ତି ଯେ ତାଙ୍କର ଏହି ବ୍ୟବସାୟ ପ୍ରାୟ ୫୫ରୁ ୫୬ ବର୍ଷ ପୁରୁଣା।

ଗ୍ରାହକଙ୍କୁ ସବୁଠାରୁ ଭଲ ସ୍ୱାଦ ଦେବାକୁ ସେ ସବୁବେଳେ ଚେଷ୍ଟା କରନ୍ତି।

ଏହି ବିଶ୍ୱାସ ଓ ଗ୍ରାହକଙ୍କ ଭଲପାଇବା ଯୋଗୁଁ ତାଙ୍କ ବ୍ୟବସାୟର ମାସିକ କାରବାର ପ୍ରାୟ ୯ ଲକ୍ଷ ଟଙ୍କାରେ ପହଞ୍ଚିଛି।

ଲାଭର ହିସାବ ବୁଝନ୍ତୁ ବ୍ୟବସାୟର ହିସାବ ବିଷୟରେ କହି ସେ ଜଣାଇଛନ୍ତି ଯେ ତାଙ୍କ ଦୋକାନରେ ପ୍ରତିଦିନ ପ୍ରାୟ ୩,୦୦୦ କପ୍‌ ଚା' ବିକ୍ରି ହୁଏ।

ପ୍ରତି କପ୍‌ ଚା'ର ମୂଲ୍ୟ ୧୦ ଟଙ୍କା ହିସାବରେ ଦୈନିକ ବିକ୍ରି ପ୍ରାୟ ୨୫ ହଜାରରୁ ୩୦ ହଜାର ଟଙ୍କା ମଧ୍ୟରେ ରହିଥାଏ।

ମାସିକ ହିସାବ କଲେ ଏହି ରାଶି ୭.୫ ଲକ୍ଷରୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥାଏ।

ତେବେ ଏହି ପୂରା ଟଙ୍କା ଲାଭ ନୁହେଁ।

ଏଥିରୁ କ୍ଷୀର, ଚା'ପତି, ଚିନି, ଦୋକାନ ଭଡ଼ା, ବିଦ୍ୟୁତ୍‌ ବିଲ୍‌ ଏବଂ କର୍ମଚାରୀଙ୍କ ଦରମା ଭଳି ଅନେକ ଖର୍ଚ୍ଚ ବହନ କରିବାକୁ ପଡ଼େ।

ଏହି ଦୋକାନରେ ପ୍ରାୟ ୩୦ରୁ ୩୫ ଜଣ ଲୋକ କାମ କରୁଛନ୍ତି।

ଦୋକାନ ମାଲିକ ଏହି ବ୍ୟବସାୟକୁ ଏକ ସଫଳ ଓ ସନ୍ତୋଷଜନକ ବ୍ୟବସାୟ ବୋଲି ମନେ କରନ୍ତି।

View this post on Instagram ମୋଦୀ ଓ ମସ୍କଙ୍କଠାରୁ ମିଳେ ପ୍ରେରଣା କଥାବାର୍ତ୍ତା ସମୟରେ ଆୟୁଷ ତାଙ୍କୁ ପଚାରିଥିଲେ ଯେ ଯୁବକମାନେ କମ୍‌ ଟଙ୍କାରେ ବ୍ୟବସାୟ ଆରମ୍ଭ କରି ବଡ଼ ସଫଳତା ହାସଲ କରିପାରିବେ କି?

ଏହାର ଉତ୍ତରରେ ଚା' ଦୋକାନୀ ଏକ ସୁନ୍ଦର ଉଦାହରଣ ଦେଇଥିଲେ।

ସେ କହିଥିଲେ, “ପ୍ରତ୍ୟେକ ବ୍ୟକ୍ତି ପାହାଚର ସବୁଠାରୁ ତଳ ପାହାଚରୁ ହିଁ ଉପରକୁ ଚଢ଼ିଥାଏ।

ଉଦାହରଣ ପାଇଁ ଏଲନ୍‌ ମସ୍କ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଦେଖନ୍ତୁ।” ସେ ଏହି ଦୁଇ ବ୍ୟକ୍ତିଙ୍କଠାରୁ ବେଶ୍‌ ପ୍ରଭାବିତ।

ତାଙ୍କ କହିବା ଅନୁସାରେ, “ମୋଦୀଜୀ ଦିନେ ଚା' ବିକ୍ରି କରୁଥିଲେ ଏବଂ ଆଜି ଦେଶର ପ୍ରଧାନମନ୍ତ୍ରୀ।

ମସ୍କ ମଧ୍ୟ ଛୋଟ ସ୍ତରରୁ ନିଜ ଯାତ୍ରା ଆରମ୍ଭ କରିଥିଲେ ଏବଂ ଆଜି ସେ ବିପୁଳ ମୂଲ୍ୟର କମ୍ପାନିଗୁଡ଼ିକର ମାଲିକ।

ବଡ଼ ହେବା ପାଇଁ ପୈତୃକ ସମ୍ପତ୍ତି କିମ୍ବା ଉତ୍ତରାଧିକାରୀ ଭାବେ ମିଳିଥିବା ଧନର ଆବଶ୍ୟକତା ନାହିଁ।

କଠିନ ପରିଶ୍ରମ ବଳରେ ଶୂନରୁ ଶିଖରରେ ପହଞ୍ଚିହେବ।” ଛୋଟ ରିସ୍କରୁ ମିଳେ ବଡ଼ ଶିକ୍ଷା ନୂଆ ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ ଆରମ୍ଭରୁ ସବୁ ଟଙ୍କା ବ୍ୟବସାୟରେ ଲଗାଇବା ପରିବର୍ତ୍ତେ ଛୋଟ ଛୋଟ ଚାନ୍ସ ନେବା ଉଚିତ।

ପ୍ରଥମେ ୧୦ ହଜାର, ୨୦ ହଜାର କିମ୍ବା ୫୦ ହଜାର ଟଙ୍କା ଭଳି ଅଳ୍ପ ପୁଞ୍ଜିରୁ ଆରମ୍ଭ କରନ୍ତୁ।

ଅଧିକରୁ ଅଧିକ କ'ଣ ହେବ?

କ୍ଷତି ହେବ।

କିନ୍ତୁ ଏହି କ୍ଷତି ବଦଳରେ ଯେଉଁ ଅନୁଭୂତି ମିଳିବ, ତାହା ଅମୂଲ୍ୟ।

ବ୍ୟବସାୟରେ ଆପଣଙ୍କ ଅଭିଜ୍ଞତା ହିଁ ସବୁଠାରୁ ଅଧିକ ଗୁରୁତ୍ୱ ରଖେ।” ଅଯୋଧ୍ୟା ରାମ ମନ୍ଦିରରେ ବଦଳିଯିବ ରାମଲଲାଙ୍କ ଦର୍ଶନ ସମୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।