Naseeruddin Shah: ‘ମୁଁ ଦିମାଗୀ ନକ୍ସଲ’: ସରକାର ଓ ମିଡିଆକୁ କଡ଼ା ସମାଲୋଚନା କଲେ ଅଭିନେତା ନସୀରୁଦ୍ଦୀନ୍ ଶାହ
ନୂଆଦିଲ୍ଲୀ: ଦେଶରେ ଗଣତନ୍ତ୍ର , ଶିକ୍ଷାନୁଷ୍ଠାନ ଓ ଛାତ୍ର ଆନ୍ଦୋଳନକୁ ଦମନ କରାଯାଉଥିବା ଅଭିଯୋଗ କରି ବରିଷ୍ଠ ଅଭିନେତା ନସୀରୁଦ୍ଦୀନ୍ ଶାହ ସରକାର ଓ ମିଡିଆ ଉପରେ ବର୍ଷିଛନ୍ତି।
'ମୁଁ ଗର୍ବର ସହ କହୁଛି ଯେ ମୁଁ ଜଣେ ଦିମାଗୀ ନକ୍ସଲ', ବୋଲି ଏକ ଭିଡିଓ ବାର୍ତ୍ତାରେ ପ୍ରକାଶ କରି ସେ ସରକାରୀ ସମାଲୋଚକମାନଙ୍କୁ ଦେଶଦ୍ରୋହୀ ଓ ଟୁକଡେ-ଟୁକଡେ ଗ୍ୟାଙ୍ଗ୍ କହୁଥିବା ଗୋଷ୍ଠୀଙ୍କୁ କଡ଼ା ପ୍ରତ୍ୟୁତ୍ତର ଦେଇଛନ୍ତି।
Advertisment ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ), ସତ୍ୟଜିତ୍ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଏବଂ ଜାମିଆ ମିଲିଆ ଇସଲାମିଆର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ନସୀରୁଦ୍ଦୀନ୍ କହିଛନ୍ତି ଯେ, ସରକାର ଶିକ୍ଷାନୁଷ୍ଠାନଗୁଡ଼ିକୁ ଭାଙ୍ଗିବାକୁ ଏବଂ ଯୁବସମାଜର ସ୍ୱରକୁ ଦବାଇବାକୁ ଚେଷ୍ଟା କରୁଛନ୍ତି।
ଗଣତନ୍ତ୍ରକୁ ବିପନ୍ନ କରାଯାଇପାରିବ ନାହିଁ ବିପ୍ଳବୀ କବି ବିସମିଲ୍ ଅଜିମାବାଦୀଙ୍କ ପ୍ରସିଦ୍ଧ ପଙ୍କ୍ତି "ସରଫରୋଶୀ କି ତମନ୍ନା ଅବ୍ ହମାରେ ଦିଲ୍ ମେଁ ହୈ, ଦେଖନା ହୈ ଜୋର୍ କିତନା ବାଜୁ-ଏ-କାତିଲ୍ ମେଁ ହୈ" ଆବୃତ୍ତି କରି ସେ ଚେତାବନୀ ଦେଇଛନ୍ତି ଯେ ଛାତ୍ରମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦେଶ ମନେରଖିବ।
ସମ୍ବାଦପତ୍ର ଓ ଗଣମାଧ୍ୟମର ଏକ ପ୍ରଭାବଶାଳୀ ଗୋଷ୍ଠୀ ଏବଂ ଶାସକ ଦଳର ଆଇଟି ସେଲକୁ କଡ଼ା ଭାଷାରେ ସମାଲୋଚନା କରି ସେ କହିଛନ୍ତି, ଆପଣଙ୍କ ପାଖରେ ଯାହା ଶକ୍ତି ଅଛି ଲଗାଇଦିଅନ୍ତୁ, କିନ୍ତୁ ଏହି ଦେଶର ଯୁବକମାନଙ୍କ ମନୋବଳକୁ ଭଙ୍ଗାଯାଇପାରିବ ନାହିଁ କି ଗଣତନ୍ତ୍ରକୁ ବିପନ୍ନ କରାଯାଇପାରିବ ନାହିଁ।
EVM or Ballot Paper: ଇଭିଏମ୍ ନା ବ୍ୟାଲଟ୍ ପେପର: କେଉଁଥିରେ ଅଧିକ ହୁଏ ନିର୍ବାଚନ ଖର୍ଚ୍ଚ?
ନିକଟରେ ସତ୍ୟଜିତ୍ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ରେ ଭିତ୍ତିଭୂମି ଓ ଶିକ୍ଷାଗତ ନୀତିକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ଜାମିଆରେ ଛାତ୍ର ସଂସଦ ନିର୍ବାଚନ ଦାବିକୁ ସେ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।