PM Modi: ‘ବାରାଣସୀରୁ ନାଗପୁର’ ମୋଦୀଙ୍କ ନୀତିକୁ ଭୋଟରଙ୍କ ପ୍ରତ୍ୟାଖ୍ୟାନ: କଂଗ୍ରେସ

Oct 29, 2026 - 14:02
PM Modi: ‘ବାରାଣସୀରୁ ନାଗପୁର’ ମୋଦୀଙ୍କ ନୀତିକୁ ଭୋଟରଙ୍କ ପ୍ରତ୍ୟାଖ୍ୟାନ: କଂଗ୍ରେସ

ନୂଆଦିଲ୍ଲୀ: ବିଧାନ ପରିଷଦ ନିର୍ବାଚନରେ ସବୁଠୁ ହାଇପ୍ରୋଫାଇଲ ବାରାଣସୀ ର ଦୁଇଟି ଆସନ ଓ ନାଗପୁର ଆସନରୁ ବିଜେପିର ବଡ଼ ପରାଜୟ ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ତୀବ୍ର ଆକ୍ରମଣ କରିଛି।

ମୋଦୀ ସରକାରଙ୍କ ନୀତିକୁ ଭୋଟର ପ୍ରତ୍ୟାଖ୍ୟାନ କରିଥିବା କଂଗ୍ରେସ ସମାଲୋଚନା କରି କହିଛି।

Advertisment କଂଗ୍ରେସ ନେତା ଜୟରାମ ରମେଶ ଗୁରୁବାର ବେକାରୀ, ମୁଦ୍ରାସ୍ଫୀତି ଓ ଘରୋଇ ନିବେଶ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଭୋଟରମାନେ ମୋଦୀଙ୍କ ନୀତି ବିରୋଧରେ ଅନାସ୍ଥା ପ୍ରକଟ କରିଛନ୍ତି।

'ଏକ୍ସ'ରେ ଏକ ପୋଷ୍ଟରେ ରମେଶ ବାରାଣସୀ ଓ ନାଗପୁରରେ ବିଜେପିର ନିର୍ବାଚନୀ ପରାଜୟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରି ପ୍ରବଚନ ଦେବା ପରିବର୍ତ୍ତେ ଆତ୍ମସମୀକ୍ଷା କରନ୍ତୁ ବୋଲି କହିଛନ୍ତି।

ରମେଶ କହିଛନ୍ତି, କଂଗ୍ରେସର ଆସନ ଗଣନା କରିବା ପୂର୍ବରୁ, ସେ ଏହା ମଧ୍ୟ ଚିନ୍ତା କରନ୍ତୁ ଯେ ତାଙ୍କ ନିଜ ସଂସଦୀୟ କ୍ଷେତ୍ର ବାରାଣସୀରେ ବିଜେପି କାହିଁକି ଦୁଇଟି ଆସନ ହରାଇଲା ଓ କଂଗ୍ରେସ କିପରି ଆର୍‌ଏସ୍‌ଏସ୍‌ର ଗଡ଼ ନାଗପୁରରେ ବିଜେପିକୁ ପରାସ୍ତ କରିପାରିଲା?

ସେ ଆହୁରି ଲେଖିଛନ୍ତି, ମୋଦୀଜୀ ଟ୍ରୋଲିଂ ବନ୍ଦ କରନ୍ତୁ।

କୋଟି କୋଟି ପରିବାର ମୁଦ୍ରାସ୍ଫୀତି ଯୋଗୁଁ ବଡ଼ କଷ୍ଟ ପାଉଛନ୍ତି, ଯୁବକମାନେ ବେକାର ଅଛନ୍ତି ଓ ଘରୋଇ ନିବେଶ ସ୍ଥଗିତ ହୋଇଯାଇଛି।

ଅହଂକାର ଛାଡ଼ନ୍ତୁ ଓ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଚିନ୍ତନ କରନ୍ତୁ।

ରମେଶ ଦାବି କରିଛନ୍ତି ଯେ, ଅନେକ ସହରର ଭୋଟର ବିଜେପି ନେତୃତ୍ୱାଧୀନ ସରକାରଙ୍କ ନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ବାରାଣସୀରୁ ନାଗପୁର, ଲକ୍ଷ୍ନୌ, ପ୍ରୟାଗରାଜ ଓ ପାଟନା ପର୍ଯ୍ୟନ୍ତ, ଲୋକମାନେ ସ୍ପଷ୍ଟ ଭାବରେ ଆପଣଙ୍କ ନୀତି ବିରୋଧରେ ଅନାସ୍ଥା ପ୍ରକଟ କରିଛନ୍ତି ବୋଲି କଂଗ୍ରେସ କହିଛି।

ଗତକାଲି କଂଗ୍ରେସ ବିଧାନ ପରିଷଦ ନିର୍ବାଚନରେ କୌଣସି ଆସନ ନ ପାଇବାକୁ ନେଇ ମୋଦୀ 'ଏକ୍ସ'ରେ ପୋଷ୍ଟ କରି ତୀବ୍ର ସମାଲୋଚନା କରିଥିବାବେଳେ ଗୁରୁବାର କଂଗ୍ରେସ ମୋଦୀଙ୍କୁ ଟାର୍ଗେଟ କରିଛି।

ମୋଦୀଙ୍କୁ ଭାରତ ରତ୍ନ ମିଳୁ: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କଲେ ବିଜେପି ସାଂସଦ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।