National Antyodaya Diwas: ଜାତୀୟ ଅନ୍ତ୍ୟୋଦୟ ଦିବସ

Sep 25, 2026 - 07:30
National Antyodaya Diwas: ଜାତୀୟ ଅନ୍ତ୍ୟୋଦୟ ଦିବସ

"ଆଜି ଜାତୀୟ ଅନ୍ତ୍ୟୋଦୟ ଦିବସ।

ସମ୍ପ୍ରତି ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ପୂର୍ବ ରୂପ "ଭାରତୀୟ ଜନ ସଂଘ"ର ଦିଗ୍‌ଦର୍ଶକ ତଥା ଭାରତର ଜାତୀୟତା ଆନ୍ଦୋଳନର ଦାର୍ଶନିକ ରାଜନେତା ସ୍ବର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିବସକୁ ଜାତୀୟ ଅନ୍ତ୍ୟୋଦୟ ଦିବସ ଭାବେ ପାଳନ କରିବାକୁ ବିଜେପି ନେତୃତ୍ବାଧୀନ ଏନ୍‍ଡିଏ ସରକାର ୨୦୧୪ ମସିହାରେ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ୧୯୧୬ ସେପ୍‍ଟେମ୍ବର ୨୫ରେ ଉତ୍ତରପ୍ରଦେଶର ମଥୁରାରେ ଦୀନଦୟାଲ ଜନ୍ମଗ୍ରହଣ କରିଥିଲେ।Advertisment Old friendship: ପୁରୁଣା ବନ୍ଧୁତାକୁ ପୁଣି ଯୋଡ଼ିବାର ୫ଟି ସୂତ୍ରବ ୧୯୫୩ରୁ ୧୯୬୮ ଯାଏ ଭାରତୀୟ ଜନ ସଂଘର ନେତୃତ୍ବ ନେଇଥିବା ପଣ୍ଡିତ ଦୀନ ଦୟାଲଙ୍କର ସାଂଗଠନିକ ଅବଦାନକୁ ମନେ ପକାଇବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ।

ଅନ୍ତ୍ୟୋଦୟର ଅର୍ଥ ହେଲା ଗରିବମାନଙ୍କ ଭିତରେ ଥିବା ସବୁଠୁ ଦୁର୍ବଳମାନଙ୍କର ଉତ୍‌ଥାନ।

ସୁତରାଂ ଅନ୍ତ୍ୟୋଦୟ ଦିବସର ଲକ୍ଷ୍ୟ ହେଉଛି ବିକାଶକୁ ସମାଜର ଶେଷ ବ୍ୟକ୍ତି ପାଖରେ ପହଞ୍ଚାଇବା ଏବଂ ବିଶେଷ କରି ଗରିବମାନଙ୍କର କୌଶଳଭିତ୍ତିକ ବିକାଶ ଆଣି ଏକ ସ୍ଥାୟୀ ଜୀବିକା ପନ୍ଥା ପାଇଁ ସୁଯୋଗ ସୃଷ୍ଟି କରିବା।

Gyanesh Kumar: ଜ୍ଞାନେଶଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବ: "ଭୋଟ ଚୋରି ଯୋଗୁଁ ସମ୍ବିଧାନ ଓ ଗଣତନ୍ତ୍ର ବିପନ୍ନ""

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।