National capital: ରାଜଧାନୀରେ ସ୍ଥାପନା ହେବ ଆଉ ୨୫ଟି ସ୍ମାର୍ଟ ବେଞ୍ଚ
ଭୁବନେଶ୍ୱର: କିଛି ମାସ ହେବ ଜନପଥରେ ଉଭୟ ବିଏମ୍ସି ଓ ବିଡିଏ ଦ୍ୱାରା ସ୍ଥାପିତ ସ୍ମାର୍ଟ ବେଞ୍ଚ ସହରବାସୀଙ୍କ ଆକର୍ଷଣ ପାଲଟିଛି। ଏଥିରେ ଲାଗିଥିବା ଆକର୍ଷଣୀୟ ଏଲ୍ଇଡି ଲାଇଟ୍ ସହିତ ଚାର୍ଜିଂର ସୁବିଧା ଲୋକମାନଙ୍କୁ ବେଞ୍ଚ ପାଖକୁ ଟାଣିଆଣୁଛି। ବିଶେଷ କରି ସଂଧ୍ୟାରେ ଏଠାରେ ବସିବା ପାଇଁ ଯୁବପିଢ଼ିଙ୍କ ଭିତରେ ଯେଭଳି ପ୍ରତିଯୋଗିତା ଚାଲିଛି। ଏହାର ଲୋକପ୍ରିୟତା ଦେଖି ଏହି ସ୍ମାର୍ଟ ବେଞ୍ଚ ସଂଖ୍ୟା ବଢ଼ାଇବାକୁ ବିଏମ୍ସି ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ସହରର ବିଭିନ୍ନ ପାର୍କ, ବସ୍ ରହଣିସ୍ଥଳ, ଧାର୍ମିକସ୍ଥଳ ତଥା ଅନ୍ୟ ଜନଗଳିପୂର୍ଣ୍ଣ ଅଞ୍ଚଳରେ ୨୫ଟି ସ୍ମାର୍ଟ ବେଞ୍ଚ ସ୍ଥାପନା ପାଇଁ ବିଏମ୍ସି ପକ୍ଷରୁ ଟେଣ୍ଡର ଡକା ଯାଇଛି। ଏନେଇ ଗତ ୧୨ ତାରିଖରେ ବିଏମ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରିଚାଳନା ନେବାକୁ ଥିବା ଏଜେନ୍ସି ୫ ବର୍ଷ ପାଇଁ ଏହାର ଦାୟିତ୍ୱ ନେବ ବୋଲି କୁହାଯାଇଛି।
SCO summit: କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ
ପ୍ରାୟ ତିନି ମାସ ପୂର୍ବରୁ ଗ୍ରିନ୍ ସିଟି ମିସନ ଅଧୀନରେ ବିଏମ୍ସି ଓ ବିଡିଏ ପକ୍ଷରୁ ପରୀକ୍ଷାମୂଳକ ଭାବେ ଜନପଥରେ ଦୁଇଟି ଭିନ୍ନ ଡିଜାଇନ୍ର ସ୍ମାର୍ଟ ବେଞ୍ଚ ସ୍ଥାପନ କରାଯାଇଥିଲା। ବିଡିଏ କରିଥିବା ସ୍ମାର୍ଟ ବେଞ୍ଚ ସେଡ୍ ଆକୃତିର ହୋଇଥିବାବେଳେ ବିଏମ୍ସି ଘର ଆକୃତିର କରିଛି। ବେଞ୍ଚ ଉପରେ ଛାୟାପ୍ରଦ ସେଡ୍ ରହିଛି, ଯେଉଁଥିରେ ସୋଲାର୍ ପ୍ୟାନେଲ୍ ଖଞ୍ଜାଯାଇଛି। ଦିନରେ ଏହା ସୂର୍ଯ୍ୟ କିରଣରେ ଚାର୍ଜିଂ ହେଉଛି। ଉଭୟ ସ୍ମାର୍ଟ ବେଞ୍ଚରେ ଦୁଇଜଣ ବସି ପାରିବା ଭଳି ଜାଗା ରହିଛି। ଏଥିସହିତ ଏକାଧିକ ମୋବାଇଲ୍ ଚାର୍ଜିଂ ପଏଣ୍ଟ ରହିଛି। ନୂତନ ଭାବରେ ସ୍ଥାପନା ହେବାକୁ ଥିବା ୨୫ଟି ବେଞ୍ଚ ସମାନ ଶୈଳୀରେ ନିର୍ମିତ ହେବାକୁ ଯାଉଛି। ଏଥିରେ ମୋବାଇଲ୍ ଚାର୍ଜିଂ ସହିତ ୟୁଏସ୍ବି ଚାର୍ଜିଂ, ଵାଇଫାଇ, ଏଲ୍ଇଡି ଲାଇଟ୍ ଆଦି ବ୍ୟବସ୍ଥା ରହିବ। ଏନେଇ ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି ଯେ ପରୀକ୍ଷାମୂଳକ ଭାବେ ବସାଯାଇଥିବା ସ୍ମାର୍ଟ ବେଞ୍ଚକୁ ଲୋକେ ବେଶ୍ ଆଦର କରୁଛନ୍ତି। ଏକ୍ସରେ ମଧ୍ୟ ଲୋକ ବିଭିନ୍ନ ସ୍ଥାନର ପୋଷ୍ଟ କରୁଛନ୍ତି। ବର୍ତ୍ତମାନ ଟେଣ୍ଡର ପ୍ରସ୍ତାବ ପଡ଼ିଛି।ଖୁବ୍ଶୀଘ୍ର ସହରରେ ଏଗୁଡ଼ିକୁ ସ୍ଥାପନା କରାଯିବ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।