Ultraman Medal: ୬ ଓଡ଼ିଆଙ୍କୁ ଅଲ୍ଟ୍ରାମ୍ୟାନ୍ ପଦକ
"ଭୁବନେଶ୍ବର: ଇତିମଧ୍ୟରେ ଓଡ଼ିଶାର ୬ ଜଣ ଦୁଃସାହସୀ ବ୍ୟକ୍ତି ଅଲ୍ଟ୍ରାମ୍ୟାନ୍ ପଦକ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ହେଲ୍ ରେସ୍ ପକ୍ଷରୁ ଆୟୋଜିତ ଗୋଆ ଅଲ୍ଟ୍ରା ଅଭିଯାନରେ ସାମିଲ ହୋଇ ଓଡ଼ିଶାର ଡକ୍ଟର ସରିତ ଶେଖର ପଟ୍ଟନାୟକ, ଡକ୍ଟର ହରିପଦ ମାଝୀ, ଡକ୍ଟର ସ୍ବଦେଶ କୁମାର ଦାଶ, ପର୍ଶୁରାମ ପଣ୍ଡା, ରୂପକୁମାର ମାରାଣ୍ଡି ଏବଂ ଅଭିଜିତ୍ ମିଶ୍ର ଏହି ଗୌରବ ଆଣିଛନ୍ତି।
Advertisment SCO summit: କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ ଗୋଆର ପାଲୋଲେମ୍ଠାରୁ ନେତ୍ରାବଳୀ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ ଦେଇ ୯୦୦ ମିଟର୍ ଉଚ୍ଚରେ ଥିବା ସାଙ୍ଗୁଏମ୍ ପର୍ଯ୍ୟନ୍ତ ୬୨ କିଲୋମିଟର୍ ବିଶିଷ୍ଟ ଅଲଟ୍ରାଦୌଡ଼କୁ ସଫଳତାର ସହ ଶେଷ କରିଥିଲେ।
ସମସ୍ତ ୬ ଜଣଙ୍କୁ ଅଲ୍ଟ୍ରାମ୍ୟାନ୍ ପଦକ ମଧ୍ୟ ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ୨୦୨୫ ମସିହାରେ ଏହି ୬ ଜଣିଆ ଦଳ ବିଶ୍ବର ସର୍ବୋଚ୍ଚ "ଲଦାଖ ମାରାଥନ୍"ରେ ୪୨.୨ କିଲୋମିଟର୍ ଅତିକ୍ରମ କରି ମଧ୍ୟ ପଦକ ହାସଲ କରିଥିଲେ।
Why are you suffering!
କଥାଟିଏ-ଯାଯାବର: କାହିଁକି କଷ୍ଟ ପାଉଛ!"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।