National Engineers' Day: ଜାତୀୟ ଯନ୍ତ୍ରୀ ଦିବସ

Sep 15, 2026 - 09:09
National Engineers' Day: ଜାତୀୟ ଯନ୍ତ୍ରୀ ଦିବସ

"ଭାରତରେ ପ୍ରତିବର୍ଷ ସେପ୍‌ଟେମ୍ବର୍‌ ୧୫ ତାରିଖକୁ ଜାତୀୟ ଯନ୍ତ୍ରୀ ଦିବସ ଭାବେ ପାଳନ କରାଯାଏ।

ଏହି ଦିନଟି ମହାନ ଇଞ୍ଜିନିୟର୍‌ ଓ ରାଷ୍ଟ୍ରନୀତିଜ୍ଞ ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରାୟଙ୍କ ଜନ୍ମଦିନ।

ଦେଶର ବିକାଶ ଲାଗି ଇଞ୍ଜିନିୟରିଂ ପ୍ରଯୁକ୍ତିର ପ୍ରୟୋଗ କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ ପାଇଁ ଏହି ଦିନ ପାଳନ କରାଯାଏ।୧୮୬୧ ମସିହାରେ କର୍ଣ୍ଣାଟକର ମୁଡ୍ଡେନାହଲ୍ଲିରେ ବିଶ୍ୱେଶ୍ୱରାୟ ଜନ୍ମ ନେଇଥିଲେ।

ସେ ସିଭିଲ୍ ଇଞ୍ଜିନିୟରିଂ ଅଧ୍ୟୟନ କରି ଜଳସେଚନ, ବନ୍ୟା ନିୟନ୍ତ୍ରଣ ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅନେକ କାମ କରିଥିଲେ।

୧୯୧୨ରୁ ୧୯୧୮ ପର୍ଯ୍ୟନ୍ତ ସେ ମହୀଶୂରର ଦେୱାନ୍‌ ଥିଲେ।

ଏହି ସମୟରେ ଶିକ୍ଷା, ଶିଳ୍ପ ଓ ଭିତ୍ତିଭୂମିର ବିକାଶ ପାଇଁ ସେ ବହୁ ପଦକ୍ଷେପ ନେଇଥିଲେ।

ତେଣୁ ତାଙ୍କୁ "ଆଧୁନିକ ମହୀଶୂରର ଜନକ" ବୋଲି କୁହାଯାଏ।

Advertisment Horizon: ଦିଗ୍‌ବଳୟର ଏ ପାଖରେ: ତିଥି-ଅତିଥିର ଆଳାପ ବନ୍ୟା ପରିଚାଳନା ଓ ଜଳ ବ୍ୟବସ୍ଥାପନାରେ ମଧ୍ୟ ତାଙ୍କର ଅବଦାନ ଅତ୍ୟନ୍ତ ଉଲ୍ଲେଖନୀୟ।

ଇଂଜିନିୟରିଂ କ୍ଷେତ୍ରରେ ତାଙ୍କର ଦୀର୍ଘ ସେବା ଓ ଦେଶ ପାଇଁ ଅବଦାନକୁ ସମ୍ମାନ ଦେଇ ୧୯୫୫ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ "ଭାରତ ରତ୍ନ" ପ୍ରଦାନ କରାଯାଇଥିଲା।

ଆଜିର ଦିନରେ ଇଞ୍ଜିନିୟର୍‌ମାନେ ଦେଶର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଯୋଗଦାନ କରୁଛନ୍ତି।

ରାଜପଥ, ସେତୁ, ମେଟ୍ରୋ, ବନ୍ଧ ଠାରୁ ଆରମ୍ଭ କରି କୃତ୍ରିମ ବୁଦ୍ଧିମତ୍ତା, ମହାକାଶ, ପ୍ରତିରକ୍ଷା, ରୋବୋଟିକ୍‌ସ ଓ ଡିଜିଟାଲ୍ ପ୍ରଯୁକ୍ତି ପର୍ଯ୍ୟନ୍ତ ସେମାନଙ୍କ ଭୂମିକା ରହିଛି।

ତେଣୁ ଜାତୀୟ ଯନ୍ତ୍ରୀ ଦିବସ କେବଳ ବିଶ୍ୱେଶ୍ୱରାୟଙ୍କୁ ସ୍ମରଣ କରିବାର ଦିନ ନୁହେଁ, ବରଂ ଦେଶ ଗଢ଼ିବାରେ ସମସ୍ତ ଯନ୍ତ୍ରୀ ବା ଇଞ୍ଜିନିୟର୍‌ଙ୍କ ଅବଦାନକୁ ସମ୍ମାନ ଦେବାର ଏକ ଅବସର।

EPFO: ଇପିଏଫ୍‌ଓର ହ୍ବାଟ୍‌ସଆପ୍‌ ଚ୍ୟାନେଲ୍‌ ଆରମ୍ଭ: ହାତପାଆନ୍ତାରେ ମିଳିବ ସୂଚନା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।