01 NOVEMBER 2026

Welcome!

Unlock your personalized experience.
Sign Up

National Highway Foot Overbridge: ଜାତୀୟ ରାଜପଥ ଫୁଟ୍‌ ଓଭରବ୍ରିଜ୍‌: କାମ କରୁନି ଲିଫ୍ଟ, ଅନ୍ଧାର ଯୋଗୁ ଡରୁଛନ୍ତି ପଥଚାରୀ

Nov 01, 2026 - 09:52
National Highway Foot Overbridge: ଜାତୀୟ ରାଜପଥ ଫୁଟ୍‌ ଓଭରବ୍ରିଜ୍‌: କାମ କରୁନି ଲିଫ୍ଟ, ଅନ୍ଧାର ଯୋଗୁ ଡରୁଛନ୍ତି ପଥଚାରୀ

ଭୁବନେଶ୍ବର: ଜାତୀୟ ରାଜପଥରେ ଦୁର୍ଘଟଣା ଏଡ଼ାଇବାକୁ ପଥଚାରୀ ଅନୁକୂଳ ଫୁଟ୍‌ ଓଭରବ୍ରିଜ୍‌ ହେଲା। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଦାମୀ ଲିଫ୍ଟ ଲାଗିଲା। ଏନ୍‌ଏଚ୍‌ଏଆଇ ଫୁଟ୍‌ ଓଭରବ୍ରିଜ୍‌ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କଲା। କେଉଁଠି ୫ରୁ ୯ଲକ୍ଷ ଟଙ୍କା ଖର୍ଚ୍ଚ କରି ଲିଫ୍ଟ ଲାଗିଲା। କିନ୍ତୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫୁଟ୍‌ ଓଭରବ୍ରିଜ ଓ ଲିଫ୍ଟ ଲୋକଙ୍କ ସେବାରେ ଲାଗୁନି। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଅନୁକୂଳ ଭିତ୍ତିଭୂମି ଉଜୁଡ଼ିଯାଇଥିବାରୁ ଏମାନେ ଫୁଟ୍‌ ଓଭରବ୍ରିଜ୍‌ ପାଖ ମାଡ଼ୁନାହାନ୍ତି। ବିପଦଜ୍ଜନକ ଭାବେ ପୂର୍ବଭଳି ମେଡିଆନ୍‌ ଡେଇଁ ରାସ୍ତା ପାର ହେଉଛନ୍ତି।

Elephant: ଦନ୍ତାର ଆତଙ୍କ; ହାତୀ ସଂପର୍କିତ ସୂଚନା ଦେବାକୁ ବନ ବିଭାଗର ନିବେଦନ

କେବଳ ସେତିକି ନୁହେଁ, ଫୁଟ୍‌ ଓଭରବ୍ରିଜ୍‌ରେ ଲାଗିଥିବା ଲାଇଟ୍‌ ସବୁ ଅଚଳ ହୋଇଯାଇଛି। ଏଣୁ ସଂଧ୍ୟା ଗଡ଼ିଲେ ଏଠାରେ ନିଶାଡ଼ିଙ୍କ ଆସର ଜମୁଛି। ଏଣୁ ଲୋକେ ସଂଧ୍ୟା ପରେ ଫୁଟ୍‌ ଓଭରବ୍ରିଜ୍‌ରେ ଯିବାକୁ ଅସୁରକ୍ଷିତ ମଣୁଛନ୍ତି।     ଭୁବନେଶ୍ବର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ସବୁଠୁ ଜନଗହଳିପୂର୍ଣ୍ଣ ଜାତୀୟ ରାଜପଥ। ଲୋକେ ମେଡିଆନ୍‌ ଚଢ଼ି ରାସ୍ତା ପାର ବେଳେ ଦୁର୍ଘଟଣା ଘଟୁଥିଲା ଓ ଅନେକ ମୃତାହତ ‌ବି ହେଉଥିଲେ। ଏହାକୁ ଆଖି ଆଗରେ ରଖି ପଳାଶୁଣୀ, ସତ୍‌ସଙ୍ଗବିହାର, ଜୟଦେବବିହାର, ରାଜଧାନୀ କଲେଜ, ବରମୁଣ୍ଡା ଆଦି ଛକରେ ଫୁଟ୍‌ ଓଭରବ୍ରିଜ କରାଯାଇଛି। ସବୁଠି ଉଭୟପାର୍ଶ୍ବରେ ଲିଫ୍ଟ ବି ଲାଗିଛି। କିନ୍ତୁ ଜୟଦେବ ବିହାର ଲିଫ୍ଟ ବହୁଦିନରୁ ଅଚଳ ଅବସ୍ଥାରେ ପଡ଼ିଛି। ଏକାଧିକ ସ୍ଥାନରେ ମାସାଧିକ ହେଲାଣି, ଲିଫ୍ଟର ଦ୍ବାର ଖୋଲା ରହିଛି ଯେ ଆଉ ବନ୍ଦ ହେଉନି।  

ISRO: ଏନ୍‌ଭିଏସ୍‌-୦୩ ଉତ୍‌କ୍ଷେପଣ; ୩ଟି ପାଇରୋ ଭାଲ୍‌ଭ ଖୋଲା ରଖିଥିଲା ଇସ୍ରୋ

ନିଶାଡ଼ିମାନେ ବି ଅନ୍ଧକାରର ସୁଯୋଗ ନେଇ ଏହା ଭିତରେ ନିଶା ସେବନ କରୁଛନ୍ତି। ପଳାଶୁଣୀ ଫୁଟ ଓଭରବ୍ରିଜରେ ନୂଆ ଲିଫ୍ଟ ଲଗାଯାଇଛି। କିନ୍ତୁ କାର୍ଯ୍ୟକ୍ଷମ ହୋଇନଥିବା ବେଳେ ଏଥିରେ ପାଣି ଗଳି କଳଙ୍କି ଲାଗିଲାଣି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ସତ୍‌ସଙ୍ଗବିହାର ଲିଫ୍ଟ ଅଚଳ ହୋଇପଡ଼ିଛି। ବରମୁଣ୍ଡାରେ ଲିଫ୍ଟ ଆଗରେ ମାଳ ମାଳ ମଦ ବୋତଲା ଗଡ଼ୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।