National Sports Awards Announced: ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା, ୧୭ କ୍ରୀଡ଼ାବିତଙ୍କୁ ମିଳିବ ଅର୍ଜୁନ ସମ୍ମାନ
ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଚଳିତବର୍ଷ ୧୭ ଜଣ କ୍ରୀଡ଼ାବିତଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ଏଥିସହ ୫ ଜଣ କୋଚ୍ ଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଚୟନ କରାଯାଇଛି। ଅର୍ଜୁନ ପୁରସ୍କାର ତାଲିକାରେ ରହିଛନ୍ତି ହାଇଜମ୍ପର ତେଜସ୍ୱିନ ଶଙ୍କର ଏବଂ ବ୍ୟାଡମିଣ୍ଟନ୍ ଖେଳାଳି ଗାୟତ୍ରୀ ଗୋପିଚାନ୍ଦ। ଚେସ୍ ରୁ ଦିବ୍ୟା ଦେଶମୁଖ ଓ ଭିଦିତ ସନ୍ତୋଷଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ଚୟନ କରାଯାଇଛି।
ତେବେ ଏଥର ଅର୍ଜୁନ ପୁରସ୍କାର ତାଲିକାରେ ଜଣେ ବି କ୍ରିକେଟର ନାହାନ୍ତି। ସେହିପରି ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପାଇଁ ମଧ୍ୟ ଏଥର କୌଣସି କ୍ରୀଡ଼ାବିତଙ୍କୁ ଚୟନ କରାଯାଇନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।