Naveen Patnaik's Ganjam Visit Triggers Political Storm: ୧୧ ଦିନ ପରେ ଗଞ୍ଜାମ ଗଲେ ନବୀନ, ବୟାନକୁ ନେଇ ବଢ଼ିଲା ରାଜନୀତି
ଗଞ୍ଜାମରେ ନବୀନ।
ବନ୍ୟା ବିପନ୍ନଙ୍କୁ ଭେଟିଲେ, ସରକାର ଉପରେ ବର୍ଷିଲେ।
କ୍ଷୟକ୍ଷତି ନେଇ ଚିନ୍ତା ପ୍ରକଟ କଲେ, କ୍ଷତି ତୁଳନାରେ ସରକାରୀ ସହାୟତାକୁ ନଗଣ୍ୟ କହିଲେ।
ଏହାସହ ସରକାର ଅଧିକ ସକ୍ରିୟ ହୋଇ କାମ କରିବାକୁ ପରାମର୍ଶ ଦେଲେ।
ଗଞ୍ଜାମରେ ଜଳ ପ୍ରଳୟ ପରେ ଆଜି ଗଞ୍ଜାମ ଯାଇ ବନ୍ୟା ବିପନ୍ନଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ଆସ୍କା, ହିଞ୍ଜିଳି, ଶେରଗଡ଼ ଓ ସୋରଡ଼ା ଗସ୍ତ କରି କ୍ଷୟକ୍ଷତି ଅନୁଧ୍ୟାନ ସହ କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି।
କ୍ଷତିଗ୍ରସ୍ତଙ୍କୁ ଭେଟିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ।
ଅନ୍ୟପଟେ ନବୀନଙ୍କ ମନ୍ତବ୍ୟକୁ ନେଇ ବର୍ଷିଛନ୍ତି, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ଯେଉଁମାନଙ୍କ ପାଇଁ ୫ ଥର ମୁଖ୍ୟମନ୍ତ୍ରୀ ହେଲେ ଆଜିଯାଏଁ ସେହି ହିଞ୍ଜିଳିବାସୀଙ୍କ ବିପଦ ସମୟରେ ପାଖରେ ପହଞ୍ଚି ନଥିଲେ ନବୀନ।
ଯେଉଁଥି ପାଇଁ ଆଜି ନବୀନ ବାବୁଙ୍କୁ ଗୋ ବ୍ୟାକ୍ ନାରା ଦିଆଯାଇଛି।
ଆମ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ବିପର୍ଯ୍ୟୟ ସ୍ଥିତିର ତଦାରଖ କରୁଥିଲେ।
କିନ୍ତୁ ନବୀନ କେବଳ ଲୋକ ଲଗାଇ ଗଞ୍ଜାମ ସ୍ଥିତିକୁ ନେଇ ରାଜନୀତି କରୁଛନ୍ତି ବୋଲି ମନ୍ତ୍ରୀ ଗୋକୁଳାନନ୍ଦ କହିଛନ୍ତି।
Advertisment ୨୪ ବିପର୍ଯ୍ୟୟ ପରଠାରୁ ନବୀନଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତ ଏକପ୍ରକାର ଠପ୍ ହୋଇଯାଇଛି।
ଯେଉଁଥିପାଇଁ କିଛି ଦିନ ତଳେ ହିଞ୍ଜିଳି ବସ୍ଷ୍ଟାଣ୍ଡରେ ନବୀନ ମିସିଂ ପୋଷ୍ଟର ଲାଗିଥିଲା।
ବିଜେଡି ଟିମ୍ ବନ୍ୟାଞ୍ଚଳ ଯାଇଥିବାବେଳେ ଚାଷୀ ମଧ୍ୟ ଆକ୍ରୋଶ ଝାଡ଼ି ପଚାରିଥିଲେ ନବୀନ ବାବୁ କୁଆଡେ ଗଲେ ବୋଲି।
ଆଉ ଆଜି ନବୀନଙ୍କ ଗଞ୍ଜାମ ଗସ୍ତ ସମୟରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ରେ ବିରୋଧର ସ୍ବର ଶୁଭିଛି।
ରାସ୍ତା କଡରେ ନବୀନ ପଟ୍ଟନାୟକ ଗୋ ବ୍ୟାକ୍ ଲେଖା ଯାଇ ପ୍ରତିବାଦ ଜଣାଇଯାଇଛି।
ତେବେ କାହିଁକି ନବୀନ ଏତେ ଦିନ ପରେ ଗଞ୍ଜାମ ଗଲେ ?
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଅଛି, ତାକୁ ଦୃଷ୍ଟିରେ ରଖି ନବୀନଙ୍କ ଏହି ଗସ୍ତ ନୁହେଁ ତ ?
ଯାହାକୁ ନେଇ ଗଞ୍ଜାମ ରାଜନୀତି ସରଗରମ।
୨୦୨୪ରେ ଗଞ୍ଜାମ ଭୋଟର୍ ବିଜେଡିକୁ ବଡ଼ ଝଟକା ଦେଇଛନ୍ତି।
କେବଳ ହିଞ୍ଜିଳିକୁ ଛାଡ଼ି ଜିଲ୍ଲାର ଅନ୍ୟ ସମସ୍ତ ବିଧାନସଭା ଆସନରେ ବିଜେଡିକୁ ପରାଜୟର ମୁହଁ ଦେଖିବାକୁ ପଡିଛି।
ଆଉ ଏବେ ନବୀନ କୋର୍ସ କରେକସନ୍ କରି ପୁଣିଥରେ ଗଞ୍ଜାମବାସୀଙ୍କ ମନ କିଣିବାକୁ ବନ୍ୟା ପରିଚାଳନା କାର୍ଡ ଖେଳିଛନ୍ତି।
ତେବେ ବିଜେଡିରେ ବଢୁଥିବା ବିଦ୍ରୋହ ଭିତରେ ନବୀନଙ୍କ ଏହି ରଣନୀତି କେତେ ସଫଳ ହେଉଛି ତାଉପରେ ନଜର।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।