Navi Pillay Wins 2026 Nobel Peace Prize: ନାଭି ପିଲ୍ଲାଇଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର

Oct 09, 2026 - 15:41
Navi Pillay Wins 2026 Nobel Peace Prize: ନାଭି ପିଲ୍ଲାଇଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର

୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇବେ ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକୀୟ ନ୍ୟାୟବିତ୍ ନାଭାନେଥମ୍ ‘ନାଭି’ ପିଲ୍ଲାଇ। ଅନ୍ତର୍ଜାତୀୟ ଆଇନକୁ ସୁଦୃଢ଼ କରିବା ଓ ମାନବାଧିକାର ସୁରକ୍ଷାରେ ତାଙ୍କ ଅବଦାନ ପାଇଁ ନରୱେଜିଆନ୍ ନୋବେଲ କମିଟି ଏହି ପୁରସ୍କାର ଘୋଷଣା କରିଛି। 

ଦକ୍ଷିଣ ଆଫ୍ରିକାର ଡର୍ବାନ୍‌ରେ ଭାରତୀୟ ତାମିଲ ବଂଶୋଦ୍ଭବ ପରିବାରରେ ଜନ୍ମିତ ପିଲ୍ଲାଇ ରୁଆଣ୍ଡା ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଏବଂ ୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ଜାତିସଂଘର ମାନବାଧିକାର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।