Asian Games 2026: ସ୍ୱର୍ଣ୍ଣପଦକ ହାସଲ କଲେ ଭାରତୀୟ ହକି ଦଳ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

Oct 03, 2026 - 22:44
Asian Games 2026: ସ୍ୱର୍ଣ୍ଣପଦକ ହାସଲ କଲେ ଭାରତୀୟ ହକି ଦଳ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

"ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ୨୦୨୬ରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସ୍ୱର୍ଣ୍ଣପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି।

ଦେଶର ଏହି ଆନନ୍ଦ ଓ ଗୌରବମୟ ମୁହୂର୍ତ୍ତରେ ଆଜି ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ ମୋବାଇଲ୍‌ ଫୋନ ଯୋଗେ ଜାତୀୟ ପୁରୁଷ ଦଳରେ ସାମିଲ ଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସ ଏବଂ ଶିଳାନନ୍ଦ ଲାକ୍ରାଙ୍କ ସହ କଥା ହୋଇ ସେମାନଙ୍କୁ ସାଢ଼େ ଚାରିକୋଟି ରାଜ୍ୟବାସୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

Advertisment ମୁଖ୍ୟମନ୍ତ୍ରୀ ଅମିତ ରୋହିଦାସଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍‌କୁ ପ୍ରଶଂସା କରିବା ସହ ଶିଳାନନ୍ଦଙ୍କ ଗୋଲ୍‌ ପାଇଁ ଗର୍ବିତ ବୋଲି କହିଥିଲେ।

ଆପଣ ଦୁଇଜଣ ଦେଶର ଯୁବବର୍ଗଙ୍କ ପାଇଁ ପ୍ରେରଣା।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ଶୁଭକାମନା ଆପଣମାନଙ୍କ ସହିତ ସବୁବେଳେ ଅଛି ଓ ରହିବ ବୋଲି ସେ କହିଥିଲେ।

ଆପଣମାନଙ୍କ ଓଡ଼ିଶା ଫେରିବା ବାଟକୁ ଆମେ ସମସ୍ତେ ଚାହିଁ ରହିଛୁ ବୋଲି ସେ କହିଥିଲେ।

ଆଜି ସମଗ୍ର ଓଡ଼ିଶା ଆପଣମାନଙ୍କ ପାଇଁ ଗର୍ବ ଅନୁଭବ କରୁଛି, ଆପଣମାନେ ଆଗକୁ ଆହୁରି ବିଜୟ ଲାଭ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।