Navratri Vehicle Sales: ନବରାତ୍ରୀରେ ୧୧ ଲକ୍ଷ ଗାଡ଼ି ବିକ୍ରି, ୧.୧୭ ଲକ୍ଷ ଇଭି

Oct 22, 2026 - 18:57
Navratri Vehicle Sales: ନବରାତ୍ରୀରେ ୧୧ ଲକ୍ଷ ଗାଡ଼ି ବିକ୍ରି, ୧.୧୭ ଲକ୍ଷ ଇଭି

ନୂଆଦିଲ୍ଲୀ: ନବରାତ୍ରୀ ଅବସରରେ ସାରା ଦେଶରେ ଗାଡ଼ି ଡିଲରସିପ୍‌ଗୁଡ଼ିକରେ ପ୍ରବଳ ଉତ୍ସାହ ରହିଥିଲା।

ଏହି ସମୟରେ ୧୧.୨୩ ଲକ୍ଷ ଗାଡ଼ି ବିକ୍ରି ହୋଇଛି। ‌ତେବେ ଗତବର୍ଷ ନବରାତ୍ରୀ ର ୧୨.୦୧ ଲକ୍ଷ ତୁଳନାରେ ଏହା ୬.୫୨% କମ୍‌।

ଫେଡେରେସନ୍‌ ଅଫ୍‌ ଅଟୋମୋବାଇଲ୍‌ ଡିଲର୍ସ ଆସୋସିଏସନ୍ ( ଫାଡା ) ସୂଚନା ଅନୁସାରେ ଗତବର୍ଷ ନବରାତ୍ରୀ ତୁଳନାରେ ବିକ୍ରି ୨୭% ବଢ଼ିଛି।

Advertisment ଗତବର୍ଷ ଏହି ସମୟରେ ଦେଶରେ ୮.୮୬ ଲକ୍ଷ ଗାଡ଼ି ବିକ୍ରି ହୋଇଥିଲା।

ଚଳିତ ବର୍ଷ ନବରାତ୍ରୀରେ ୮.୩୪ ଲକ୍ଷ ଦୁଇଚକିଆ, ୧.୮୨ ଲକ୍ଷ କାର୍‌ , ୩୫,୬୧୮ ବାଣିଜ୍ୟିକ ଯାନ, ୪୫,୭୩୫ ତିନିଚକିଆ ଓ ୨୨,୬୯୦ ଟ୍ରାକ୍ଟର ବିକ୍ରି ହୋଇଛି।

ଗତବର୍ଷ ତୁଳନାରେ ଏହି ବିକ୍ରି ସାମାନ୍ୟ କମ୍‌ ରହିଛି।

ଏ ସମ୍ପର୍କରେ ଫାଡା ପକ୍ଷରୁ କୁହାଯାଇଛି ଯେ ଗତବର୍ଷ ନବରାତ୍ରୀ ୧୧ ଦିନ ଧରି ପାଳନ କରାଯାଇଥିଲା।

ଗତବର୍ଷ ତୁଳନାରେ କମ୍‌ ବିକ୍ରି ଚଳିତ ବର୍ଷ ତାହା ୧୦ ଦିନ ରହିଥିଲା।

ଗତବର୍ଷ ଜିଏସ୍‌ଟି ହାରରେ ହ୍ରାସ ମଧ୍ୟ ଚାହିଦା ବୃଦ୍ଧିର କାରଣ ହୋଇଥିଲା।

ତେବେ ଚଳିତ ବର୍ଷ ନବରାତ୍ରୀରେ ଇଲେକ୍ଟ୍ରିକ୍‌ ଯାନ (ଇଭି) ବିକ୍ରି ଗତବର୍ଷ ତୁଳନାରେ ୮୩% ଅଧିକ ରହିଛି।

ଚଳିତ ବର୍ଷ ୧.୧୭ ଲକ୍ଷ ଇଭି ବିକ୍ରି ହୋଇଛି ଯାହା ୨୦୨୫ ନବରାତ୍ରୀ ସମୟରେ ୯୬,୬୨୮ ଥିଲା।

ଚଳିତ ବର୍ଷ ଏହି ୧୦ ଦିନରେ ୭୫,୭୫୮ ଇଲେକ୍ଟ୍ରିକ୍‌ ଦୁଇଚକିଆ, ୨୮,୦୮୬ ଇଲେକ୍ଟ୍ରିକ୍‌ ୩ଚକିଆ, ୧୨,୩୦୫ ଇଲେକ୍ଟ୍ରିକ୍‌ ଯାତ୍ରୀବାହୀ ଓ ୧୨୮୮ ଇଲେକ୍ଟ୍ରିକ୍‌ ବାଣିଜ୍ୟିକ ଯାନ ବିକ୍ରି ହୋଇଥିଲା।

Barclays Bank: ବାର୍‌କ୍ଲେ ୫୦୦୦ ଛଟେଇ କରିବ ଏଫ୍‌ଏଡିଏର ସଭାପତି ସାଇ ଗିରିଧର କହିଛନ୍ତି, ଆଗକୁ ଧନତେରସ୍‌ ଓ ଦୀପାବଳି ଆସୁଥିବାରୁ ଆମେ ବେଶ୍‌ ଆଶାବାଦୀ ରହିଛୁ।

ସୁଲଭତା ଓ ଲୋକଙ୍କ ବଢ଼ୁଥିବା ଆକାଂକ୍ଷା ପ୍ରଭାବରେ ଗାଡ଼ି ବିକ୍ରି ବଢ଼ିବ।

ଦୀପାବଳି ସମୟରେ ହେବାକୁ ଥିବା ଭିଡ଼ ପାଇଁ ଡିଲରସିପ୍‌ଗୁଡ଼ିକ ପ୍ରସ୍ତୁତ ହୋଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।