Navya Shekhawat: Armyର ପ୍ରଥମ ମହିଳା ADC, ଚର୍ଚ୍ଚାରେ ମେଜର ନବ୍ୟା

Sep 15, 2026 - 08:27
Navya Shekhawat: Armyର ପ୍ରଥମ ମହିଳା ADC, ଚର୍ଚ୍ଚାରେ ମେଜର ନବ୍ୟା

"ନୂଆଦିଲ୍ଲୀ: ୟୁନିଫର୍ମରେ ଦମ୍, କାନ୍ଧରେ ଷ୍ଟାର୍‌ ଆଉ ଆଖିରେ ଦେଶସେବାର ସ୍ୱପ୍ନ ।

ଯେଉଁ ଦାୟିତ୍ୱ ପୁରୁଷ ଅଧିକାରୀମାନେ ସମ୍ଭାଳୁଥିଲେ, ସେହି ଦାୟିତ୍ୱ ଏବେ ଜଣେ ମହିଳାଙ୍କ କାନ୍ଧରେ ।

ଭାରତୀୟ ସେନାର ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ସୁନା ଫର୍ଦ୍ଦ ।

ରାଷ୍ଟ୍ରପତିଙ୍କ ADC ଭାବେ ନିଯୁକ୍ତ ହୋଇଛନ୍ତି ମେଜର ନବ୍ୟା ଶେଖାୱତ ।

ଭାରତୀୟ ସେନାରୁ ଏହି ପଦରେ ନିଯୁକ୍ତ ହେବାରେ ନବ୍ୟା ହେଉଛନ୍ତି ପ୍ରଥମ ମହିଳା ଅଧିକାରୀ ।

ଅର୍ଥାତ୍‌, ଏବେ ରାଷ୍ଟ୍ରପତିଙ୍କ ସହ  ପାଖେ ପାଖେ  ଚାଲିବେ  ଛାଇ ହୋଇ ରହିବେ  ଭାରତୀୟ ସେନାର ଏହି ଦୁର୍ଦ୍ଦର୍ଷ ମହିଳା ଅଫିସର ।

କିଏ ଏହି ନବ୍ୟା?

କେତେ ବଡ଼ ଏହି ଦାୟିତ୍ୱ?

ଆଉ କାହିଁକି ନବ୍ୟାଙ୍କୁ ନେଇ ଏବେ ଚର୍ଚ୍ଚା?

ଆସନ୍ତୁ ଜାଣିବା ।Advertisment ରାଷ୍ଟ୍ରପତିଙ୍କ ADC ହେବା ସାଧାରଣ ଦାୟିତ୍ୱ ନୁହେଁ ।

ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଔପଚାରିକ ଅନୁଷ୍ଠାନ ଏବଂ ସେନା ସମ୍ପର୍କିତ କାର୍ଯ୍ୟରେ ADCଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ।

ତେଣୁ ଏହି ପଦ ପାଇଁ ଚୟନ ହେବା ନିଜେ ଏକ ବଡ଼ ସମ୍ମାନ ।

ହେଲେ ନବ୍ୟାଙ୍କ ଏହି ନିଯୁକ୍ତିର ସବୁଠୁ ବଡ଼ ଖାସିୟତ୍‌ ହେଉଛି ଭାରତୀୟ ସେନାରୁ ରାଷ୍ଟ୍ରପତିଙ୍କ ADC ହେବାରେ ସେ ପ୍ରଥମ ମହିଳା ଅଧିକାରୀ ।

ଏହା ପୂର୍ବରୁ ଆର୍ମିରୁ କୌଣସି ମହିଳା ଅଧିକାରୀ ଏହି ଦାୟିତ୍ୱ ପାଇନଥିଲେ ।

ନବ୍ୟାଙ୍କ ନିଯୁକ୍ତି ଦେଖାଇଛି ଯେ, ଭାରତୀୟ ସେନାରେ ମହିଳାମାନଙ୍କ ଭୂମିକା ଏବେ କେବଳ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସୀମିତ ନାହିଁ ।

ଯେଉଁଠି ଦାୟିତ୍ୱ ବଡ଼, ସେଠି ମହିଳା ଅଧିକାରୀଙ୍କ ଉପସ୍ଥିତି ମଧ୍ୟ ବଢ଼ୁଛି । ‌ଓଡ଼ିଆ ଝିଅ ମନୀଷା ଦେଶର ପ୍ରଥମ ମହିଳା ଏଡିସି ତେବେ ଏଠି ରହିଛି ଆଉ ଏକ ରୋଚକ ତଥ୍ୟ ।

ତିନି ସେନା ସ୍ଥଳସେନା, ନୌସେନା ଓ ବାୟୁସେନାକୁ ମିଶାଇ ଦେଖିଲେ ନବ୍ୟା ପ୍ରଥମ ମହିଳା ADC ନୁହନ୍ତି ।

୨୦୨୫ରେ ଭାରତୀୟ ନୌସେନାର ଲେଫ୍ଟନାଣ୍ଟ କମାଣ୍ଡର ଯଶସ୍ୱୀ ସୋଲାଙ୍କି ରାଷ୍ଟ୍ରପତିଙ୍କ ADC ହୋଇଥିବା ପ୍ରଥମ ମହିଳା ସାମରିକ ଅଧିକାରୀ ହୋଇଥିଲେ ।

ତେଣୁ ତିନି ସେନାକୁ ମିଶାଇ ଦେଖିଲେ, ନବ୍ୟା ହେଉଛନ୍ତି ଦ୍ୱିତୀୟ ମହିଳା ସାମରିକ ଅଧିକାରୀ, ଯିଏ ରାଷ୍ଟ୍ରପତିଙ୍କ ADC ଭାବେ ଦାୟିତ୍ୱ ନେଇଛନ୍ତି ।

ଗୋଟିଏ ପଟେ ଦେଶର ପ୍ରଥମ ନାଗରିକଙ୍କ ଗରିମା, ଆଉ ଅନ୍ୟପଟେ ଭାରତୀୟ ସେନାର କଠୋର ଶୃଙ୍ଖଳା ।

ଏହି ଦୁଇଟିର ମଧ୍ୟରେ ନିଜ ଦାୟିତ୍ୱ ତୁଲାଇବେ ମେଜର ନବ୍ୟା ଶେଖାୱତ ।

ନବ୍ୟାଙ୍କ କାନ୍ଧରେ ଏବେ କେବଳ ଷ୍ଟାର୍‌ ନୁହେଁ, ରହିଛି ଏକ ନୂଆ ଇତିହାସର ଦାୟିତ୍ୱ ।

ତାଙ୍କ ନିଯୁକ୍ତି ପ୍ରମାଣ କରୁଛି—ଭାରତୀୟ ସେନାରେ ମହିଳାଙ୍କ ପାଇଁ ଖୋଲୁଛି ନୂଆ ନୂଆ ଦ୍ୱାର ।

ଆଉ ନବ୍ୟାଙ୍କ ଭଳି ଅଧିକାରୀମାନେ ସେହି ଦ୍ୱାର ଦେଇ ଆଗକୁ ବଢ଼ି ଲେଖୁଛନ୍ତି ସଫଳତାର ନୂଆ କାହାଣୀ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।