Nayara Increases Petrol Prices: ପେଟ୍ରୋଲ୍ ଦର ବଢ଼ାଇଲା ନାୟରା
"ଭୋପାଳ : ନାୟରା ଏନର୍ଜି ଏହାର ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଛି ।
କମ୍ପାନି ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଦର ୩ ଟଙ୍କା ବୃଦ୍ଧି କରିଛି ।
ନୂଆ ଦର ଶନିବାରଠାରୁ ଲାଗୁ ହୋଇଛି ।
ଦରବୃଦ୍ଧି ପରେ ଭୋପାଳରେ ନାୟରା ପମ୍ପରେ ପେଟ୍ରୋଲ ଲିଟର ପିଛା ୧୧୯.୫୪ ଟଙ୍କା ଓ ଡିଜେଲ ୧୦୩.୬୪ ଟଙ୍କାରେ ବିକ୍ରି ହେଉଛି ।
ଅଶୋଧିତ ତୈଳ ଦରବୃଦ୍ଧି ଓ ଅନ୍ୟାନ୍ୟ ଖର୍ଚ୍ଚ ବଢ଼ିବାର ପ୍ରଭାବରେ ନାୟରା ଦର ବଢ଼ାଇଥିବା ଜଣାପଡ଼ିଛି ।Advertisment ନାୟରାର ଏହି ଦରବୃଦ୍ଧି ପରେ ମଧ୍ୟ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି ।
ନାୟରା ପମ୍ପରେ ଦର ବଢ଼ିବା ଫଳରେ ଗାଡ଼ି ଚାଳକଙ୍କ ଇନ୍ଧନ ଖର୍ଚ୍ଚ ବଢ଼ିବ ।
ବିଶେଷକରି ନିୟମିତ ଭାବେ ନାୟରା ପମ୍ପରୁ ଇନ୍ଧନ ନେଉଥିବା ଗ୍ରାହକଙ୍କ ଉପରେ ଏହାର ସିଧା ପ୍ରଭାବ ପଡ଼ିବ ।
Murder accuse arrested: ଅଶୋକ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ ଚଳିତ ବର୍ଷ ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ଅଶୋଧିତ ତୈଳ ଦରରେ ହୋଇଥିବା ବୃଦ୍ଧି ବିଚାରକୁ ନେଇ ପ୍ରଥମ ତୈଳ କମ୍ପାନି ଭାବେ ନାୟରା ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଥିଲା ।
ଗତ ମାର୍ଚ୍ଚ ୨୬ରେ ଏହା ପେଟ୍ରୋଲ ଦର ଲିଟରକୁ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ବଢ଼ାଇଥିଲା ।
ଏହାପରେ ଦୀର୍ଘଦିନର ବ୍ୟବଧାନ ପରେ ଗତ ମେରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ବିଭିନ୍ନ ପର୍ଯ୍ୟାୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟରକୁ ୮ଟଙ୍କା ପର୍ଯ୍ୟନ୍ତ ବଢ଼ାଇଥିଲେ ।
ସାରା ଦେଶରେ ୧,୦୪,୧୩୭ ପେଟ୍ରୋଲ ପମ୍ପ ରହିଛି ।
ସେଥିରୁ ୯୦ ପ୍ରତିଶତ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ପରିଚାଳନା କରୁଛନ୍ତି ।
ନାୟରାର ୭୧୦୮ ପେଟ୍ରୋଲ ପମ୍ପ ରହିଛି ।
କିଛି ଦିନ ତଳେ ନାୟରା ଓ ରିଲାଏନ୍ସ ଜିଓ-ବିପି ପକ୍ଷରୁ ପେଟ୍ରୋଲ ଓ ଡିଜେଲ ବିକ୍ରିର ପରିମାଣ ଉପରେ କଟକଣା ଲଗାଯାଇଥିଲା ।
ସେହି ଖବର ପ୍ରକାଶ ପାଇବା ପରେ ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଥିଲା ଯେ ଘରୋଇ କମ୍ପାନିଗୁଡ଼ିକ ତେଲ ଦର ବିକ୍ରି ଉପରେ କଟକଣା ଲଗାଇ ପାରିବେ ନାହିଁ ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।