NCB: ଏନ୍‌ସିବିକୁ ବଡ଼ ସଫଳତା: ୟୁଏଇରୁ ଡ୍ରଗ୍‌ ମାଫିଆ ବୀରେନ୍ଦ୍ର ସିଂହ ବସୋୟାକୁ ଭାରତ ଅଣାଗଲା

Aug 14, 2026 - 13:08
NCB: ଏନ୍‌ସିବିକୁ ବଡ଼ ସଫଳତା: ୟୁଏଇରୁ ଡ୍ରଗ୍‌ ମାଫିଆ ବୀରେନ୍ଦ୍ର ସିଂହ ବସୋୟାକୁ ଭାରତ ଅଣାଗଲା

"ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)କୁ ବଡ଼ଧରଣ ସଫଳତା ମିଳିଛି।

ଏନ୍‌ସିବି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ପଳାତକ ଡ୍ରଗ୍ସ କିଙ୍ଗପିନ୍ ବୀରେନ୍ଦ୍ର ସିଂହ ବସୋୟାଙ୍କୁ ଭାରତ ଫେରାଇ ଆଣିଛି ବୋଲି ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି।

ବସୋୟାକୁ ଅଣାଯିବାକୁ ଭାରତ ସରକାରଙ୍କ ଡ୍ରଗ୍ସ ବିରୋଧରେ "ଶୂନ୍ୟ-ସହନଶୀଳତା" ନୀତିରେ ଏକ ନୂତନ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଉଛି।

କୁଖ୍ୟାତ ଡ୍ରଗ୍‌ ମାଫିଆ ବସୋୟା ବହୁ ବର୍ଷ ଧରି ୟୁଏଇରେ ଲୁଚି ରହିଥିଲା।Advertisment କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଶଂସା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମାଜିକ ଗଣମାଧ୍ୟମ "ଏକ୍ସ"ରେ ଏନ୍‌ସିବି କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରି କହିଛନ୍ତି ଯେ, ମୋଦୀ ସରକାର ବିଦେଶରେ ଲୁଚି ରହିଥିବା ଡ୍ରଗ୍ସ ଚୋରା ଚାଲାଣକାରୀଙ୍କୁ ନିରନ୍ତର ଟ୍ରାକ୍ କରୁଛି ଓ ଏଜେନ୍ସିଗୁଡ଼ିକ ପ୍ରମାଣ କରିଛନ୍ତି ଯେ, ଅପରାଧୀମାନେ ଭାରତୀୟ ଆଇନ ବ୍ୟବସ୍ଥାରୁ ଖସି ପାରିବେ ନାହିଁ।

Sonam Wangchuk: ରାଜନୈତିକ ବ୍ୟବସ୍ଥାରେ ସଂସ୍କାର ପାଇଁ ଦ୍ବିତୀୟ ସ୍ବାଧୀନତା ଆନ୍ଦୋଳନ ସପକ୍ଷରେ ମତ ଦେଲେ ୱାଙ୍ଗଚୁକ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।