NDA: ମୋଦୀଙ୍କ ୨୫ ବର୍ଷର ରାଜନୈତିକ ଯାତ୍ରା: ‘ଠିକ୍‌ ସମୟରେ ଠିକ୍‌ ନେତା’ କହିଲେ ଏନ୍‌ଡିଏ ସହଯୋଗୀ

Oct 07, 2026 - 21:11
NDA: ମୋଦୀଙ୍କ ୨୫ ବର୍ଷର ରାଜନୈତିକ ଯାତ୍ରା: ‘ଠିକ୍‌ ସମୟରେ ଠିକ୍‌ ନେତା’ କହିଲେ ଏନ୍‌ଡିଏ ସହଯୋଗୀ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜନୈତିକ ଯାତ୍ରାର ୨୫ ବର୍ଷ ପୂର୍ତ୍ତି ଅବସରରେ ଏନ୍‌ଡିଏର ସହଯୋଗୀ ଦଳଗୁଡ଼ିକର ନେତାମାନେ ତାଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି।

୨୦୦୧ ଅକ୍ଟୋବର ୭ରେ ମୋଦୀ ପ୍ରଥମଥର ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଏହାର ୧୩ ବର୍ଷ ପରେ ୨୦୧୪ରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ।

ଏହାପରଠାରୁ ସେ ଲଗାତାର ୩ ଥର ଲୋକସଭା ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି।Advertisment ଆହୁରି ପଢନ୍ତୁ :Cyber Fraud Case ୨ କୋଟିର ସାଇବର ଠକେଇ ମାମଲା, ଅଭିଯୁକ୍ତକୁ ୩ବର୍ଷ ସଶ୍ରମକାରାଦଣ୍ଡ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ମୋଦୀଙ୍କ ୨୫ ବର୍ଷର ଯାତ୍ରାକୁ "ଉଲ୍ଲେଖନୀୟ ସଫଳତା" ବୋଲି କହିଛନ୍ତି।

ଭାରତ "ଠିକ୍‌ ସମୟରେ, ଠିକ୍‌ ସ୍ଥାନରେ ଠିକ୍‌ ନେତା" ପାଇଛି ବୋଲି ସେ କହିଛନ୍ତି।

ମୋଦୀଙ୍କ ନେତୃତ୍ବରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଦିଗରେ ଦେଶ ଆଗକୁ ବଢ଼ୁଥିବା ନାଇଡୁ କହିଛନ୍ତି।

ଆନ୍ଧ୍ରପ୍ରଦେଶରେ ବିକାଶ, ପୁଞ୍ଜିନିବେଶ, ଭିତ୍ତିଭୂମି ଓ ରୋଜଗାର ସୁଯୋଗ ବଢ଼ାଇବା ପାଇଁ ଉଭୟ ସରକାର ମିଳିତ ଭାବେ କାମ କରୁଥିବା ସେ ଉଲ୍ଲେଖ କରିଛନ୍ତି।ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ୨୦୦୧ ଅକ୍ଟୋବର ୭କୁ ଇତିହାସର ଏକ "ସ୍ବର୍ଣ୍ଣିମ ପୃଷ୍ଠା" ବୋଲି କହିଛନ୍ତି।

ମୋଦୀଙ୍କ ଯାତ୍ରା ସେବା, ସଂକଳ୍ପ ଓ ନିଷ୍ଠାରେ ପରିପୂର୍ଣ୍ଣ ଥିବା ସେ କହିଛନ୍ତି। "ରାଷ୍ଟ୍ର ପ୍ରଥମ" ନୀତି ତାଙ୍କ ରାଜନୈତିକ ଯାତ୍ରାର ମୁଖ୍ୟ ଆଧାର ରହିଥିବା ସିନ୍ଦେ କହିଛନ୍ତି।

ଆହୁରି ପଢନ୍ତୁ :OTT: ଓଟିଟିରେ ମାଗଣାରେ ଷ୍ଟ୍ରିମ୍ ହେବ "ଆୱାରାପନ୍ ୨": ପ୍ରାଇମ୍ ଭିଡିଓରେ ଆସନ୍ତା ୯ରୁ ଦେଖିପାରିବେ ଦର୍ଶକ ସୁନେତ୍ରା ଅଜିତ ପୱାର ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ମୋଦୀଙ୍କ କାର୍ଯ୍ୟକାଳରେ ବିଦ୍ୟୁତ୍‌, ପାଣି, କୃଷି, ଭିତ୍ତିଭୂମି ଓ ଶିଳ୍ପ ବିକାଶକୁ ଦିଆଯାଇଥିବା ଗୁରୁତ୍ବର କଥା ଉଲ୍ଲେଖ କରିଛନ୍ତି।

୨୦୧୪ ପରେ ଗରିବ, ବଞ୍ଚିତ, ମହିଳା, କୃଷକ ଓ ଯୁବବର୍ଗଙ୍କ ଉପରେ ଗୁରୁତ୍ବ ଦିଆଯାଇଥିବା ସେ କହିଛନ୍ତି।

ଜେଡିୟୁ ନେତା ରାଜୀବ ରଞ୍ଜନ ସିଂହ ଓ ସଞ୍ଜୟ କୁମାର ଝା ମଧ୍ୟ ମୋଦୀଙ୍କ ୨୫ ବର୍ଷର ନେତୃତ୍ବକୁ ପ୍ରଶଂସା କରିଛନ୍ତି।

ବିଶ୍ବସ୍ତରୀୟ ସଙ୍କଟ, ଭୂ-ରାଜନୈତିକ ଅନିଶ୍ଚିତତା ଓ ଦ୍ରୁତ ପ୍ରଯୁକ୍ତି ପରିବର୍ତ୍ତନ ମଧ୍ୟରେ ସ୍ଥିର ଶାସନ ପାଇଁ ଝା ମୋଦୀଙ୍କୁ ଶ୍ରେୟ ଦେଇଛନ୍ତି।

ଆହୁରି ପଢନ୍ତୁ :Himanta Biswa Sarma: "ପ୍ରଧାନମନ୍ତ୍ରୀ ମୋଦୀଙ୍କ କେଶ ମଧ୍ୟ ବଙ୍କା କରିପାରିବେ ନାହିଁ ରାହୁଲ" କେନ୍ଦ୍ରମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ମେଣ୍ଟ ରାଜନୀତି ପରିଚାଳନାରେ ମୋଦୀଙ୍କ ଭୂମିକା ଉଲ୍ଲେଖ କରିଛନ୍ତି।

ବିଶ୍ବାସ, ପାରସ୍ପରିକ ସମ୍ମାନ ଓ ଦେଶ ପ୍ରତି ସାମୂହିକ ପ୍ରତିବଦ୍ଧତା ଆଧାରରେ ମେଣ୍ଟକୁ ଏକାଠି ରଖିବାରେ ମୋଦୀ ସଫଳ ହୋଇଥିବା ସେ କହିଛନ୍ତି।

ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ମଧ୍ୟ ୨୫ ବର୍ଷର ସାର୍ବଜନୀନ ସେବାକୁ ଲକ୍ଷ ଲକ୍ଷ ଲୋକଙ୍କ ପ୍ରେରଣା ବୋଲି କହିଛନ୍ତି।

ଏହି ଅବସରରେ ମୋଦୀ ନୂଆଦିଲ୍ଲୀର ସରୋଜିନୀ ନଗରସ୍ଥିତ ଶ୍ରୀ ବିନାୟକ ମନ୍ଦିରରେ ପୂଜା କରି ଦେଶବାସୀଙ୍କ ସୁଖ, ସମୃଦ୍ଧି ଓ ସୁସ୍ଥତା ପାଇଁ ପ୍ରାର୍ଥନା କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।