Neck Surgery After Excessive Phone Use: ଫୋନ୍ ନିଶା ପଡ଼ିଲା ମହଙ୍ଗା! ଅଭିନେତ୍ରୀଙ୍କ ହେଲା ଗଳା ଅପରେସନ୍

Aug 13, 2026 - 18:29
Neck Surgery After Excessive Phone Use: ଫୋନ୍ ନିଶା ପଡ଼ିଲା ମହଙ୍ଗା! ଅଭିନେତ୍ରୀଙ୍କ ହେଲା ଗଳା ଅପରେସନ୍

ଅଧିକ ସମୟ ଫୋନ୍ ବ୍ୟବହାର ପଡ଼ିଲା ମହଙ୍ଗା। ପୂର୍ବତନ ମଲୟାଲମ୍ ଅଭିନେତ୍ରୀ ଶକୀଲାଙ୍କୁ ଗଳାରେ ଅପରେସନ୍ କରାଇବାକୁ ପଡ଼ିଛି। ଏଥିପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସେ ନିଜେ ସୋସିଆଲ୍ ମିଡିଆରେ କହିଛନ୍ତି।

ଶକୀଲାଙ୍କ କହିବା ଅନୁସାରେ, ସେ ବିଛଣାରେ ଦୀର୍ଘ ସମୟ ଧରି ଗୋଟିଏ ପାଖ ମାଡି ସୋଉଥିଲେ ଏବଂ ମୋବାଇଲ୍‌ରେ ଗେମ୍ ଖେଳୁଥିଲେ। ପରେ ଘଣ୍ଟା ଘଣ୍ଟା ଧରି ୟୁଟୁବ ଓ ଇନଷ୍ଟାଗ୍ରାମରେ ରିଲ୍ସ ଦେଖୁଥିଲେ। ଦୀର୍ଘ ସମୟ ଭୁଲ୍ ପୋଶ୍ଚର୍‌ରେ ଫୋନ୍ ବ୍ୟବହାର କରିବା ଯୋଗୁଁ ତାଙ୍କ ଗଳାରେ ଗୁରୁତର ସମସ୍ୟା ହୋଇ ଅପରେସନ୍ ଆବଶ୍ୟକ ହୋଇଥିବା ସେ କହିଛନ୍ତି।

ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିବା ବେଳର ଭିଡିଓ ମଧ୍ୟ ସେ ସେୟାର କରିଛନ୍ତି। ଏହାସହ ପିଲାମାନଙ୍କୁ ଅଧିକ ସମୟ ଫୋନ୍ ନ ଦେବା ଏବଂ ଅନାବଶ୍ୟକ ଭିଡିଓ ନଦେଖିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ଶକୀଲାଙ୍କ ଏହି ଅନୁଭୂତି ଏବେ ଫୋନ୍ ବ୍ୟବହାର ନେଇ ଏକ ବଡ଼ ସତର୍କବାର୍ତ୍ତା ଦେଇଛି। ଫୋନ୍ ଆବଶ୍ୟକ, କିନ୍ତୁ ଘଣ୍ଟା ଘଣ୍ଟା ଧରି ଭୁଲ୍ ପୋଶ୍ଚର୍‌ ବ୍ୟବହାର ଶରୀର ପାଇଁ ଭାରି ପଡ଼ିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।