NEET UG: ଘରୋଇ ମେଡିକାଲ କଲେଜରେ ୬୧%ରୁ ଅଧିକ ଏମବିବିଏସ୍ ସିଟ୍ ଖାଲି
"ନୂଆଦିଲ୍ଲୀ: ଗୋଟିଏ ପଟେ ସରକାରୀ ମେଡିକାଲ କଲେଜରେ ଗୋଟିଏ ସିଟ୍ ପାଇବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି।
ଅନ୍ୟପଟେ ରାଜସ୍ଥାନର ଘରୋଇ ମେଡିକାଲ କଲେଜଗୁଡ଼ିକରେ ତୃତୀୟ ପର୍ଯ୍ୟାୟ ନିଟ୍ ୟୁଜି କାଉନସେଲିଂ ପରେ ମଧ୍ୟ ୬୧%ରୁ ଅଧିକ ଏମବିବିଏସ୍ ସିଟ୍ ଖାଲି ପଡ଼ିଛି।Advertisment ରିପୋର୍ଟ ଅନୁଯାୟୀ, ଘରୋଇ ମେଡିକାଲ କଲେଜଗୁଡ଼ିକର ସାଧାରଣ କୋଟାର ୩୩୩୬ଟି ସିଟ୍ ମଧ୍ୟରୁ ମାତ୍ର ୧୨୭୫ଟି ସିଟ୍ ପୂରଣ ହୋଇଛି।
ଅର୍ଥାତ୍ ୬୧.୭୮% ସିଟ୍ ଖାଲି ରହିଛି।
ଅଧିକ ଫି" ବ୍ୟତୀତ କଲେଜର ଖ୍ୟାତି, ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା, ଭିତ୍ତିଭୂମି, ଶିକ୍ଷାର ଗୁଣବତ୍ତା ଏବଂ ଶିକ୍ଷକମାନଙ୍କ ଯୋଗ୍ୟତା ଭଳି ବିଭିନ୍ନ କାରଣ ଛାତ୍ରଛାତ୍ରୀଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରୁଛି।
୨୪ ଲକ୍ଷ ଫି" ସତ୍ତ୍ୱେ ୮୫.୬୦% ସିଟ୍ ପୂରଣ ଜୟପୁରର ମହାତ୍ମା ଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସାଧାରଣ କୋଟାର ବାର୍ଷିକ ଫି" ୨୪ ଲକ୍ଷ ଟଙ୍କା।
ଏହା ସତ୍ତ୍ୱେ ଏହି କଲେଜର ୮୫.୬୦% ସିଟ୍ ପୂରଣ ହୋଇଛି।ସେହିପରି ଉଦୟପୁରର ଗୀତାଞ୍ଜଳି ମେଡିକାଲ କଲେଜରେ ୨୩ ଲକ୍ଷ ଟଙ୍କା ଫି"ରେ ୫୪.୨୫% ସିଟ୍ ପୂରଣ ହୋଇଛି।
ମ୍ୟାନେଜମେଣ୍ଟ କୋଟାର ୪୬୪ଟି ସିଟ୍ ମଧ୍ୟରୁ ୪୩୫ଟି ସିଟ୍ ଅର୍ଥାତ୍ ୯୩.୭୫% ସିଟ୍ ଖାଲି ରହିଛି।ଉଦୟପୁରର ଆମେରିକାନ୍ ଇଣ୍ଟରନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ର ଫି" ୧୮.୯୦ ଲକ୍ଷ ଟଙ୍କା।
ଏଠାରେ ୭୭.୯୫% ସିଟ୍ ପୂରଣ ହୋଇଛି।
ଜୟପୁରର ଗୀତାଞ୍ଜଳି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ରେ ସମାନ ଫି"ରେ ୭୬.୮୯% ଏବଂ ରାଜସମନ୍ଦର ଅନନ୍ତା ଇନ୍ଷ୍ଟିଚ୍ୟୁଟ୍ରେ ୬୬.୪୭% ସିଟ୍ ପୂରଣ ହୋଇଛି।
୨୨ ଲକ୍ଷ ଫି", ମାତ୍ର ୫.୧୯% ସିଟ୍ ପୂରଣ ଜୟପୁରର ବଲବୀର ସିଂହ ତୋମର ଇନ୍ଷ୍ଟିଚ୍ୟୁଟ୍ର ବାର୍ଷିକ ଫି" ୨୩.୯୫ ଲକ୍ଷ ଟଙ୍କା।
କିନ୍ତୁ ୨୫୦ଟି ସିଟ୍ ମଧ୍ୟରୁ ମାତ୍ର ୫ଟି ସିଟ୍ ଅର୍ଥାତ୍ ୨% ସିଟ୍ ପୂରଣ ହୋଇଛି।ସେହିପରି ଉଦୟପୁରର ପାସିଫିକ୍ ଇନ୍ଷ୍ଟିଚ୍ୟୁଟ୍ରେ ୨୨ ଲକ୍ଷ ଟଙ୍କା ଫି" ଥିବା ସତ୍ତ୍ୱେ ମାତ୍ର ୫.୧୯% ସିଟ୍ ପୂରଣ ହୋଇଛି।
ବ୍ୟାସ ମେଡିକାଲ କଲେଜରେ ୧୮.୯୦ ଲକ୍ଷ ଟଙ୍କା ଫି" ଥିଲେ ମଧ୍ୟ ମାତ୍ର ୧୪.୯୬% ସିଟ୍ ପୂରଣ ହୋଇଛି।
ମାଲକାନଗିରିରୁ ୨୪୫ କିଲୋ ଗଞ୍ଜେଇ ଜବତ, ବିଜେଡି ନେତ୍ରୀଙ୍କ ସ୍ୱାମୀଙ୍କ ସମେତ ୨ ଗିରଫ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।