Neglect: ଭତ୍ତା ବିନା ଭିକ୍ଷାବୃତ୍ତିରେ ବଞ୍ଚିଛନ୍ତି ୭ ବୁଢ଼ାବୁଢ଼ୀ

Oct 15, 2026 - 00:52
Neglect: ଭତ୍ତା ବିନା ଭିକ୍ଷାବୃତ୍ତିରେ ବଞ୍ଚିଛନ୍ତି ୭ ବୁଢ଼ାବୁଢ଼ୀ

"କାଳିଆପାଣି (ରବି ନାରାୟଣ କର): ପିଢ଼ି ପରେ ପିଢ଼ି ଉପେକ୍ଷିତ ହୋଇରହିଥିବା ବିଲୁପ୍ତ ମାଙ୍କିଡ଼ିଆ ଜନଜାତିର ୬ ବୁଢ଼ାବୁଢ଼ୀଙ୍କୁ ମୃତ ଦର୍ଶାଇ ବିଭାଗୀୟ କର୍ତ୍ତୃପକ୍ଷ ଭତ୍ତା ବନ୍ଦ୍ କରିଦେଇଥିବା ସାଧାରଣ‌ରେ ଅଭିଯୋଗ ହୋଇଛି।

Advertisment ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ୧୦ ନମ୍ବର ୱାର୍ଡ ମାଙ୍କିଡ଼ିଆ ବସ୍ତିର ନିରିକା ମାଙ୍କିଡ଼ିଆ(୭୦) ଓ କର ମାଙ୍କିଡ଼ିଆ(୭୮) ଦମ୍ପତି, ନୁପାଲ ମାଙ୍କିଡ଼ିଆ(୭୨) ଓ ଗୁରୁ ମାଙ୍କିଡ଼ିଆ(୭୭) ଦମ୍ପତି ଏବଂ କବିରାଜ ମାଙ୍କିଡ଼ିଆ(୭୦), ସ୍ବର୍ଗତ ସାଲଖାନ ମାଙ୍କିଡ଼ିଆଙ୍କ ପତ୍ନୀ ବିଧବା ଗଡ଼ଇ ମାଙ୍କିଡ଼ିଆ(୭୨) ଓ ଭୀମଟାଙ୍ଗର ଗାଁର ବିଧବା ଗୋଲାପ ମହାନ୍ତ(୬୬) ଏବେ ଭତ୍ତା ଅଭାବରୁ ବାଧ୍ୟରେ ଭିକ୍ଷାବୃତ୍ତିକୁ ଆପଣାଇଛନ୍ତି।

ମାନସିକ ଭାବେ ଭାଙ୍ଗି ପଡ଼ିଲେ ବୟସ୍କଭଙ୍ଗାଦଦରା କୁଡ଼ିଆ‌ରେ ଅତି ଦୟନୀୟ ଭାବେ ରହୁଥିବା ଏହି ୭ ବରିଷ୍ଠ ନାଗରିକମାନଙ୍କ ପାଇଁ ପରିଣତ ବୟସରେ ସମ୍ବଳ ହୋଇଥିବା ଭତ୍ତା ଟଙ୍କା ଅଭାବରୁ ସମସ୍ତଙ୍କ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି।

ସରକାରୀ ସମ୍ବଳ ବିନା ସ୍ବାଭିମାନ ହରାଇ ସବୁଦିନ ପର ଦୁଆରେ ହାତ ପାତିବାକୁ ପଡ଼ୁଥିବା ଦର୍ଶାଇ ନିରିକା, ନୁପାଲ ଓ ଗଡ଼ଇ କାନ୍ଦି ପକାଇଥିଲେ।

ବାରମ୍ବାର ବ୍ୟାଙ୍କ ଯାଇ ନିରାଶ ହେବା ପରେ ଦୁଃଖ ଜଣାଇବା ପାଇଁ ୪ ମାସ ଧରି ସେମାନେ ଘର ଠାରୁ ୫ କିଲୋମିଟର ଚାଲିଚାଲି ପଞ୍ଚାୟତ ଅଫିସ ଯାଉଛନ୍ତି।

ସରପଞ୍ଚ ଓ ପିଇଓଙ୍କୁ ଗୁହାରି ସତ୍ତ୍ବେ କେହି ତାଙ୍କ ଆପତ୍ତି ଓ ଅଭିଯୋଗ ଶୁଣୁନଥିବା ସମସ୍ତେ ଅଭିଯୋଗ କରନ୍ତି।

Another long wait: ଆଉ ଏକ ଲମ୍ବା ଅପେକ୍ଷା:ବର୍ଷେ ଯାଏ ବିର୍ସା ମୁଣ୍ଡାରେ ହକି ନାହିଁ:ଏଥର ବି ଉପେକ୍ଷିତ ଆଜ୍ଞା ଆମକୁ ଦେଖ...ସରକାରଙ୍କ ଖାତାରେ ତମେ ସବୁ ମରିଯାଇଛ ବୋଲି ଜଣେ ବାବୁଙ୍କ ଠାର ଶୁଣିଲା ପରେ ମୁଣ୍ଡ ଘୂରାଇ ଦେଇଥିଲା ବୋଲି କର ମାଙ୍କିଡ଼ିଆ ଓ ଗୁରୁ ମାଙ୍କିଡ଼ିଆ କହନ୍ତି। "ଆଜ୍ଞା ଆମକୁ ଦେଖ, ଆମେ ବଞ୍ଚିଛୁ, ଭତ୍ତା ଗଣ୍ଡାକ ଦେଇଦିଅ" ବୋଲି ବାରମ୍ବାର କହୁଛନ୍ତି।

ତଥାପି ସେମାନଙ୍କୁ ଭତ୍ତା ମିଳୁନଥିବାର ଦୁଃଖ ବଖାଣି ଅସହାୟତା ପ୍ରକାଶ କରିଥିଲେ।

ରାସନ ଚାଉଳ ଗଣ୍ଡାକ ସିଝାଇ ଭାତଲୁଣ ଖାଇ ବଞ୍ଚିଛୁ।

ବୁଢ଼ାବୁଢ଼ୀ ବୟସରେ ବାଡ଼ି ଧରି ଆଉ କେତେଦିନ ଏମିତି ଭିକମାଗି ବଞ୍ଚିବୁ ବୋଲି ସେମାନେ ଓଲଟା ପ୍ରଶ୍ନ କରିଥିଲେ।

ସରପଞ୍ଚ କନକଲତା ସର୍ଦ୍ଦାରଙ୍କୁ ପଚାରିବାରେ ଆମେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ବି କେହି ଶୁଣୁନଥିବା କହି ନିଜ ଅସହାୟତା ପ୍ରକାଶ କରିଥିଲେ।

ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବସ୍ତିବାସିନ୍ଦା ଦାବି କରନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।