Neglect: ‘ଇନ୍ଦ୍ରାବତୀ-ଭାରତମାଳା ଆମ ପାଇଁ ଦୁଃଖ, ଆମକୁ ଉଚ୍ଚଜାଗାରେ ଥଇଥାନ କର’
"ନବରଙ୍ଗପୁର (ସୁରେଶ ନାଇଡୁ): ଇନ୍ଦ୍ରାବତୀ ନଦୀକୁଳିଆ ଗାଁ ଡୁଡ୍ରିଗୁଡ଼ାର ଧର୍ମ ଭତ୍ରା ଓ କୁନ୍ତି ଭତ୍ରା ଦିନେ ଗାଁରେ ଧନୀକ ମଧ୍ୟରେ ଗଣା ହେଉଥିଲେ।
ବାତ୍ୟା ଆସିବା ପରେ ନିଜ ଘର, ଦୋକାନ, ଅଟୋ, ଟ୍ରାକ୍ଟର, ପାଣି ମୋଟର ସହ ଘରର ସବୁ ଜିନିଷ ମାଟିରେ ମିଶିଯାଇଛି।
କାଲିର ଧନୀ ଆଜି ଗରିବ ହୋଇଥିବା କହିଛନ୍ତି।
Advertisment ଡୁଡ୍ରିଗୁଡ଼ା ଗାଁର ୨୧୬ଘରେ ୧୩୦୦ ଲୋକେ ବସବାସ କରୁଛନ୍ତି।
ବନ୍ୟାରେ ଗାଁରେ ୧୦ରୁ ଊର୍ଦ୍ଧ୍ବ ଘର, ଗୋରୁଶାଳ ୩୦ଟି ଓ ରୋଷଇଘର ୨୦ଟି ସଂପୂର୍ଣ୍ଣ ନଷ୍ଠ ହୋଇଛି।
୫୦ରୁ ଊର୍ଦ୍ଧ୍ବ ଘର ସାମାନ୍ୟ ଭାଙ୍ଗିବା ସହ ସବୁ ଘରେ ବନ୍ୟା ଜଳ ପଶି ସବୁ ନଷ୍ଠ ହୋଇଥିବା କହିଛନ୍ତି ଗ୍ରାମବାସୀ।
ଧାନ, ମକା, ଆଖୁ ପସଲ ନଷ୍ଟ ହୋଇଛି।
ଗାଁରେ ଚାଷୀଙ୍କ ନିକଟରେ ଥିବା ଟ୍ରାକ୍ଟର, ପାୱାରଟିଲର, ପାଣି ମୋଟର, ଶଗଡ ଆଦି କୃଷି ଯନ୍ତ୍ରପାତି ନଷ୍ଠ ହୋଇଛି।
ବିହନ ଧାନ ଠାରୁ ଆରମ୍ଭ କରି ସବୁ ନଷ୍ଟ ହୋଇଛି।
ଅଧିକାଂଶ ଚାଷୀଙ୍କ ଧାନ ନଷ୍ଟଅଧିକାଂଶ ଚାଷୀଙ୍କ ଧାନ ସହ ସବୁ ନଷ୍ଟ ହୋଇଛି।
ଏପରିକି କିଛି ଚାଷୀଙ୍କର ୨ଏକର ଜମିରୁ ୫୦ସେଣ୍ଟ ଖରାଫ ହୋଇଛି।
ବଳକା ଏକର ୧୦ସେଣ୍ଟ ଭଲ ରହିଛି।
ଯଦି ୫୦ସେଣ୍ଟ ଖରାଫ ଅଛି କହି ସରକାରୀ ସହାୟତା ନେଲେ ମଣ୍ଡିରେ ଧାନ ବିକ୍ରୀ କରିବାକୁ ସୁଯୋଗ ମିଳିବ ନାହିଁ ବୋଲି ସରକାରୀ ବାବୁ ମାନେ କହିବା ପରେ ଚିନ୍ତାରେ ଚାଷୀ।
ବିଭିନ୍ନ ଘରୋଇ ବ୍ୟାଙ୍କ, ଲ୍ୟାମ୍ପରୁ ଋଣରେ ଆଣିଥିବା ଟ୍ରାକ୍ଟର,ପାୱାରଟିଲର, ମୋଟରର ଯନ୍ତ୍ରାଂଶରେ ବନ୍ୟାଜଳ ଓ କାଦୁଅ ପଶିବା ଫଳରେ ଏବେ ଚାଳୁନି।
ଏହି ସ୍ଥିତିରେ କିଭଳି ଋଣ ସୁଝିବେ ଚିନ୍ତାରେ ପଡିଥିବା କହିଛନ୍ତି କ୍ଷିରୋଧ କୁମାର ଭତ୍ରା।
ହାତ ଉଧାରୀ ଓ ବ୍ୟାଙ୍କ ଋଣ ଆଦି କିଭଳି ସୁଝିବେ ସେ ଚିନ୍ତାରେ ଗତ ୧୫ଦିନ ହେବ ସେ ଶୋଇନଥିବା ବେଳେ ଏହାରି ମଧ୍ୟରେ ସେ ଦୁଇ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଆମ ପ୍ରତିନିଧିଙ୍କୁ କହିଛନ୍ତି କ୍ଷିରୋଧ।
ଆଗାମୀ ଦିନରେ ଆଉ ଗାଁରେ ରହିଲେ ଜୀବନ ରହିବ ନାହିଁ, ଇନ୍ଦ୍ରାବତୀ ଓଭାରତମାଳା ଆମ ପାଇଁ ଦୁଃଖ ବୋଲି ଡୁଡ୍ରୀଗୁଡାର ଗ୍ରାମବାସୀ ଆମ ପ୍ରତିନିଧିଙ୍କୁ କହିଛନ୍ତି।
Heavy rain: ନବରଂଗପୁରରେ ଦୁଇଦିନରେ ୯୨୭.୮ମିମି ବର୍ଷା, ଡାବୁଗାଁରେ ସର୍ବାଧିକ ଘରେ ପଶିଲା ପାଣିଇନ୍ଦ୍ରାବତୀରୁ ଅଚାନକ ପାଣି ଆସିବା ଏବଂ ଟୁରୀ-ଗୁନତାଟ ନଦୀର ପାଣି ବଢ଼ିବା ପରେ ପାଣି ଯେଭଳି ପୂର୍ବରୁ ନିଷ୍କାସନ ହୋଇ ପଳାଉଥିଲା ତାହା ଭାରତମାଳା ପାଇଁ ହୋଇପାରିଲାନି।
ଫଳରେ ପାଣି ନିଷ୍କାସନ ହୋଇ ନ ପାରି ଜମି, ଘର ମଧ୍ୟକୁ ପଶିଲା ବୋଲି କହିଛନ୍ତି ଡୁଡ୍ରିଗୁଡାର ବସନ୍ତ ମାଳି।
ବାତ୍ୟା "ଅର୍ଣ୍ଣବ"ର ଭୟାବହତା ଏଭଳି ଥିଲା ଯେ ନବରଙ୍ଗପୁର ବ୍ଲକର ବଡମସିଗାଁ ପଂଚାୟତର ୫ଗାଁ ଡେବରାଗୁଡା, ଭାଟ୍ଟିଗୁଡା, ଆମ୍ବାଦୋଳା, ଗୁଡ଼ରୀଗୁଡା, ଡୂଡରିଗୁଡ଼ାର ଓ ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡ଼ା ପଂଚାୟତର ଦୁଇ ଇନ୍ଦ୍ରାବତୀ ନଦୀ କୂଳିଆ ଗାଁ ଡାଇଭଟ୍ଟା, ବଡ଼ ଡାଇଭଟ୍ଟାରେ ବ୍ୟାପକ କ୍ଷତି ସହିଛନ୍ତି।
ଏବେ ଏହି ୭ଗ୍ରାମବାସୀ ନିଜ ଭିଟାମଟି ଗାଁକୁ ଛାଡ଼ି ଉଚ୍ଚାସ୍ଥାନରେ ପକ୍କା ଘର ଯୋଗାଇଲେ ସମ୍ପୁର୍ଣ୍ଣ ରୂପେ ସ୍ଥାନାନ୍ତର ହୋଇଯିବେ ବୋଲି କହିଛନ୍ତି।
ଜିଲ୍ଲାପ୍ରଶାସନ ଆଗାମୀ ଦିନରେ ନଦୀକୁଳିଆ ଗାଁକୁ ନେଇ ସର୍ଭେ କରନ୍ତୁ ବୋଲି ଏହି ଗ୍ରାମବାସୀମାନେ ଦାବି କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।