Attack: ୟେମେନର ତୈଳ ସଂରକ୍ଷଣ କେନ୍ଦ୍ର ଉପରେ ସାଉଦି ମେଣ୍ଟର ଆକ୍ରମଣ

Oct 13, 2026 - 23:00
Attack: ୟେମେନର ତୈଳ ସଂରକ୍ଷଣ କେନ୍ଦ୍ର ଉପରେ ସାଉଦି ମେଣ୍ଟର ଆକ୍ରମଣ

"କାଏରୋ: ୟେମେନର ରାଜଧାନୀ ସାନାର ପଶ୍ଚିମ ଭାଗରେ ଥିବା ତୈଳ ସଂରକ୍ଷଣ କେନ୍ଦ୍ରଗୁଡ଼ିକ ଉପରେ ମଙ୍ଗଳବାର ସାଉଦି ଆରବ ନେତୃତ୍ୱାଧୀନ ମେଣ୍ଟ ବିମାନ ଆକ୍ରମଣ କରିଛି।

ହୁତି ବିଦ୍ରୋହୀଙ୍କ ସମର୍ଥିତ ଗଣମାଧ୍ୟମ ଅଲ୍‌ ମସିରା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣ ପରେ ସାନାରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା।

ତେବେ କେଉଁ କେଉଁ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି, ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ।Advertisment ଆକ୍ରମଣ ପୂର୍ବରୁ ସାଉଦି ମେଣ୍ଟ ପକ୍ଷରୁ ସାନାର ହୁତି ନିୟନ୍ତ୍ରିତ ଅଞ୍ଚଳରେ ଥିବା ୟେମେନ ତୈଳ କମ୍ପାନିର କେନ୍ଦ୍ର ଓ ନିକଟସ୍ଥ ସଂରକ୍ଷଣ ସ୍ଥଳରୁ ସାଧାରଣ ଲୋକଙ୍କୁ ଚାଲିଯିବାକୁ କୁହାଯାଇଥିଲା।

ଏହା ଏକ ବିରଳ ସତର୍କ ସୂଚନା ଥିଲା।

ସାନାର ପଶ୍ଚିମ ଭାଗରେ ଥିବା ଅଲ୍‌-ସୁବାହା ଅଞ୍ଚଳ ଏକ ପାହାଡ଼ ଉପରେ ଅବସ୍ଥିତ।

ସେଠାରେ ଜନବସତି କମ୍‌ ଥିଲେ ମଧ୍ୟ ନିକଟରେ ଥିବା ଇନ୍ଧନ ବିକ୍ରୟ କେନ୍ଦ୍ରକୁ ସାଧାରଣ ଲୋକ ବ୍ୟବହାର କରନ୍ତି।

ହୁତି ସାମରିକ ମୁଖପାତ୍ର ବ୍ରିଗେଡିୟର ଜେନେରାଲ୍‌ ୟାହ୍ୟା ସାରି ଟେଲିଗ୍ରାମ୍‌ରେ ଚେତାବନୀ ଦେଇ କହିଛନ୍ତି ଯେ ସାନା ଉପରେ ସାଉଦି ଆକ୍ରମଣ ହେଲେ ରିୟାଦରେ ଏହାର କଡ଼ା ଜବାବ ଦିଆଯିବ।

ସାଉଦି ଆରବରେ ହୁତିଙ୍କ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣ ପରେ ଏହି ସଂଘର୍ଷ ଆହୁରି ତୀବ୍ର ହୋଇଛି।

ଶନିବାର ରିୟାଦର ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଅତି କମ୍‌ରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ ୩୦୦ରୁ ଅଧିକ ଆହତ ହୋଇଥିବା ଖବର ମିଳିଥିଲା।

ଗତ ମାସରେ ଲୋହିତ ସାଗରର ଦକ୍ଷିଣ ଭାଗରେ ଥିବା ବାବ୍‌ ଅଲ୍‌-ମନ୍ଦେବ୍‌ ଜଳପଥ ନିକଟରେ ହୁତି ବିଦ୍ରୋହୀମାନେ କେତେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଦଖଲ କରିବା ପରେ ସଂଘର୍ଷ ତୀବ୍ର ହୋଇଥିଲା।

ଏହି ଜଳପଥ ଉପସାଗରୀୟ ତୈଳ ଓ ଅନ୍ୟ ସାମଗ୍ରୀ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ।

ସାଉଦି ମେଣ୍ଟ ସମର୍ଥିତ ୟେମେନ ସରକାରୀ ବାହିନୀ ସେହି ଅଞ୍ଚଳଗୁଡ଼ିକୁ ପୁନର୍ଦଖଲ କରିବାକୁ ଉଦ୍ୟମ କରୁଛି।

Attack: କଡ଼ା ଜବାବ ଦେଲା ସାଉଦି ଆରବ; ପ୍ରତିଶୋଧରେ ୟେମେନର ୮୨ ହୁତି ସାମରିକ ଠିକଣା ଧ୍ୱଂସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।