Neglect: ସର୍ବୋଚ୍ଚ ଶିଖରରେ ଥିବା ୩ ଜୁଆଙ୍ଗ ଗାଁରେ ଜଳ ପ୍ରଳୟ; ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ
"କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲାର ସର୍ବୋଚ୍ଚ ସ୍ଥାନରେ ଅବସ୍ଥିତ ସୁକିନ୍ଦା ତହସିଲ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଗୁହିଆଶାଳ ରାଜସ୍ବ ମୌଜା, ତଳଡିହ ବସ୍ତି ଓ ତୁମୁଣି ଗାଁରେ ଅଢ଼େଇ ବର୍ଷା ଧରି ଲଗାଣ ଜନିତ ଜଳ ପ୍ରଳୟ ପରିସ୍ଥିତି ଦେଖିବାକୁ ମିଳିଛି।
ସମୁଦ୍ର ପତନରୁ ପାଖାପାଖି ୨୩ ଶହ ଫୁଟ ଉପରେ ରହୁଥିବା ଗୁହିଆଶାଳର ସମସ୍ତ ୩୨ ପରିବାର, ତଳଡିହ ବସ୍ତିର ସବୁ ୧୩ ପରିବାର ଓ ତୁମୁଣି ଗାଁର ୨୦ ରୁ ଅଧିକ ଜୁଆଙ୍ଗ ଜନଜାତି ପରିବାର ଏବେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଜୀବନ ବଞ୍ଚାଇ ରହିଥିବା ଦେଖାଯାଇଛି।
Advertisment ଲଗାଣ ବର୍ଷା ସେମାନଙ୍କ ଦୁର୍ଦ୍ଦଶା ବଢ଼ାଇଛି।
ପ୍ରଭାବିତ ୩ ଗ୍ରାମବାସୀ ଗାଁର ଅଧିକାଂଶ ସମୟ କୋଠଘର ଓ ସ୍କୁଲ ଘରେ ବିତାଇବାକୁ ବାଧ୍ୟ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି।
ଝାଟିମାଟି ଓ ଛଣଛପର ଘରେ ବସବାସ କରୁଥିବା ପ୍ରଭାବିତ ପରିବାର ସମୂହକୁ ଲଗାଣ ବର୍ଷା ଦାଉ ସାଧିଛି।
ଘର ତୋଳିବାରେ ସେମାନଙ୍କ ବର୍ଷବର୍ଷର ସଂଘର୍ଷ ଏବେ ମାଟି କାମୁଡ଼ି ପଡ଼ିଛି।
ଗୁହିଆଶାଳ ଗାଁର ମୁଖିଆ ଠେଙ୍ଗେଣିଆ ପ୍ରଧାନ, ବଣ୍ଡୁ ପ୍ରଧାନ, ବିଧବା ବୁଦୁନି ପ୍ରଧାନ, ଗୋବିନ୍ଦ ପ୍ରଧାନ, ବଇଶା ପ୍ରଧାନ, ନନ୍ଦ ପ୍ରଧାନ, ସୁଜୁନା ପ୍ରଧାନ(କ), ଗଣେଶ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, କୈଳାସ ପ୍ରଧାନ, ଅର୍ଜୁନ ପ୍ରଧାନ, ସାଗର ପ୍ରଧାନ, ଅଷିଣ ପ୍ରଧାନ, ବାଉରିଆ ପ୍ରଧାନ, ଅସହାୟ ବିଧବାବୃଦ୍ଧା ସୁଆଗୀ ପ୍ରଧାନ, କୁଞ୍ଜ ପ୍ରଧାନ, ଈଶ୍ବର ପ୍ରଧାନ, ଦୁର୍ଜନ ପ୍ରଧାନ, ବୁଧୁଆ ପ୍ରଧାନ, କାଳିଆ ପ୍ରଧାନ, ଆମ୍ବ ପ୍ରଧାନ, ମଲ୍ଲିକା ପ୍ରଧାନ, କାଠି ପ୍ରଧାନ, ମାଳୁକୁ ପ୍ରଧାନ ଓ ବସଳ ପ୍ରଧାନ ଏବଂ ତଳଡିହର ରାଧୁ ପ୍ରଧାନ, କରୁଣା ପ୍ରଧାନ, ମାଛୁଆ ପ୍ରଧାନ, ବିଧବା ରଇବାରୀ ପ୍ରଧାନ, ଗୁରୁ ପ୍ରଧାନ, ଉଷା ପ୍ରଧାନ, ଅମିନ ପ୍ରଧାନ, କାନ୍ଦୁରୁ ପ୍ରଧାନ ଓ ନନ୍ଦ ପ୍ରଧାନଙ୍କ ଘର ଭୀଷଣ ପ୍ରଭାବିତ ହୋଇଛି।
LED street light scam: ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି: ସୁକିନ୍ଦାରେ ଖର୍ଚ୍ଚ ହୋଇଛି ୬.୪୮କୋଟି, ଏବେ ବି ଅନ୍ଧାରରେ ବହୁ ଗାଁ ସାତକୁଲିଆ ପାହାଡ଼ ଉପର ଓ କମୁଣ୍ଡେଇଥଳ ଶୃଙ୍ଗ ପାର୍ଶ୍ବସ୍ଥ କେନ୍ଦୁଝର ଜିଲ୍ଲା ସୀମାନ୍ତ ଏହି ରାଜସ୍ବ ମୌଜାରେ ଗତ ଅଢ଼େଇ ମାସ ଲଗାଣ ବର୍ଷା ସାଙ୍ଗକୁ ଝଡ଼ପବନର ପ୍ରକୋପ ଅନୁଭୂତ ହୋଇଥିଲା।
ଅଧିକାଂଶ ଛପର ପ୍ରଭାବିତ ହୋଇ ଝାଟିମାଟିର କାନ୍ଥ ଉପରେ ଓ ଘର ଭିତରେ ପାଣି ପଶିବାରୁ ଘର ମେଜିଆ ଠାରୁ ଛପର ଭିଜା ଅବସ୍ଥାରେ ରହିଛି।
୩ ମାସ ମଧ୍ୟରେ କାନ୍ଥ ଓ ଘର ଚଟାଣ ଶୁଖିବା ଅବସ୍ଥାରେ ନାହିଁ।
ସେହିପରି ଢେଙ୍କାନାଳ ସୀମାନ୍ତ ତୁମୁଣି ଗାଁରେ ସମାନ ଦୁଃସ୍ଥିତି।
ଗାଁ ମୁଖିଆ ମିଟୁ ପ୍ରଧାନ, କାଳିଆ ପ୍ରଧାନ, ଦଶମନ୍ତିଆ ପ୍ରଧାନ, ବରଜୁ ପ୍ରଧାନ, କ୍ଷେତ୍ର ପ୍ରଧାନ, ମଧୁ ପ୍ରଧାନ, ଜାମ୍ବ ପ୍ରଧାନ, ଶିଙ୍ଗ ପ୍ରଧାନ, ଓଡ଼ିଆ ପ୍ରଧାନ, ମାଛୁଆ ପ୍ରଧାନ, ଶଙ୍ଖାଳି ପ୍ରଧାନ, ଭଜନା ପ୍ରଧାନ, ରାଜବ ପ୍ରଧାନ, ଟାଙ୍ଗରା ପ୍ରଧାନ, ସୁନିଆଁ ପ୍ରଧାନ ପ୍ରମୁଖ ପରିବାର ସହ ସନ୍ତସନ୍ତିଆ ଭଡ଼ା କୁଡ଼ିଆରେ ରହୁଛନ୍ତି।
ଭିଜା ଜାଳକାଠ ଓ ଓଦାଚୁଲିରେ ଅଧିକାଂଶ ଦିନ ରୋଷେଇ ହୋଇପାରୁନଥିବା ଅଭିଯୋଗ ହୁଏ।
ପୂରା ଗାଁରେ ଜୀବନ ଯନ୍ତ୍ରଣା ଦୁର୍ବିଷହ ବୋଲି ଅଣଆନୁଷ୍ଠାନିକ ଶିକ୍ଷକ ଅନାମ ଜୁଆଙ୍ଗ କହନ୍ତି।
ଶୁଖିଲା ଖାଦ୍ୟ ପୁଡ଼ିଆ ରିଲିଫ୍ ପାଇଁ ୩ ଗ୍ରାମବାସୀ ଦାବି କରିଛନ୍ତି।
ଏ ସଂପର୍କରେ ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟି ଓ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରେ ଯଥାଶୀଘ୍ର ପଦକ୍ଷେପ ନିଆଯିବ କହିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।