Eastern Congo: ପୂର୍ବ କଙ୍ଗୋରେ ଜାହାଜ ବୁଡ଼ି ୧୨ ମୃତ

Sep 27, 2026 - 22:26
Eastern Congo: ପୂର୍ବ କଙ୍ଗୋରେ ଜାହାଜ ବୁଡ଼ି ୧୨ ମୃତ

"ବ୍ରାଜାଭିଲ୍: ପୂର୍ବ କଙ୍ଗୋର କିଭୁ ହ୍ରଦରେ ବ୍ୟବସାୟୀମାନଙ୍କୁ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯାଇଛି।

ଏହି ଘଟଣାରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୨ ଜଣରୁ ଅଧିକ ଲୋକ ନିଖୋଜ ଅଛନ୍ତି।

ଜାହାଜରେ ୫୦ରୁ ଅଧିକ ଲୋକ ଯାତ୍ରା କରୁଥିବାବେଳେ ଦକ୍ଷିଣ କିଭୁ ପ୍ରଦେଶରେ ଇଡଜୱି ଦ୍ୱୀପରେ ଶନିବାର ରାତିରେ ଜାହାଜ ବୁଡ଼ି ଯାଇଥିଲା।Advertisment ଆହୁରି ପଢନ୍ତୁ :ହ୍ୟାଣ୍ଡ ରିୟରିଂ ସେଣ୍ଟରରେ ଓରାଂଉଟାନ୍‌ ଜାହାଜ ବୁଡ଼ିବାର କାରଣ ଜଣାପଡ଼ିନାହିଁ।

ତେବେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି।

ସ୍ଥାନୀୟ ପ୍ରଶାସକ ମୁହିନ୍ଦୋ ନତାମ୍ବୁକା ପାସ୍କଲଙ୍କ ଅନୁଯାୟୀ, ଜାହାଜଟି ଇଡଜୱି ଦ୍ୱୀପର ବୱିନାରୁ ବୋଜାକୁ ମାଛ ବ୍ୟବସାୟୀ ଓ ସାମଗ୍ରୀ ପରିବହନ କରୁଥିଲା।

ସ୍ଥାନୀୟ ଲୋକ ଓ ସହଯାତ୍ରୀମାନେ ହ୍ରଦରୁ ମୃତଦେହ ବାହାର କରୁଥିବା ଭିଡିଓରୁ ଦେଖାଯାଉଛି।

ଆହୁରି ପଢନ୍ତୁ :Fisherman Killed in Accident ଡିଆରଡିଏ ଛକରେ ଟ୍ରକ୍‌ ଧକ୍କାରେ ମତ୍ସ୍ୟଜୀବୀ ମୃତ କଙ୍ଗୋରେ ନଦୀ ଓ ହ୍ରଦ ପରିବହନର ପ୍ରମୁଖ ମାଧ୍ୟମ ହୋଇଥିବାରୁ ଡଙ୍ଗା ଓ ଜାହାଜ ବୁଡ଼ିବା ସାଧାରଣ ଘଟଣା ହୋଇଥାଏ।

କଙ୍ଗୋରେ ଜାହାଜରେ ଅଧିକ ମାଲ ପରିବହନ କରାଯାଉଥିବାବେଳେ ଅନେକ ସମୟରେ ଲାଇଫ୍‌ ଜ୍ୟାକେଟ ବିନା ଯାତ୍ରୀମାନେ ଯାତ୍ରା କରିଥାନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।