Neha bora: କିଏ ଏହି ନେହା ବୋରା? ଯାହାଙ୍କୁ ନେଇ ଗୁଗୁଲ୍ରେ ହଇଚଇ!
"ନୂଆଦିଲ୍ଲୀ: କିଏ ଏହି ନେହା ବୋରା?
ଯାହାଙ୍କ ନାଁ ଏବେ ଗୁଗୁଲ୍ରେ ଖୋଜୁଛନ୍ତି ଲୋକେ!
ଦିଲ୍ଲୀରେ ପ୍ରତିବାଦ କରୁ କରୁ ହଠାତ୍ ଚର୍ଚ୍ଚାର ଶୀର୍ଷକୁ ଆସିଗଲେ ଏହି ୨୯ ବର୍ଷୀୟ ଛାତ୍ରନେତ୍ରୀ।
ପୋଲିସ ହେପାଜତକୁ ନିଆଯିବା ପରେ ଭାଇରାଲ୍ ହେଲା ତାଙ୍କ ଭିଡିଓ।
ତା"ପରେ ଆରମ୍ଭ ହେଲା ଖୋଳତାଡ଼ କିଏ ସେ, କେଉଁଠି ତାଙ୍କ ଘର, କେଉଁଠୁ ପାଇଲେ ଶିକ୍ଷା ଏବଂ କେମିତି ଆସିଲେ ରାଜନୀତିକୁ?
ଜଣେ ଛାତ୍ରନେତ୍ରୀଙ୍କ ଏହି ଯାତ୍ରା ଏବେ ଚର୍ଚ୍ଚାରେ।
ଗୁଗୁଲ୍ରେ ହଠାତ୍ ବଢ଼ିଗଲା ସର୍ଚ୍ଚ।
ସୋସିଆଲ୍ ମିଡିଆରେ ଘୂରି ବୁଲିଲା ଫଟୋ ଓ ଭିଡିଓ।
ଆଉ ଏହାରି ଭିତରେ ଚର୍ଚ୍ଚାର ପରିଧିକୁ ଚାଲିଆସିଲେ ନେହା ବୋରା।
ଦିଲ୍ଲୀରେ ନିର୍ବାଚନୀ ଅନିୟମିତତା ଅଭିଯୋଗକୁ ନେଇ ହୋଇଥିବା ପ୍ରତିବାଦ ସମୟରେ ତାଙ୍କୁ ହେପାଜତକୁ ନେଇଥିଲା ପୋଲିସ।
ଏହାପରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହେବା ସହ ତାଙ୍କୁ ନେଇ ଲୋକଙ୍କ ଆଗ୍ରହ ବଢ଼ିଥିଲା।
ମାତ୍ର ୨୯ ବର୍ଷ ବୟସରେ ନେହା ଏବେ ବାମପନ୍ଥୀ ଛାତ୍ର ସଂଗଠନ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍, ଅର୍ଥାତ୍ AISAର ଜାତୀୟ ସଭାପତି।
ଉତ୍ତରାଖଣ୍ଡର ଖଟିମା ତାଙ୍କ ପୈତୃକ ଅଞ୍ଚଳ।
ପଶ୍ଚିମବଙ୍ଗର ଶିଲିଗୁଡ଼ିରେ ତାଙ୍କ ସ୍କୁଲ୍ ଶିକ୍ଷା ଶେଷ ହୋଇଥିଲା।
ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ହିନ୍ଦୁ କଲେଜରେ ସମାଜବିଜ୍ଞାନ ପଢ଼ିଥିଲେ।
ପରବର୍ତ୍ତୀ ସମୟରେ ଡକ୍ଟର ବି.ଆର୍.
ଆମ୍ବେଦକର ବିଶ୍ୱବିଦ୍ୟାଳୟ, ଦିଲ୍ଲୀରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ।
ଜେଏନ୍ୟୁରେ ଥିଏଟର ଆଣ୍ଡ୍ ପରଫର୍ମାନ୍ସ ଷ୍ଟଡିଜ୍ ସହ ଗବେଷଣା କାର୍ଯ୍ୟରେ ମଧ୍ୟ ଜଡ଼ିତ ରହିଥିଲେ।
Advertisment Shiv Raj singh Chouhan: ଯେଉଁମାନେ ରାମଙ୍କୁ ବିରୋଧ କରୁଥିଲେ ସେମାନେ ଶିବଙ୍କ କଥା କହୁଛନ୍ତି ଥିଏଟର ଥିଲା ତାଙ୍କ ଆଗ୍ରହର ଏକ ପ୍ରମୁଖ କ୍ଷେତ୍ର।
କିନ୍ତୁ ଧୀରେ ଧୀରେ ସାମାଜିକ ଓ ରାଜନୈତିକ ପ୍ରସଙ୍ଗ ପ୍ରତି ବଢ଼ିଥିଲା ତାଙ୍କ ରୁଚି।
୨୦୧୯-୨୦ ମସିହାରେ ନାଗରିକତା ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଛାତ୍ର ଆନ୍ଦୋଳନ ହୋଇଥିଲା।
ଏହି ସମୟ ତାଙ୍କୁ ସକ୍ରିୟ ରାଜନୀତି ଆଡ଼କୁ ଅଧିକ ଆକର୍ଷିତ କରିଥିଲା।
ପରେ AISA ସହ ଯୋଡ଼ି ହୋଇ ଛାତ୍ର ରାଜନୀତିରେ ସକ୍ରିୟ ହୋଇଥିଲେ ନେହା।
ଜନ୍ତରମନ୍ତରରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ହୋଇଥିବା ପ୍ରତିବାଦ ସମୟରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ନେହା।
ଏହି ଆନ୍ଦୋଳନରେ ସେ ତିନି ସପ୍ତାହ ଧରି ଅନଶନ କରିଥିବା ଦାବି କରାଯାଇଛି।
ନିକଟରେ ଦିଲ୍ଲୀରେ ପ୍ରତିବାଦକାରୀଙ୍କୁ ଜନ୍ତରମନ୍ତର ଯିବାକୁ ଅଟକାଯିବା ଏବଂ କିଛି ଆନ୍ଦୋଳନକାରୀଙ୍କୁ ହେପାଜତକୁ ନିଆଯିବା ପରେ ନେହା ସୋସିଆଲ୍ ମିଡିଆରେ ନିଜର ବାର୍ତ୍ତା ଜାରି ରଖିଥିଲେ।
ହେପାଜତରେ ଥାଇ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି କହିଥିବା ତାଙ୍କ ଭିଡିଓ ବ୍ୟାପକ ଭାବେ ସେୟାର ହୋଇଥିଲା।
ଏହାପରେ ନେହାଙ୍କ ବୟସ, ଶିକ୍ଷା, ପୈତୃକ ଘର ଓ ରାଜନୈତିକ ଯାତ୍ରା ବିଷୟରେ ଜାଣିବାକୁ ଲୋକେ ଗୁଗୁଲ୍ରେ ସର୍ଚ୍ଚ କରିବା ଆରମ୍ଭ କରିଛନ୍ତି।
ଗୋଟିଏ ପଟେ ତାଙ୍କ ସମର୍ଥକଙ୍କ ସକ୍ରିୟତା, ଅନ୍ୟପଟେ ପ୍ରତିବାଦକୁ ନେଇ ରାଜନୈତିକ ଚର୍ଚ୍ଚା।
ଏବେ ନେହା ବୋରାଙ୍କ ନାଁ ଛାତ୍ର ରାଜନୀତିର ସୀମା ଡେଇଁ ଜାତୀୟ ସ୍ତରରେ ଚର୍ଚ୍ଚାରେ।
ଆଗକୁ ତାଙ୍କ ରାଜନୈତିକ ଯାତ୍ରା କେଉଁ ମୋଡ଼ ନେବ, ତାହା ଉପରେ ରହିବ ସମସ୍ତଙ୍କ ନଜର।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।